Categories
ଆଜିର ଖବର ରାଜ୍ୟ ଖବର

ବୋର୍ଡ ଅଫ୍‌ ରେଭିନ୍ୟୁ କୋଠାରେ ଅଗ୍ନିକାଣ୍ଡ

ସମୀକ୍ଷା ବ୍ୟୁରୋ

କଟକ : କଟକ ବୋର୍ଡ ଅଫ୍‌ ରେଭିନ୍ୟୁ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଛି। ବୋର୍ଡ ଅଫ୍‌ ରେଭିନ୍ୟୁ କୋଠାର ତୃତୀୟ ମହଲାରେ ନିଆଁ ଲାଗିଛି। ନିଆଁକୁ ଆୟତ୍ତ କରିବା ପାଇଁ ଦୁଇଟି ଅଗ୍ନିଶମ ଗାଡ଼ି ଉଦ୍ୟମ ଜାରି ରଖିଛନ୍ତି। ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବାବେଳେ ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରହିଛି।  ଅଫିସ କର୍ମଚାରୀ, ସ୍ଥାନୀୟ ଲୋକେମାନେ ନିଆଁ ଲିଭାଇବା ପାଇଁ ଉଦ୍ୟମ କରୁଛନ୍ତି। ନିଆଁ ଅଧିକ ନ ବ୍ୟାପିବା ପାଇଁ ଅଗ୍ନିଶମ ଗାଡି ଉପସ୍ଥିତ ରହିଛି। ପୂର୍ବରୁ ଲୋକସେବା ଭବନର କେୟାଟେକର ରୁମ୍‌ରେ ମଧ୍ୟ ଅଗ୍ନିକାଣ୍ଡ ଘଟିଥିଲା।