Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ପାର୍କ ହୋଟେଲ୍‌ରେ ଅଗ୍ନିକାଣ୍ଡ : 14 ଆହତ

ନୂଆଦିଲ୍ଲୀ : ଦିଲ୍ଲୀର ପାର୍କ ହୋଟେଲରେ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ 14 ଜଣ ଆହତ ହୋଇଛନ୍ତି । ଶନିବାର ଘଟିଥିବା ଏହି ଅଗ୍ନିକାଣ୍ଡକୁ ଅଗ୍ନିଶମ ବିଭାଗ ଆୟତ କରିଥିବା ବେଳେ ସମସ୍ତ ଆହତଙ୍କୁ ଗଙ୍ଗା ରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ଅନ୍ୟ 11 ଜଣଙ୍କୁ ଡିସଚାର୍ଜ କରାଯାଇଛି । ହୋଟେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ଅଗ୍ନିକାଣ୍ଡ ନେଇ ପୋଲିସ୍‌ ଏବଂ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇନଥିବାରୁ ଏହାକୁ ନେଇ ତଦନ୍ତ କରାଯିବ ବୋଲି ଅଗ୍ନିଶମ ମୁଖ୍ୟ ଅତୁଲ ଗର୍ଗ ପ୍ରକାଶ କରିଛନ୍ତି । ଉଲ୍ଳେଖଯୋଗ୍ୟ ଯେ, ସକାଳ 9ଟାରେ ଏହି ଅଗ୍ନିକାଣ୍ଡ ଘଟିଥିଲା । (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଲାହୋର ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ : 11 ମୃତ

ଲାହୋର : ପାକିସ୍ତାନର ଲାହୋରରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟି ଯାଇଛି । ଲାହୋରର ଏକ ଫ୍ୟାକ୍ଟ୍ରିରେ ଘଟିଥିବା ଅଗ୍ନିକାଣ୍ଡରେ 11 ଜଣଙ୍କର ମୃତ୍ୟୁ ଘଟିଛି । ଏକ ଅତର ପ୍ରସ୍ତୁତକାରୀ କମ୍ପାନୀରେ ଏହି ଦୁର୍ଘଟଣା ଘଟିଛି । 11 ଜଣଙ୍କ ମୃତ ଶରୀର ଉଦ୍ଧାର କରାଯାଇଥିବା ବେଳେ ଆହୁରି ଅନେକ ଲୋକ ନିଆଁରେ ଫସି ରହିଥିବା ନେଇ ଅଗ୍ନିଶମ ବିଭାଗ ଅଧିକାରୀ ରାଣା ଇଜାଜ୍‌ ଅହମଦ୍‌ ପ୍ରକାଶ କରିଛନ୍ତି । ଅନେକ ଲୋକ ନିଆଁ ମଧ୍ୟରେ ଫସି ରହିଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଆହତ ମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । (ଏଜେନ୍ସୀ)

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ପରିବହନ ନିଗମ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

ନୂଆଦିଲ୍ଳୀ : ଦିଲ୍ଲୀ ପରିବହନ ନିଗମ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଛି । ସିଭିଲ୍‌ ଲାଇନ୍ ସ୍ଥିତ ଦିଲ୍ଲୀ ପରିବହନ ନିଗମର କାର୍ଯ୍ୟାଳୟରେ ସୋମବାର ସକାଳ 8.38 ମିନିଟ୍‌ରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡ ସମ୍ପର୍କରେ ଦିଲ୍ଲୀ ଅଗ୍ନିଶମ ବିଭାଗକୁ ଖବର ଦିଆଯିବା ପରେ ଅଗ୍ନିଶମ ବିଭାଗର 8ଟି ଗାଡି ନିଆଁଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଅଗ୍ନିକାଣ୍ଡର କାରଣ ଜଣାପଡି ନଥିଲେ ମଧ୍ୟ ସର୍ଟ ସର୍କିଟ୍‌ରୁ ଏହି ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି । (ଏଜେନ୍ସୀ)

Categories
ଆଜିର ଖବର ଜାତୀୟ ଖବର

ନୋଇଡା ସ୍ଥିତ ଇଏସ୍‌ଆଇ ହସ୍ପିଟାଲରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ : ନୂଆଦିଲ୍ଲୀ ସ୍ଥିତ ଇଏସ୍‌ଆଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି । ନୋଇଡା ସ୍ଥିତ ଏହି ଇଏସ୍‌ଆଇ ହସ୍ପିଟାଲରେ ଗୁରୁବାର ସକାଳୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ସେକ୍ଟର 24ରେ ରହିଥିବା ଇଏସ୍‌ଆଇ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଅଗ୍ନିଶମ ବିଭାଗର ତିନି ଗାଡି ଅଗ୍ନି ନିର୍ବାପନରେ ବ୍ୟସ୍ତ ଅଛନ୍ତି । ହସ୍ପିଟାଲର ଉପର ମହଲାରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ରୋଗୀ ମାନଙ୍କୁ ହସ୍ପିଟାଲରୁ ସ୍ଥାନାନ୍ତର କରାଯାଉଛି । (ଏଜେନ୍ସୀ)

Categories
ଆଜିର ଖବର

ଗତକାଲି ଅଗ୍ନିକାଣ୍ଡ ଘଟିଥିବା କୋଠାରେ ପୁଣି ଅଗ୍ନିକାଣ୍ଡ

ନୂଆଦିଲ୍ଲୀ,9/12: ଗତକାଲି ଉତ୍ତର ଦିଲ୍ଲୀର ଗହମ ଗୋଦାମରେ ଅଗ୍ନିକାଣ୍ଡ ଘଟି 43 ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ଆଜି ପୁନର୍ବାର ସେହି କୋଠାରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ସମ୍ପର୍କରେ ସମ୍ପେ୍‌ଟ ସୂଚନା ନଥିଲେ ମଧ୍ୟ ଧୂଆଁ ବାହାରୁଥିବାରୁ 4ଟି ଦମକଳ ଗାଡିକୁ ଉକ୍ତ ସ୍ଥାନକୁ ପଠାଯାଇଛି । ରାଣୀ ଝାନ୍ସୀ ରୋଡ୍‌ରେ ବେଆମଇନ ଭାବରେ ଏହି ଗୋଦାମ ନିର୍ମାଣ କରାଯାଇଥିବାରୁ ଦୁଇ ଜଣ ମାଲିକଙ୍କୁ ଗିରଫ କରାଯାଇଛି । ରବିବାର ଘଟିଥିବା ଭୟାବହ ଅଗ୍ନିକାଣ୍ତରେ 43 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଏକାଧିକ ଆହତ ହୋଇଥିଲେ । ଗୋଦାମର ମାଲିକ ରେହାନ ଏବଂ ଇମ୍ରାନଙ୍କୁ ଗିରଫ କରାଯାଇ ଦିଲ୍ଲୀ କ୍ରାଇମବ୍ରାଞ୍ଚ ପକ୍ଷରୁ ପଚରାଉଚୁରା କରାଯାଉଛି । ମୃତକଙ୍କ ପରିବାରକୁ 10 ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରାଯାଇଛି । (ଏଜେନ୍ସୀ)