Categories
ଆଜିର ଖବର ଜାତୀୟ ଖବର

ସଙ୍କଟରେ କମଲନାଥ ସରକାର : ଶୁକ୍ରବାର 5ଟା ସୁଦ୍ଧା ଆସ୍ଥା ଭୋଟ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶରେ କମଲନାଥ ସରକାରଙ୍କମ ପାଇଁ ସଙ୍କଟ ଥମିବାର ନାମ ନେଉନାହିଁ । କୋରୋନା କାରଣରୁ ମଧ୍ୟପ୍ରଦେଶ ବିଧାନସଭାର ଅଧିବେଶନକୁ ବନ୍ଦ ରଖାଯାଇଥିବା ବେଳେ ଆସନ୍ତା କାଲି ଅପରାହ୍ନ 5ଟା ସୁଦ୍ଧା ଆସ୍ଥା ଭୋଟ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୋମବାର ବଜେଟ ଅଧିବେଶନକୁ 10 ଦିନ ପାଇଁ ବନ୍ଦ କରାଯିବା ପରେ ବିଜେପି ସର୍ବୋଚ୍ଚ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା । ଗୁରୁବାର ସର୍ବୋଚ୍ଚ କୋର୍ଟ ମାମଲାର ଶୁଣାଣି କରି ଏହି ନିଷ୍ପତ୍ତି ନେଇଛନ୍ତି । ଏହା ସହିତ ଆସ୍ଥା ଭୋଟର ଭିଡିଓ ରେକର୍ଡିଂ କରାଯିବ ଏବଂ ସିଧା ପ୍ରସାରଣ ମଧ୍ୟ କରାଯିବ ବୋଲି ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି । ଉଲ୍ଲେଖମଯୋଗ୍ୟ ଯେ, 22 ଜଣ ବିଧାୟକ ଏବଂ କଂଗ୍ରେସର ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳରୁ ଇସ୍ତଫା ପ୍ରଦାନ କରିବା ପରେ କମଲନାଥ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଥିଲେ । 230 ଆସନ ବିଶିଷ୍ଟ ମଧ୍ୟପ୍ରଦେଶର 6 ଜଣ ବିଧାୟକଙ୍କୁ ନିଲମ୍ବନ କରାଯାଇଥିବାରୁ ବର୍ତ୍ତମାନ ଆସ୍ଥା ଭୋଟରେ ବିଜୟୀ ହେବା ପାଇଁ ବିଜେପିକୁ 112 ସଦସ୍ୟ ଆବଶ୍ୟକ । ତେବେ ବିଜେପି ନିକଟରେ 107 ଜଣ ବିଧାୟକ ରହିଥିବାରୁ ବାକି 16 ବିଧାୟକଙ୍କ ସମର୍ଥନ ବର୍ତ୍ତମାନ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ।

Categories
ଆଜିର ଖବର ଜାତୀୟ ଖବର

ମଧ୍ୟପ୍ରଦେଶ ସଙ୍କଟ : ଆସ୍ଥା ଭୋଟକୁ ନେଇ ସସପେନ୍ସ ଜାରି

ଭୋପାଳ : ମଧ୍ୟପ୍ରଦେଶର ରେଜନୈତିକ ସଙ୍କଟ ସମୟରେ ଆସ୍ଥା ଭୋଟକୁ ନେଇ କୌଣସି ମତ ଦେବାକୁ ମନା କରିଛନ୍ତି ମଧ୍ୟପ୍ରଦେଶ ବାଚସ୍ପତି । ଗତକାଲି ରାଜ୍ୟପାଳ ଲାଲ୍‌ଜୀ ଟଣ୍ଡନ୍‌ 16 ତାରିଖରେ ଆସ୍ଥା ଭୋଟ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ନେଇ ସାକ୍ଷାତକାର ସମୟରେ ବାଚସ୍ପତି ନୀରବତା ଅବଲମ୍ବନ କରିଛନ୍ତି । ଆସ୍ଥା ଭୋଟ ସମ୍ପର୍କରେ ଆସନ୍ତା କାଲି ଜଣାପଡିବ ବୋଲି କହିବା ସହିତ ଏହା ଉପରେ ଲାଗି ରହିଥିବା ସସ୍‌ପେନ୍ସ ରଖିଛନ୍ତି ବାଚସ୍ପତି ନର୍ମଦା ପ୍ରସାଦ । ରବିବାର ବିଦ୍ରୋହୀ ବିଧାୟକଙ୍କ ପକ୍ଷରୁ ଏକ ଭିଡିଓ ମେସେଜ୍‌ ଜରିଆରେ ଇସ୍ତଫା ଗ୍ରହଣ କରିବା ପାଇଁ କୁହାଯିବା ପରେ ଆସନ୍ତା କାଲି ଆସ୍ଥା ଭୋଟ ହେବାର ଆଶଙ୍କା ପ୍ରକାଶ ପାଇଛି । ଯଦି ବିଧାୟକ ମାନଙ୍କ ଇସ୍ତଫା ଗୃହୀତ ହୁଏ ତେବେ କଂଗ୍ରେସ ସରକାର ପାଇଁ ସଙ୍କଟ ବଢିଯିବ । (ଏଜେନ୍ସି)

Categories
ଆଜିର ଖବର

ସଂଖ୍ୟା ଗରିଷ୍ଠତା ପ୍ରମାଣ କଲେ ଉଦ୍ଧବ : ବିଜେପିର ଗୃହ ପରିତ୍ୟାଗ

ନୂଆଦିଲ୍ଲୀ,30/11: ମହା ଅଘାଡି ବିକାଶର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଉଦ୍ଧବ ଠାକ୍‌ରେ ମହାରାଷ୍ଟ୍ର ବିଧାନସଭାରେ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିଛନ୍ତି । ମହା ଅଘାଡି ବିକାଶ ସପକ୍ଷରେ 169ଟି ଭୋଟ ପଡିଥିବା ବେଳେ ବିଜେପି ସଦସ୍ୟମାନେ ଗୃହତ୍ୟାଗ କରିଥିଲେ । ଏଆଇଏମ୍‌ଆଇଏମ୍‌ , ସିପିଆଇ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନାର ବିଧାୟକ ମାନେ ନିରପେକ୍ଷ ରହିଥିଲେ । ଫ୍ଲୋର ଟେଷ୍ଟ ପୂର୍ବରୁ ଉପସ୍ଥିତ ସଦସ୍ୟଙ୍କ ଉପସ୍ଥାନ ନିଆଯାଇନଥିବା ଅଭିଯୋଗ କରି ଫଡନବିସ୍‌ଙ୍କ ନେତୃତ୍ବରେ ବିଜେପି ସଦସ୍ୟ ଗୃହତ୍ୟାଗ କରିଥିଲେ । ଏହି ପ୍ରକ୍ରିୟାକୁ ଅଗଣତାନ୍ତ୍ରିକ ବୋଲି ଅଭିହିତ କରିବା ସହିତ ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ କରିବା ନେଇ ବିଜେପି ପକ୍ଷରୁ କୁହାଯାଇଥିଲା ।

Categories
ଆଜିର ଖବର

ଫ୍ଲୋର ଟେଷ୍ଟ ପୂର୍ବରୁ ଅଜିତ ପଓ୍ବାରଙ୍କୁ ଭେଟିଲେ ବିଜେପି ସାଂସଦ

ମୁମ୍ବାଇ,30/11: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଏନ୍‌ସିପି ବିଧାୟକ ଅଜିତ ପଓ୍ବାରଙ୍କୁ ଭେଟିଛନ୍ତି ବିଜେପି ସାଂସଦ ପ୍ରତାପରାଓ ଗୋବିନ୍ଦରାଓ ଚିଖାଲିକର ଭେଟିଛନ୍ତି । ଶନିବାର ସକାଳ 9.30 ମିନିଟ୍‌ରେ ଅଜିତ୍‌ଙ୍କ ବାସଭବନରେ ନାନ୍ଦେଡ୍‌ର ବିଜେପି ସାଂସଦ ତାଙ୍କୁ ଭେଟିଥିଲେ । ଏହି ଭେଟ ପରେ ମହାରାଷ୍ଟ୍ର ରାଜନୀତିରେ ନୂତନ ସମୀକରଣର ସମ୍ଭାବନା ଦେଖାଦେଇଛି । ଉଦ୍ଧବ ଠାକ୍‌ରେ ଆଜି ଅପରାହ୍ନ 2ଟା ସୁଦ୍ଧା ସରକାରର ବହୁମତ କରିବାକୁ ଯାଉଥିବା ବେଳେ ଅଜିତଙ୍କ ଭେଟ ନୂତନ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଉଦ୍ଧବଙ୍କ ସହିତ ଏନ୍‌ସିପି,କଂଗ୍ରେସ ଏବଂ ଶିବସେନାର ଦୁଇଜଣ ଲେଖାଏଁ ବିଧାୟକ ଶପଥ ଗ୍ରହଣ କରିଥିଲେ ।

Categories
ଆଜିର ଖବର

ଆସନ୍ତା କାଲି ଫ୍ଲୋର ଟେଷ୍ଟ : ଦିଲ୍ଲୀପ ଓ୍ବାଲ୍‌ସେ ପାଟିଲ ଅସ୍ଥାୟୀ ବାଚସ୍ପତି

ମୁମ୍ବାଇ,29/11: ଶପଥ ଗ୍ରହଣ କରିଥିବା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଆସନ୍ତା କାଲି ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ । ଶନିବାର ଅପରାହ୍ନ 2ଟା ସୁଦ୍ଧା ଉଦ୍ଧବ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାପାଇଁ ରାଜ୍ୟପାଳ ଉଦ୍ଧବଙ୍କୁ କହିଥିବା ବେଳେ ଏନ୍‌ସିପି ନେତା ଦିଲ୍ଲୀପ ଓ୍ବାଲ୍‌ସେ ପାଟିଲଙ୍କୁ ଅସ୍ଥାୟୀ ବାଚସ୍ପତି ଭାବରେ ଘୋଷଣା କରାଯାଇଛି । ପୂର୍ବରୁ ଏନ୍‌ସିପି ନେତା ଅବ୍‌ଦୁଲ ସତ୍ତାର ମଧ୍ୟ ଶନିବାର ଫ୍ଲୋର ଟେଷ୍ଟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ମେଣ୍ଟ ପ୍ରାରମ୍ଭରୁ ମହା ଅଘାଡି ବିକାଶ ନିକଟରେ 162 ବିଧାୟକଙ୍କ ସମର୍ଥନ ରହିଥିବା ବେଳେ ବର୍ତ୍ତମାନ ଏହା 170କୁ ବୃଦ୍ଧି ପାଇଛି ବୋଲି ସତ୍ତାର କହିଛନ୍ତି । ମନୋହର ଯୋଶୀ ଏବଂ ନାରାୟଣ ରାଣେଙ୍କ ପରେ ତୃତୀୟ ଶିବସେନା ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ଉଦ୍ଧବ ଠାକ୍‌ରେ । ଉଲ୍ଲେଖଯୋଗ୍ୟ ଯେ, ଠାକ୍‌ରେ ପରିବାରର ପ୍ରଥମ ବ୍ୟକ୍ତି ଭାବରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଉଦ୍ଧବ ।

Categories
ଆଜିର ଖବର

ଆସନ୍ତା କାଲି ଆସ୍ଥା ଭୋଟ : ଅସ୍ଥାୟୀ ବାଚସ୍ପତି ଦୌଡରେ 6 ଜଣ

ମୁମ୍ବାଇ, 26/11: ମହାରାଷ୍ଟ୍ର ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଆସନ୍ତାକାଲି ଆସ୍ଥା ଭୋଟ ହେବ।ତେବେ ଆସ୍ଥା ଭୋଟ ପୂର୍ବରୁ ଜଣେ ଅସ୍ଥାୟୀ ବାଚସ୍ପତି ନିଯୁକ୍ତ କରାଯାଇ ସଦସ୍ୟ ମାନଙ୍କ ଶପଥ ପାଠ କରାଯିବ। ଏହି ଅସ୍ଥାୟୀ ବାଚସ୍ପତି ଦୌଡରେ ବର୍ତ୍ତମାନ 6 ଜଣଙ୍କ ନାମ ଆଗକୁ ଆସିଛି। ଏଥିରେ ବିଜେପିର ତିନି ଜଣ,କଂଗ୍ରେସର ଦୁଇ ଜଣ ଏବଂ ଏନ୍‌ସିପିର ଜଣଙ୍କ ନାମ ଆଗକୁ ଆସିଛି। ବିଜେପି ପକ୍ଷରୁ ରାଧାକ୍ରିଷ୍ଣ ଭିଖେ ପାଟିଲ,କାଳିଦାସ କୋଲାମ୍ବକାର ଏବଂ ବାବନରାଓ ଭିଖାଜୀ ପାଚପୁଟେଙ୍କ ନାମ ଥିବା ବେଳେ କଂଗ୍ରେସ ପକ୍ଷରୁ ବାଲାସାହେବ ଥୋରାଟ ଏବଂ କେସି ପାବଡିଙ୍କ ନାମ ରହିଛି। ସେହିପରି ଏନ୍‌ସିପିର ଦିଲ୍ଲୀପ ପାଟିଲଙ୍କ ନାମ ମଧ୍ୟ ଅସ୍ଥାୟୀ ବାଚସ୍ପତି ପଦବୀ ଦୌଡରେ ଅଛନ୍ତି। (ଏଜେନ୍ସି)

Categories
ଆଜିର ଖବର

ପ୍ରକାଶ ପାଇଲା ମହାରାଷ୍ଟ୍ର ରାୟ : ବୁଧବାର ଫ୍ଲୋର ଟେଷ୍ଟ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ମୁମ୍ବାଇ,26/11:  ଆସନ୍ତାକାଲି ହେବ ମହାରାଷ୍ଟ୍ର ବିଧାନସଭାର ସଂଖ୍ୟା ଗରିଷ୍ଠତା ପ୍ରମାଣ। ବୁଧବାର ଅପରାହ୍ନ 5ଟା ସୁଦ୍ଧା ଫଡନବିସ ନିଜର ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବେ। ଏହିପରି ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମ କୋର୍ଟ। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ବଡି ସକାଳୁ ଦେବେନ୍ଦ୍ର ଫଡନାବିସ ଏବଂ ଉପମୁଖ୍ୟମନ୍ତ୍ରୀ ଭାବେ ଅଜିତ ପାୱାର ଶପଥ ପାଠକୁ ନେଇ ମାମଲା ଋଜୁ କରାଯାଇଥିଲା। ଏହି ମାମଲା କଂଗ୍ରେସ, ଏନସିପି ଏବଂ ଶିବସେନା ତରଫରୁ କରାଯାଇଥିଲା। ତାହାର ଶୁଣାଣି କରି କୋର୍ଟ ଏହି ରାୟ ଦେଇଛନ୍ତି। ଏଥିରେ କୋର୍ଟ କହିଛନ୍ତି ଯେ, ଏହି ଫ୍ଲୋର ଟେଷ୍ଟ ଗୁପ୍ତ ନୁହେଁ ମୁକ୍ତ ଭୋଟିଂ ମାଧ୍ୟମରେ ହେବ। ପ୍ରଥମେ ବିଧାନସଭାରେ ବିଧାୟକମାନେ ଶପଥ ଗ୍ରହଣ କରିବେ। ସେଥିପାଇଁ ଜଣେ ଅସ୍ଥାୟୀ ବାଚସ୍ପତି ମନୋନିତ କରାଯିବ। ଏହାପରେ ଅପରାହ୍ନରେ ଫ୍ଲୋର ଟେଷ୍ଠ କରାଯିବ। ଅପରାହ୍ନରେ ହେବାକୁ ଥିବା ମୁକ୍ତ ଭୋଟିଂ ପ୍ରକ୍ରିୟାର ସିଧା ପ୍ରସାରଣ କରିବାକୁ ତିନି ଜଣିଆ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ସଂଖ୍ୟା ଗରିଷ୍ଠତା ପ୍ରମାଣିତ କରିବା ପାଇଁ ଗୁପ୍ତ ଭୋଟ ହୋଇ ଆସୁଥିଲା। ଫଳରେ କେଉଁ ବିଧାୟକ କାହାକୁ ଭୋଟ ଦେଲେ ତାହା ଜଣାପଡୁ ନ ଥିଲା। ଫଳରେ ଘୋଡା ବେପାର ହେବାର ସମ୍ଭାବନା ରହୁଥିଲା। ବର୍ତ୍ତମାନ ବିଧାୟକମାନେ କାହାକୁ ଭୋଟ ଦେଲେ ତାହା ପ୍ରକାଶ କରିପାରିବେ ବୋଲି ବୋଲି ସୁପ୍ରିମ କୋର୍ଟ କହିବା ପରେ ଏହି ଘୋଡା ବେପାର ହେବ ନାହିଁ ବୋଲି ଆଶା କରାଯାଉଛି। ( ଏଜେନ୍ସି)