Categories
ଆଜିର ଖବର ରାଜ୍ୟ ଖବର

16ଟି ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ସତର୍କ ସୂଚନା

ଭୁବନେଶ୍ବର : ରାଜ୍ୟ ଆଞ୍ଚଳିକ ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ ରାଜ୍ୟର 16ଟି ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ସତର୍କ ସୂଚନା ଜାରି କରାଯାଇଛି । ଏହା ସହିତ 40ରୁ 50 କିମି ବେଗରେ ପବନ ବହିବା ନେଇ ସତର୍କ ସୂଚନା ଜାରି କରାଯାଇଛି । ଝାରଖଣ୍ଡରେ ସୃଷ୍ଟ ଘୂର୍ଣ୍ଣି ବଳୟ ପ୍ରଭାବରୁ ମୟୁରଭଞ୍ଜ, କେନ୍ଦୁଝର ଏବଂ ବାଲେଶ୍ବରରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହା ବ୍ୟତିତ ଭଦ୍ରକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ, ସମ୍ବଲପୁର, ଗଜପତି, ଗଞ୍ଜାମ, କନ୍ଧମାଳ, ନବରଙ୍ଗପୁର, କୋରାପୁଟ, କଟକ ଏବଂ ଖୋର୍ଦ୍ଧାରେ ବର୍ଷା ଓ ବଜ୍ରପାତ ସତର୍କ ସୂଚନା ଜାରି କରାଯାଇଛି ।

Categories
ଆଜିର ଖବର

୨୨ ଜିଲ୍ଲାକୁ ପ୍ରବଳ ବର୍ଷା ସତର୍କ ସୂଚନା

ଗତକାଲି ଠାରୁ ତୁହାକୁ ତୁହା ବର୍ଷା ସାଙ୍ଗକୁ କୋହଲା ପାଗ ଏବଂ ହାଲକା ପବନ ମୌସୁମୀ ଆଗମନର ସୂଚନା ଦେଇଥିଲା। ଆଜି ମଧ୍ୟ ଅଧିକାଂଶ ଅଂଚଳରେ ପାଗ ମେଘୁଆ ରହିବା ସହ ବର୍ଷା ଆରମ୍ଭ ହୋଇଛି। ମୌସୁମୀ ବାୟୁ ପ୍ରଭାବ ସହ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଲଘୁଚାପ ଯୋଗୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ। ତେଣୁ ଆଗାମୀ ୨୪ ଘଣ୍ଟା ପାଇଁ ୨୨ଟି ଜିଲ୍ଲାକୁ ପ୍ରବଳ ବର୍ଷାର ସତର୍କ ସୂଚନା ଜାରି କରାଯାଇଛି। ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପୁରୀ, ଜଗତସିହପୁର, ବାଲେଶ୍ବର, ଭଦ୍ରକ, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ବଲାଙ୍ଗୀର, ନୂଆପଡ଼ା ଓ ବୈାଦ୍ଧ ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ତେଣୁ ଏହି ଦୁଇଦିନ ସମୁଦ୍ରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ଚଳିତ ଥର ବିଳମ୍ବ ହୋଇ ଜୁନରେ ମୈାସୁମୀ ଓଡ଼ିଶା ଛୁଇଁଥିବା ହେତୁ ଜୁଲାଇ ଓ ଅଗଷ୍ଟରେ ବେଶି ସକ୍ରିୟ ହେବ। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Categories
ଆଜିର ଖବର

ପାଣିପାଗ ବିଭାଗର ପୂର୍ବାନୁମାନ : ସପ୍ତାହେ ବିଳମ୍ବରେ ପହଞ୍ଚିବ ମୌସୁମୀ

ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ ପରେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ବୁଧବାର ଦିନ ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବିଳମ୍ବରେ ପହଞ୍ଚିବା ନେଇ ପୂର୍ବାନୁମାନ କରିଛି। ଆଇଏମଡିର ପୂର୍ବାନୁମାନ ଅନୁସାରେ ଚଳିତ ବର୍ଷ ଜୁନ୍‌ ୬ରେ ମୌସୁମୀ କେରଳ ଛୁଇଁବ। ମୌସୁମୀ ପ୍ରାୟେ ସପ୍ତାହେ ବିଳମ୍ବରେ ପହଞ୍ଚିବ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ରହିଛି। ଆସନ୍ତା ମେ ୧୮ ଓ ମେ ୧୯ ମଧ୍ୟରେ ମୌସୁମୀ ଆଣ୍ଡାମାନ – ନିକୋବର ଛୁଇଁବ ବୋଲି ଅନୁମାନ କରାଯାଉଛି। ତେବେ ବିଳମ୍ବରେ ମୌସୁମୀ ପହଞ୍ଚିଲେ ବି ଚଳିତ ବର୍ଷ ସ୍ବାଭାବିକ ବର୍ଷା ହେବ ବୋଲି ଆଶା କରାଯାଉଛି। ଜୁନ୍‌ ୨୯ରେ ଦିଲ୍ଲୀ-ଏନ୍‌ସିଆରରେ ମୌସୁମୀ ପହଞ୍ଚିବ ବୋଲି ଅନୁମାନ କରାଯାଇଛି।

Categories
ଆଜିର ଖବର

ଏଥର ମୌସୁମୀ ସ୍ବାଭାବିକ : ଭାରତୀୟ ପାଣିପାଗ ବିଭାଗ

ଭାରତର ପାଣିପାଗ ବିଭାଗ ମୌସୁମୀକୁ ନେଇ ନିଜର ଅଭିମତ ରଖିଛି। ଚଳିତ ଥର ମୌସୁମୀ ସ୍ବାଭାବିକ ହେବ ବୋଲି କୁହାଯାଇଛି। ଏହା ପୂର୍ବରୁ ଆମେରିକା ଓ ଅଷ୍ଟ୍ରେଲିଆ ସମେତ ଅନେକ ଦେଶର ପାଣିପାଗ ଏଜେନ୍ସି  ସମେତ ଭାରତର ସ୍କାଇମେଟ୍ ମଧ୍ୟ ମୌସୁମୀ ଉପରେ ଏଲନିନୋର ପ୍ରଭାବ ରହିବ ବୋଲି ଆଶଙ୍କା ପ୍ରକାଶ କରିଥିଲେ। ମାତ୍ର ଭାରତୀୟ ପାଣିପାଗ ବିଭାଗ ମୁତାବକ ଚଳିତ ବର୍ଷ ମୌସୁମୀ ସ୍ଵାଭାବିକ ରହିବ। ମୌସୁମୀ ଉପରେ ଏଲନିନୋର ପ୍ରଭାବ ପଡ଼ିବ ନାହିଁ। ପାଣିପାଗ ବିଭାଗ ଅନୁମାନ ମୁତାବକ, ମୌସୁମୀ ସମୟରେ ଦେଶରେ ଲମ୍ବା ଅବଧିର ହାରାହାରି ୯୬ ପ୍ରତିଶତ ବର୍ଷା ହେବ। ତେବେ ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ୪% କମ୍‌ ବର୍ଷା ହେବା ନେଇ ସୂଚନା ରହିଛି। ଦେଶରେ ୭୦ ଭାଗ ଜଳସେଚନ ବର୍ଷା ଉପରେ ହିଁ ନିର୍ଭରଶୀଳ।