Categories
ଆଜିର ଖବର ଜାତୀୟ ଖବର

4 ହଜାର କୋଟି ଠକେଇ ମାମଲା : 13ଟି ସ୍ଥାନରେ ସିବିଆଇର ଚଢାଉ

ମୁମ୍ବାଇ : 4 ହଜାର କୋଟିର ଠକେଇ ମାମଲାରେ ଉତ୍ତର ପ୍ରଦେଶ ଏବଂ ମୁମ୍ବାଇର 13ଟି ସ୍ଥାନରେ ସିବିଆଇ ପକ୍ଷରୁ ଚଢାଉ କରାଯାଇଛି । ଫ୍ରଷ୍ଟ ଇଣ୍ଟରନ୍ୟାସନାଲ୍‌ ଲିମିଟେଡ୍‌ ନାମରେ 4 ହଜାର କୋଟିର ଠକେଇ ମାମଲାକୁ ନେଇ 13ଟି ସ୍ଥାନରେ ଚଢାଉ କରାଯାଇଛି । ଦିଲ୍ଲୀ,ମୁମ୍ବାଇ ଏବଂ ୟୁପିର ମୁଖ୍ୟାଳୟ ସମେତ 13ଟି ସ୍ଥାନରେ ଏହି ଚଢାଉ କରାଯାଇଛି । ମୁମ୍ବାଇର ତିନିସ୍ଥାନରେ ଏବଂ ଦିଲ୍ଲୀର 4 ସ୍ଥାନ ବ୍ୟତିରେକ କାନପୁରର 6ଟି କାର୍ଯ୍ୟାଳୟ ଉପରେ ସିବିଆଇ ପକ୍ଷରୁ ଚଢାଉ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ବ୍ୟାଙ୍କ ଅଫ୍‌ ଇଣ୍ଡିଆ ସମେତ 14ଟି ରାଷ୍ଟ୍ରାୟତ ବ୍ୟାଙ୍କରୁ 4061.17 କୋଟି ଟଙ୍କାର ଠକେଇ ଅଭିଯୋଗ ଆସିବା ପରେ 19 ତାରିଖ ଦିନ ଅଭିଯୋଗ କରାଯାଇଥିଲା । (ଏଜେନ୍ସୀ)