Categories
ଆଜିର ଖବର ଜାତୀୟ ଖବର

ଗାନ୍ଧିନଗର ସ୍ଥିତ ନିଜ ଜମି ଦାନ କଲେ ପ୍ରଧାନମନ୍ତ୍ରୀ ମୋଦୀ, ଜାଣନ୍ତୁ କାହାକୁ ଏବଂ କାହିଁକି?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟର ରାଜଧାନୀ ଗାନ୍ଧିନଗରରେ ଅବସ୍ଥିତ ତାଙ୍କ ଜମିକୁ ନାଦବ୍ରହ୍ମା କଳା କେନ୍ଦ୍ର ପ୍ରତିଷ୍ଠା ପାଇଁ ଦାନ କରିଛନ୍ତି। ଭାରତର ସାଂସ୍କୃତିକ ଐତିହ୍ୟ ପ୍ରତି ତାଙ୍କର ସମ୍ମାନ ଏବଂ ପ୍ରତିବଦ୍ଧତା ପ୍ରକାଶ କରି ପ୍ରଧାନମନ୍ତ୍ରୀ ମୋଦୀ ଏହି ଜମି ଦାନ କରିଛନ୍ତି। ଏହି ଜମି ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଦିବଙ୍ଗତ ବିଜେପି ନେତା ଅରୁଣ ଜେଟଲୀଙ୍କୁ ଦିଆଯାଇଥିଲା। ତେବେ ସଂଗୀତ ପରମ୍ପରାକୁ ପ୍ରୋତ୍ସାହିତ ତଥା ସଂରକ୍ଷଣ କରିବା ପାଇଁ ପିଏମ ମୋଦୀ ଏହାକୁ ଦାନ କରିଛନ୍ତି।

ପିଏମ ମୋଦୀଙ୍କ ଦ୍ୱାରା ଦାନ କରାଯାଇଥିବା ଜମି ଗାନ୍ଧିନଗରର ସେକ୍ଟର -୧ ରେ ଅବସ୍ଥିତ। ବର୍ତ୍ତମାନ ଏଠାରେ ନାଦବ୍ରହ୍ମା କଳା କେନ୍ଦ୍ର ପ୍ରତିଷ୍ଠା ହେବ, ଯାହା ସଙ୍ଗୀତ କ୍ଷେତ୍ରର ଉନ୍ନତି ପାଇଁ ଏକ କୋଠା ହେବ। ଏହି ଜମି ସରକାରଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବିଜେପି ନେତା ଅରୁଣ ଜେଟଲୀଙ୍କୁ ହସ୍ତାନ୍ତର କରାଯାଇଥିଲା। ତେବେ ବର୍ତ୍ତମାନ ଏହାକୁ ମାନମନ୍ଦିର ଫାଉଣ୍ଡେସନକୁ ହସ୍ତାନ୍ତର କରାଯାଇଛି, ଯାହାକି ନାଦବ୍ରହ୍ମା ପ୍ରତିଷ୍ଠାନ ପ୍ରତିଷ୍ଠା ଦାୟିତ୍ଵ ତୁଲାଉଛି। ଫାଉଣ୍ଡେସନ ଏଠାରେ ଏକ ଉତ୍ତମ କଳା କେନ୍ଦ୍ର ନିର୍ମାଣ କରିବ।

ନାଡବ୍ରହ୍ମା କଳା କେନ୍ଦ୍ର ୧୬ ମହଲା ବିଶିଷ୍ଟ ହେବ:

ନିକଟରେ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଏବଂ ଗୁଜରାଟ ବିଜେପି ମୁଖ୍ୟଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦୀ ଦାନ କରିଥିବା ଜମିରେ ଭୁମି ପୂଜନ କରାଯାଇଥିଲା। ଏହି ଶୁଭ ଅବସରରେ ପ୍ରସ୍ତାବିତ ନାଦବ୍ରହ୍ମା କେନ୍ଦ୍ରର ନିର୍ମାଣ ପ୍ରକ୍ରିୟା ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିଲା। ନାଦବ୍ରହ୍ମା କେନ୍ଦ୍ରରେ ୧୬ ମହଲା ରହିବ। ଏହା ସମାପ୍ତ ହେବା ପରେ ନାଦବ୍ରହ୍ମା କେନ୍ଦ୍ର ଗାନ୍ଧିନଗର ଭାରତୀୟ ସଂଗୀତ କଳା କ୍ଷେତ୍ରରେ ଏକ ପ୍ରମୁଖ ହବ୍ ଭାବରେ ପ୍ରତିଷ୍ଠା କରିବ, ଯେଉଁଥିରେ ଇନୋଭେସନ ଏବଂ କଳା କ୍ଷେତ୍ରରେ ସର୍ବୋତ୍ତମ ପ୍ରଦର୍ଶନ ହେବ।

Categories
ଆଜିର ଖବର

ଗାନ୍ଧୀନଗରରେ ଶାହାଙ୍କ ରୋଡ୍‌ ଶୋ

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଗୁଜୁରାଟର ଗାନ୍ଧୀନଗରରେ ଏକ ରୋଡ ଶୋ କରିଛନ୍ତି। ଦଳର ୩୯ ତମ ପ୍ରତିଷ୍ଠା ଦିବସ ଅବସରରେ ଶାହା ଏକ ବିଶାଳ ରୋଡ ଶୋ କରିଛନ୍ତି। ଅହମ୍ମଦାବାଦର ସର୍ଖେଜ୍‌ରୁ ଜନସଂଘ ପ୍ରତିଷ୍ଠାତା ଦୀନ ଦୟାଲ ଉପାଧ୍ୟାୟ ଏବଂ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ରୋଡ ଶୋ ଆରମ୍ଭ କରିଥିଲେ ଶାହା। ଏକ ଖୋଲା ଜିପ୍‌ରେ ରୋଡ ଶୋ କରୁଥିବା ଶାହାଙ୍କୁ ସହାୟତା କରିଥିଲେ ବିଜେପି ରାଜ୍ୟ ସଂଘ ସଭାପତି ଜିତୁ ଭଗ୍‌ନାନୀ। ରୋଡ ଶୋ ସମୟରେ ଶାହା କହିଥିଲେ ଯେଉଁ କାଶ୍ମୀରର ଶ୍ରୀ ମୁଖାର୍ଜୀ ପ୍ରାଣ ତ୍ୟାଗ କରିଥିଲେ ତାହା ଆମର ଏବଂ ସମ୍ପୂର୍ଣ୍ଣ ଭାବେ ଆମର। ଏହି ରୋଡ୍‌ ଶୋରେ ଶାହା  ପଶ୍ଚିମ ଅହମଦାବାଦର ବହୁତ ଅଞ୍ଚଳ ଅତିକ୍ରମ କରିଛନ୍ତି। ବେଜଲପୁର, ପ୍ରହ୍ଲାଦନଗର, ଜୀବରାଜ ପାର୍କ, ମାନସୀ କ୍ରସ୍‌ ରୋଡ୍‌ ଅତିକ୍ରମ କରି ବସ୍ତ୍ରପୁରର ହଭେଲିରେ ଶେଷ ହେବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ ଯେ, ଏହି ଆସନରେ ଲାଲକୃଷ୍ଣ ଆଡଭାନୀଙ୍କ ବଦଳରେ ଶାହା ପ୍ରାର୍ଥୀ ହୋଇଥିବା ବେଳେ ୧୯୯୮ରୁ ଆଡଭାନୀ କ୍ରମାଗତ ଭାବରେ ଏହି ଆସନରୁ ସାଂସଦ ରହି ଆସିଥିଲେ।

( ମୋବାଇଲ୍ ରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଡାଇନଲୋଡ ପରେ ଇଂରାଜୀ କିମ୍ବା ଓଡିଆ ଭାଷା ବାଛି ସବମିଟ୍ କରନ୍ତୁ, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି ଖବର ପରେ ଖବର ପଢି ଚାଲନ୍ତୁ। )