ଲହାେର: ମଣିଷ ଦୁନିଆର ସର୍ବଶ୍ରେଷ୍ଠ ପ୍ରାଣୀ। କିନ୍ତୁ ତା’ ଭିତରେ ରହିଥିବା କୁତ୍ସିତ ମାନସିକତା ତାକୁ ପଶୁଠାରୁ ବି ହୀନ କରି ଦେଉଛି। ମଣିଷ ନିଜର ଯୌନଲାଳସା ଚରିତାର୍ଥ କରିବାକୁ କେତେ ତଳକୁ ଖସିପାରେ, ତାହା ସୀମା ବାହାରେ। ମଣିଷ ଓ ପଶୁ ମଧ୍ୟରେ ପ୍ରଭେଦକୁ ମଧ୍ୟ ସେ ଭୁଲିଯାଏ। ଜାନ୍ତବ କ୍ଷୁଧାର ବର୍ବରତାର ଦୃଶ୍ୟ ଦେଖିବାକୁ ମିଳିଛି। ଏହିପରି ଏକ ମାମଲା ପାକିସ୍ତାନର ଲାହୋରରୁ ଆସିଛି। ଏଠାରେ ଏକ ବିଲେଇ ଛୁଆକୁ ୧୫ ବର୍ଷର ବାଳକ ଓ ତା’ର କେଇଜଣ ସାଥୀ ସାମୂହିକ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି। ସପ୍ତାହେ ପର୍ଯ୍ୟନ୍ତ ବିଲେଇ ସହ ଏପରି କୁକର୍ମ କରିବା ପରେ ବିଲେଇ ଛୁଆର ମୃତ୍ୟୁ ହୋଇଛି।
ପାକିସ୍ତାନରେ ପଶୁ ସୁରକ୍ଷା ଏବଂ ଅଧିକାର ଉପରେ କାର୍ଯ୍ୟରତ ଥିବା ଅଧିକାରୀ ଜଣକ ଏ ଘଟଣା କୁ ନିଜର ଫେସବୁକ ହ୍ୟାଣ୍ଡଲରେ ପୋଷ୍ଟ କରିବା ପରେ ଏପରି ଏକ ଜଘନ୍ୟ ଘଟଣା ସାମ୍ନାକୁ ଆସିଥିଲା। ଉକ୍ତ ଅଧିକାରୀଙ୍କ କହିବା ମୁତବକ ଦୁଷ୍କର୍ମ ଯୋଗୁଁ ମରିଥିବା ବିଲେଇ ଛୁଆକୁ ଉକ୍ତ ନାବାଳକ ପରିବାର କିଣିଥିଲେ। ଉକ୍ତ ନାବାଳକ ଏବଂ ତାର କେତେକ ସାଥି ମିଶି ବିଲେଇକୁ ସପ୍ତାହେ ଯାଏଁ ଦୁଷ୍କର୍ମ କରିଥିଲେ। ଏପରି କରିବା ଦ୍ଵାରା ବିଲେଇଟି ଗୁରୁତର ହୋଇ ପଡିଥିଲା। ତାର କ୍ଷତ ସ୍ଥାନ ରୁ ରକ୍ତ ବାହାରୁଥିଲା। ସେଥି ପାଇଁ ସେ ଖାଇବା, ଶୋଇବା ଏବଂ ଚାଲିବା କୁ ଅସମର୍ଥ ଥିଲା। ଯେତେବେଳେ ତାକୁ ଡାକ୍ତର ପାଖକୁ ନିଆଯାଇ ପରୀକ୍ଷା କରା ଗଲା ଡାକ୍ତର ଦେଖିବାକୁ ପାଇଲେ ଯେ ବିଲେଇର ଗୁପ୍ତାଙ୍ଗରେ ଶୂକ୍ରାଣୁ ଏବଂ ରକ୍ତ ଠୁଳ ହୋଇ ଥିଲା। ଚିକିତ୍ସିତ ହେଉଥିବା ଅବସ୍ଥାରେ ହିଁ ବିଲେଇଟିର ମୃତ୍ୟୁ ହୋଇ ଯାଇଥିଲା।
ତେବେ ନାବାଳକ ଓ ତାଙ୍କ ସାଥୀଙ୍କର ଏପରି କାଣ୍ଡ କାରନାମା ଆମ ଅସୁସ୍ଥ ମାନସିକତାର ଏକ ଉଦାହରଣ ମାତ୍ର। ନିକଟରେ ପୁନାଠାରେ ମଧ୍ୟ ଏକ ମାଈ କୁକୁର ସହିତ ଦୁଷ୍କର୍ମ ହୋଇଥିବାର ଘଟଣା ସାମ୍ନାକୁ ଆସିଥିଲା। ଆଜିର ସମୟରେ ନିଜେ ସୁସ୍ଥ ରହିବା ସହିତ ମାନସିକ ଭାବରେ ଶାନ୍ତି ଓ ସୁସ୍ଥ ରହିବା ପାଇଁ ପ୍ରଚେଷ୍ଟା କରିବା ନିତାନ୍ତ ଆବଶ୍ୟକତା। (ଏଜେନ୍ସି)