Categories
ଆଜିର ଖବର ରାଜ୍ୟ ଖବର

ଭାମ୍ର୍ୟମାଣ ଚିକିତ୍ସା କେନ୍ଦ୍ର ଭ୍ୟାନ୍‌ର ଶୁଭାରମ୍ଭ କଲେ ଗଞ୍ଜାମ ଜିଲ୍ଲାପାଳ

ହେମାଙ୍ଗ ପ୍ରସାଦ ରାଉଳ

ଛତ୍ରପୁର : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଆଜି 5ଗୋଟି ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ର ଭ୍ୟାନ୍‌ର ଶୁଭାରମ୍ଭ କରିଛନ୍ତି । ଟାଟା ଷ୍ଟିଲ୍‌ ଏସ.ଇ.ଜେଡ୍‌ ଯୋଜନାରୁ ଏହି 5ଟି ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ର ଜିଲ୍‌ଲା ପ୍ରଶାସନ ଦ୍ବାରା ପରିଚାଳନା କରାଯିବ । ଏହି ଭ୍ରାମ୍ୟମାଣ ମୋବାଇଲ୍‌ ସେବାରେ ଡାକ୍ତର, ଫାର୍ମାସିଷ୍ଟ, ସ୍ବାସ୍ଥ୍ୟକର୍ମୀ ସେବା ଯୋଗାଇବେ । ଟାଟା ଦ୍ବାରା ପ୍ରଦତ୍ତ ଏହି 5 ଗୋଟି ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ର ଭ୍ୟାନ୍‌ଗୁଡିକରେ ଅକ୍ସିଜେନ୍‌ ସୁବିଧା ରହିଛି । ଏହା ମୋବାଇଲ୍‌ କ୍ଲିନିକ୍‌ ଭଳି କାର୍ଯ୍ୟ କରିବ । ସାଧାରଣ ଚିକିତ୍ସା ମଧ୍ୟ ଏହି ଭ୍ୟାନ୍‌ରୁ ମିଳିପାରିବ ବୋଲି ଜିଲ୍ଲାପାଳ ଅବଗତ କରାଇଥିଲେ । ଛତ୍ରପୁର, ଭଞ୍ଜନଗର ଓ ବ୍ରହ୍ମପୁର ଉପଖଣ୍ଡକୁ ଗୋଟିଏ ଲେଖାଏଁ ଭ୍ୟାନ୍‌ ଓ ବ୍ରହ୍ମପୁର ମହାନଗର ଅଞ୍ଚଳବାସୀଙ୍କ ନିମେନ୍ତ ଦୁଇଗୋଟି ଭ୍ୟାନ୍‌ ସେବା ଯୋଗାଇଦେବ ।

ପଞ୍ଚାୟତ ସ୍ତରରେ 89ଟି ଅକ୍ସିଜେନ୍‌ ସୁବିଧା ଥାଇ 33 ଗୋଟି ଭ୍ୟାନ୍‌ ସହ ଶବ ବୋହିନେବା ଦିଗରେ 11ଟି ସମୁଦାୟ 133 ଗୋଟି ଆମ୍ବୁଲାନ୍ସ ସେବା ଜିଲ୍ଲାରେ ପୂର୍ବରୁ ଯୋଗାଇ ଦିଆଯାଇଛି । ଗତ ଜୁଲାଇ 13 ତାରିଖଠାରୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ଆମ୍ବୁଲାନ୍ସ ପରିଚାଳନା କେନ୍ଦ୍ର ଖୋଲା ଯାଇ ସେବା ପ୍ରଦାନ କରାଯାଉଛି । ଏଯାବତ୍‌ 201 ଗୋଟି ସେବା ପ୍ରଦାନ କରାଯାଇଥିବା ଆଞ୍ଚଳିକ ପରିବହନ ଅଧିକାରୀ ସଞ୍ଜୟ କୁମାର ବିଶ୍‌ବାଳ ସୂଚନା ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ଟାଟା ଷ୍ଟିଲ୍‌ ଫାଉଣ୍ଡେସନ୍‌ର ବରିଷ୍ଠ ପରିଚାଳକ ସଂଜୀବ କୁମାର ସାହୁ, କାର୍ଯ୍ୟନିର୍ବାହୀ ଅଧିକାରୀ କିଶୋର କୁମାର ପରିଡା, ମୁଖ୍ୟ ସ୍ବାସ୍ଥ୍ୟ ପରିଚାଳକ ନରସିଂହ ସାହୁ ଉପସ୍ଥିତ ଥିଲେ ।

Categories
ଆଜିର ଖବର ଜାତୀୟ ଖବର ବ୍ୟକ୍ତିତ୍ୱ

କୋଭିଡ ଯୋଦ୍ଧାଙ୍କ ଆଦର୍ଶ ପାଲଟିଲେ ଗଂଜାମ ଜିଲ୍ଲାପାଳ, କୋଭିଡ କେୟାର କେନ୍ଦ୍ରର ଖାଦ୍ୟ କଲେ ପରୀକ୍ଷା

ଭୁବନେଶ୍ବର, ବର୍ତ୍ତମାନ ସାରା ଗଂଜାମ ଜିଲ୍ଲାରେ କୋଭିଡ19 ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏପରିକି ସ୍ଥାନୀୟ ଲୋକଙ୍କ ସହିତ କୋଭିଡ ଯୋଦ୍ଧାଙ୍କୁ ମଧ୍ୟ ଏହି ଭୂତାଣୁ ଆକ୍ରାନ୍ତ କରିବାରେ ଲାଗିଛି। ଏପରି ପରିସ୍ଥିତିରେ କୋଭିଡ ମୁକାବିଲା କରିବା ପାଇଁ କୋଭିଡ ଯୋଦ୍ଧାଙ୍କ ଆଦର୍ଶ ପାଲଟିଛନ୍ତି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ। ନିଜେ ଘରୁ ବାହାରି ବିଭିନ୍ନ କୋଭିଡ କେୟାର କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏଥିସହିତ ସେଠାରେ କିପରି ଖାଦ୍ୟ ପ୍ରଦାନ କରାଯାଉଛି ତାହା ମଧ୍ୟ ପରୀକ୍ଷା କରୁଛନ୍ତି।
ଜିଲ୍ଲାପାଳ ଗତକାଲି ଗଂଜାମ ଜିଲ୍ଲାର ସୀତାପାଲ୍ଲୀରେ ଥିବା କୋଭିଡ କେୟାର କେନ୍ଦ୍ରକୁ ପରିଦର୍ଶରେ ଯାଇଥିଲେ। ସେଠାରେ ନିଆଯାଇଥିବା ପଦକ୍ଷେପ ଉପରେ ତଦାରଖ କରିଥିଲେ। ଏପରିକି କେନ୍ଦ୍ରରେ ଥିବା ଲୋକମାନଙ୍କୁ କିପରି ଖାଦ୍ୟ ଦିଆଯାଉଛି ତାହା ମଧ୍ୟ ପରୀକ୍ଷା କରିଥିଲେ। ସନ୍ଦିଗ୍ଧ ରୋଗୀଙ୍କ ପାଇଁ ପ୍ରସ୍ତୁତ ଖାଦ୍ୟ ଖୋଦ୍ ଜିଲ୍ଲାପାଳ ଖାଇବେ ବୋଲି କାହାର ବିଶ୍ବାସ ନ ଥିଲା। କାରଣ ଏହି ଭୂତାଣୁ କେଉଁବାଟେ କିପରି ଦେହ ଭିତରକୁ ପ୍ରବେଶ କରେ ତାହା କହି ହେବ ନାହିଁ। ହେଲେ ଜିଲ୍ଲାପାଳ ତାହା ଭୃକ୍ଷେପ ନ କରି ଏପରି ପରୀକ୍ଷା କରିବା ସେଠାକାର କୋଭିଡ ଯୋଦ୍ଧାଙ୍କ ମନୋବଳକୁ ଦୃଢ କରିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଘରେ ବସି ଡାକ୍ତରଙ୍କ ପରାମର୍ଶ ନେବା ପାଇଁ ଗଂଜାମ ଜିଲ୍ଲା ପ୍ରଶାସନ ଜାରି କଲା 24 ଜଣିଆ ଡାକ୍ତର ତାଲିକା

ଗଂଜାମ, ବର୍ତ୍ତମାନ ଲକଡାଉନ ଅବସ୍ଥାରେ ଥଣ୍ଡାକାଶ ପରି ରୋଗ ହେଲେ ଡାକ୍ତରଙ୍କୁ ଦେଖା କରିବା ଅସମ୍ଭବ। ହେଲେ ଏହି ସମସ୍ୟାକୁ ଦୂର କରିବା ପାଇଁ ଗଂଜାମ ଜିଲ୍ଲା ପ୍ରଶାସନ ତରଫୁ ନିଆଯାଇଛି ଏକ ନୂଆ ପଦକ୍ଷେପ। ଯଦି ଆପଣ ସାମାନ୍ୟ ଥଣ୍ଡାକାଶ କିମ୍ବା ଅନ୍ୟ କିଛି ଅସୁସ୍ଥତା ଅନୁଭବ କରୁଛନ୍ତି ତେବେ ସିଧା ଡାକ୍ତରଙ୍କୁ ଫୋନ କରନ୍ତୁ। ସେଥିପାଇଁ ଜିଲ୍ଲା ପ୍ରଶାସନ 24 ଜଣିଆ ଡାକ୍ତରୀ ଦଳର ନାମ ଏବଂ ଫୋନ ନମ୍ବର ପ୍ରକାଶ କରିଛି।

ଏଥିରେ କୁହାଯାଇଛି ଯେ, କରୋନା ସମ୍ବନ୍ଧିୟ ରୋଗ ନ ଥିଲେ ଡାକ୍ତରଖାନା ଆସି ଅଯଥା ଭିଡ କରନ୍ତୁ ନାହିଁ। ଯଦି କୌଣସି ରୋଗରେ ଡାକ୍ତରଙ୍କ ପରାମର୍ଶ ଆବଶ୍ୟକ ତେବେ ଏହି ନମ୍ବରରେ ଡାକ୍ତରଙ୍କୁ ଫୋନ କରି ପରାମର୍ଶ ନିଅନ୍ତୁ ବୋଲି ଏହି ତାଲିକାରେ ପ୍ରକାଶ କରାଯାଇଛି। ଏପରିକି ଆପଣ ହ୍ୱାଟସପ ମାଧ୍ୟମରେ ପରାମର୍ଶ ନେଇପାରିବେ ବୋଲି ମଧ୍ୟ କୁହାଯାଇଛି।

ଗଂଜାମ ଜିଲ୍ଲା ପ୍ରଶାସନ ତରଫରୁ ଯେଉଁ ଡାକ୍ତରୀ ଦଳର ତାଲିକା ଫୋନ ନମ୍ବର ଏବଂ ହ୍ବାଟସପ ନମ୍ବର ଦିଆଯାଇଛି ତାହା ହେଲା.

Categories
ଆଜିର ଖବର

ଏଣିକି ବିଦ୍ୟାଳୟରେ ରହିବ ପାଣି ପିଇବା ପାଇଁ ସ୍ବତନ୍ତ୍ର ସମୟ ନିର୍ଘଣ୍ଟ

ଗଞ୍ଜାମ, ୨୭/୧୧: (ସମୀକ୍ଷା ବ୍ୟୁରୋ) : ଆଜିର ଶିଶୁ ଆଗାମୀ କାଲିର ଭବିଷ୍ୟତ। ଉତ୍ତମ ସ୍ବାସ୍ଥ୍ୟ ତଥା ଶିକ୍ଷା ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତରେ ସଫଳ ଭାବେ ଗଢି ତୋଳିଥାଏ। ସରକାରୀସ୍ତରରେ ଶିକ୍ଷାର ମାନ ବୃଦ୍ଧି ପାଇଁ ବିଶେଷ ପ୍ରଚେଷ୍ଟା କରାଯାଉଛି। ତେବେ ଶିକ୍ଷା ସହିତ ଶିକ୍ଷାର୍ଥୀଙ୍କ ସ୍ବାସ୍ଥ୍ୟକୁ ବିଶେଷ ଧ୍ୟାନ ଦିଆଯାଉଛି। ଗଞ୍ଜାମର ଜିଲ୍ଲାପାଳ ଶିକ୍ଷା ସହ ସ୍ବାସ୍ଥ୍ୟକୁ ଧ୍ୟାନରେ ରଖି ଏକ ଅଭିନବ ପ୍ରୟାସର ଆରମ୍ଭ କରିଛନ୍ତି। ସ୍କୁଲରେ ଶିକ୍ଷା ଦାନ ପାଇଁ ରହିଥିବା ସମୟ ନିର୍ଘଣ୍ଟ ମଧ୍ୟରେ ଏବେ ପାଣି ପିଇବା ଲାଗି ମଧ୍ୟ ସମୟ ନିର୍ଘଣ୍ଟ ସ୍ଥିର ହୋଇଛି। ଏହି ପରିପ୍ରେକ୍ଷୀରେ ‘ପାଣି ପିଅନ୍ତୁ,ସୁସ୍ଥ ରୁହନ୍ତୁ’ କାର୍ଯ୍ୟକ୍ରମ ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ନିଦ୍ଧାର୍ରିତ ସମୟ ନିର୍ଘଣ୍ଟରେ ପାଣି ପିଇବା ସକାଶେ ଦିନକୁ ୩ଥର ସ୍ବତନ୍ତ୍ର ବେଲ ଯୋଡି ହୋଇଯାଇଛି। ସୋମବାରରୁ ଶୁକ୍ରବାର ଦିନ ଯଥାକ୍ରମେ ୧୧ଟା ୪୦ମି., ୧ଟା ୩୦ମି. ଏବଂ ୩ଟା ୧୫ମି.ରେ ବେଲ୍ ବାଜିବା ବେଳେ ଶନିବାର ଦିନ ସକାଳ ୮ଟା,୯ଟା ୩୦ମି. ଏବଂ ୧୦ଟା ୫୦ମି. ଯଥାକ୍ରମେ ବେଲ୍ ବାଜିବା ନେଇ ନିର୍ଦ୍ଦେଶ ଜାରୀ ହୋଇଛି।ଯାହା ଫଳରେ ଛାତ୍ରଛାତ୍ରୀ ନିଜେ ସାଥିରେ ନେଉଥିବା ପାଣି ବୋତଲ କିମ୍ବା ବିଦ୍ୟାଳୟରେ ଉପଲବ୍ଧ ଥିବା ପାଣି ପିଇବା ପାଇଁ ବ୍ୟବସ୍ଥା କରାଯାଇଛି।

ଜଳ ହିଁ ଜୀବନ ଅଟେ। ମାନବ ସମେତ ସମସ୍ତ ପ୍ରାଣୀ ଓ ଉଦ୍ଭିଦ ଜୀବନ ଧାରଣ ପାଇଁ ଜଳ ଆବଶ୍ୟକ କରନ୍ତି। ଶରୀରର ଆଭ୍ୟନ୍ତରୀଣ ରାସାୟନିକ ପ୍ରତିକ୍ରିୟା ଓ ରକ୍ତର ପ୍ରମୁଖ ଅଂଶ ଭାବେ କାମ କରିଥାଏ ଜଳ। ଅଧୁନା ସମାଜରେ ଛାତ୍ରଛାତ୍ରୀ ନିଜ ଶରୀରର ସଠିକ୍ ଯତ୍ନ ନନେବା ଓ ଆବଶ୍ୟକ ମୁତାବକ ଜଳ ନ ପିଇବା ଦ୍ବାରା ବିଭିନ୍ନ ପ୍ରକାରର ରୋଗରେ ଆକ୍ରାନ୍ତ ହେବା ସହିତ ସ୍ବାସ୍ଥ୍ୟ କ୍ଷେତ୍ରରେ ବିଭିନ୍ନ ସମସ୍ଯା ପରିଲକ୍ଷିତ ଦେଖାଯାଉଛି।ଯାହା ଫଳରେ ଛାତ୍ରଛାତ୍ରୀ ଶିକ୍ଷା ପ୍ରତି ଉତ୍ସାହ ଓ ସକ୍ରିୟତା ଧିରେଧିରେ ହ୍ରାସ ପାଇବା ଚିତ୍ର ସାମ୍ନାକୁ ଆସୁଛି। ତେଣୁ ଶିକ୍ଷା ସହିତ ଛାତ୍ରଛାତ୍ରୀଙ୍କ ଶାରିରୀକ, ମାନସିକ ସ୍ତରରେ ଉତ୍ତମ ଉତ୍କୃଷ୍ଟ ସୁସ୍ଥ ମନୋବଳ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଗଞ୍ଜାମର ଜିଲ୍ଲାପାଳ ବିଜୟ କୁଲାଙ୍ଗେ ବିଦ୍ୟାଳୟରେ ପାଣି ପିଇବା ସମୟ ନିର୍ଘଣ୍ଟ ସ୍ବରୂପ ଏକ ଅଭିନବ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ବୁଦ୍ଧିଜୀବୀ, ଶିକ୍ଷାବିତ୍‌, ଅଭିବାବକ୍‌ ମହଲରେ ବେଶ୍‌ ପ୍ରଶଂସା କରାଯାଇଛି।