Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଟିକେଟ ନ ମିଳିବ ପରେ ତାତିଲେ ଗମାଙ୍ଗ ପରିବାର ଓ ଜୟରାମ ପାଙ୍ଗି, ଆଣିଲେ ବଡ ଅଭିଯୋଗ

ଭୁବନେଶ୍ବର: କଂଗ୍ରେସ ତାହାର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ କୋରାପୁଟ ଓ ନବରଂଗପୁର ସବୁ ଆସନରେ ଦଳ ପ୍ରାର୍ଥୀ ଦେଇସାରିଛି। ହେଲେ ସେହି ଅଞ୍ଚଳରେ ଟିକେଟ ଆଶାୟୀ ଥିବା ଗିରିଧର ଗମାଙ୍ଗ ପରିବାର କିମ୍ବା ଜୟରାମ ପାଙ୍ଗିଙ୍କୁ କୌଣସି ସ୍ଥାନରେ ଟିକେଟ ମିଳି ନାହିଁ। ଏହାକୁ ନେଇ ଖପ୍ପା ହୋଇଛନ୍ତି ଗମାଙ୍ଗ ପରିବାର ଏବଂ ପାଙ୍ଗୀ।

ଏକ ଅଭିଯୋଗ କରି ଗିରିଧର ଗମାଙ୍କଙ୍କ ପୁଅ ଶିଶିର ଗମାଙ୍ଗ କଂଗ୍ରେସ ସଭାପତିଙ୍କ ବିରୋଧରେ ଏକ ବଡ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, କଂଗ୍ରେସ ହାରିବା ପାଇଁ ସଭାପତି ବଡ ଡିଲ କରିଛନ୍ତି। ସେଥିପାଇଁ ଆମକୁ ଟିକେଟ ମିଳିଲା ନାହିଁ ବୋଲି ଶିଶିର କହିଛନ୍ତି। ତେବେ ଏହାକୁ ଖଣ୍ଡନ କରିଛନ୍ତି ନିଜେ ସଭାପତି ଶରତ ପଟ୍ଟନାୟକ।

ଶିଶିର ନବରଂଗପୁର ଲୋକସଭା ପାଇଁ ଆଶାୟୀ ଥିବା ବେଳେ କୋରାପୁଟର କୌଣସି ବିଧାନସଭା ଆସନରୁ ଗିରିଧର ଗମାଙ୍ଗ ଆଶାୟୀ ଥିଲେ। ସେହିପରି ଜୟରାମ ପାଙ୍ଗି ମଧ୍ୟ ଟିକେଟ ପାଇବେ ବୋଲି ଆଶା କରିଥିଲେ। ଉଭୟ ବିଜେପି ଛାଡି ନିକଟରେ କଂଗ୍ରେସରେ ପୁଣି ଥରେ ସାମିଲ ହୋଇଥିଲେ। ହେଲେ କଂଗ୍ରେସରେ ମଧ୍ୟ ସେମାନେ ନିରାଶ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କଂଗ୍ରେସରେ ଯୋଗ ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ପୂର୍ବତନ ସାଂସଦ ସଞ୍ଜୟ ଭୋଇ

ଭୁବନେଶ୍ଵର: ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ କଂଗ୍ରେସରେ ଯୋଗ ଦେଇଛନ୍ତି। ତାଙ୍କ ସହ ପତ୍ନୀ ହେମା ଗମାଙ୍ଗ ଏବଂ ପୁଅ ଶିଶିର ଗମାଙ୍ଗ କଂଗ୍ରେସରେ ସାମିଲ ହୋଇଥିବା ବେଳେ ବରଗଡ଼ର ପୂର୍ବତନ ସାଂସଦ ସଞ୍ଜୟ ଭୋଇ ମଧ୍ୟ ହାତ ଧରିଛନ୍ତି। ସମସ୍ତ ନେତା ନୂଆଦିଲ୍ଲୀ ସ୍ଥିତ ଏଆଇସିସି କାର୍ଯ୍ୟାଳୟରେ ଏଆଇସିସି କୋଷାଧ୍ୟକ୍ଷ ଅଜୟ ମାକେନ୍ ଏବଂ ଓଡିଶା ପ୍ରଭାରୀ ଡ. ଅଜୟ କୁମାରଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି।