Categories
ଆଜିର ଖବର ରାଜ୍ୟ ଖବର

ବିଜେଡ଼ି ସରକାର ଗଠନ କରିବା ମନ୍ତବ୍ୟ ପରେ ଜବାବ ଦେଲା ବିଜେପି: କହିଲା, ଦିନରେ ସ୍ଵପ୍ନ ଦେଖିବା ବନ୍ଦ କର

ଭୁବନେଶ୍ଵର: କଂଗ୍ରେସ ସହ ବିଜେଡ଼ି ମିଶି ରାଜ୍ୟରେ ସରକାର ଗଠନ କରିବ ସାଂସଦ ଦେବାଶିଷ ସାମନ୍ତରାୟ ଏକ ସଭାରେ କହିଛନ୍ତି। ତେବେ ସାଂସଦଙ୍କ ଏଇ ବକ୍ତବ୍ୟ ଉପରେ ବିଜେପି ନେତା ଗୋଲଖ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି।

ଗୋଲଖ କହିଛନ୍ତି ଯେ, ”ଦିନରେ ଶୋଇ ଦେବାଶିଷ ସ୍ୱପ୍ନ ଦେଖୁଛନ୍ତି। ଏମିତି ସ୍ୱପ୍ନ ଦେଖିବା ବନ୍ଦ କରିବା ପାଇଁ ମୁଁ ଉପଦେଶ ଦେଉଛି। ୨୪ ବର୍ଷରେ ବିଜେଡି ଯାହା କରିନଥିଲା, ୧୦୦ ଦିନରେ ବିଜେପି କରିଛି। ତେଣୁ ଏହି ସଫଳତା ବିଜେଡି ନେତାଙ୍କୁ ହଜମ ହେଉନି। ବିଜେଡିର ଘର ଖାଲି ହୋଇଗଲାଣି, ଜଣକ ପରେ ଜଣେ ବିଜେପିକୁ ଆସୁଛନ୍ତି। ତେଣୁ ଏଭଳି ମନ୍ତବ୍ୟ ଦେଇ କର୍ମୀଙ୍କୁ ବଳ ଦେବାକୁ ଚେଷ୍ଟା କଲେ କେବେ ସଫଳ ହେବେନି।”

ଉଲ୍ଲେଖ ଯୋଗ୍ୟ ଯେ, ବିଜେଡି ଖୁବ ଶିଘ୍ର କଂଗ୍ରେସ ସହିତ ମିଶି ରାଜ୍ୟରେ ସରକାର ଗଠନ କରିବ ବୋଲି ଗତକାଲି କୁଜଙ୍ଗର ଏକ କର୍ମି ସମ୍ମିଳନୀରେ ସାଂସଦ ଦେବାଶିଷ ସାମନ୍ତରାୟ କହିଥିଲେ। ଦେବାଶିଷଙ୍କ କହିଥିଲେ ଯେ, କୋର୍ଟରେ ପ୍ରାୟ ୩୦ ଟି ନିର୍ବାଚନ ଅନିୟମିତତା ମାମଲା ଋଜୁ ହୋଇଛି। ସେଥିମଧ୍ୟରୁ ପ୍ରାୟ ୨୦ଟିକୁ କୋର୍ଟ କୁଆଡେ ଗ୍ରହଣ କରିସାରିଛନ୍ତି। ସେଥିମଧ୍ୟରୁ ୭ଟି କିମ୍ବା ୮ ଟିରେ ଆମେ ଜିତିବା ନିଶ୍ଚିତ। ଆଉ ଜିତିବା ପରେ ସେଠାରେ ଉପନିର୍ବାଚନ ହେବ। ଉପନିର୍ବାଚନରେ ବିଜେଡି ଜିତି କଂଗ୍ରେସ ସହିତ ହାତ ମିଳାଇ ସରକାର କରିବ।