Categories
ଅପରାଧ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଚାଞ୍ଚଲ୍ୟ: ନବ ଦାସଙ୍କୁ ହତ୍ୟା କରିବା ପାଇଁ ଆଗରୁ ପାଞ୍ଚ ଥର ଚେଷ୍ଟା କରିଛି ଗୋପାଳ

ଭୁବନେଶ୍ବର: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକଣ୍ଡର ରହସ୍ୟ ଏ ପର୍ଯ୍ୟନ୍ତ ଜଣାପଡି ନ ଥିଲେ ମଧ୍ୟ ଏହା ସହିତ ଜଡିତ କେତେକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିବାରେ ଲାଗିଛି। ଏକ ବିଶେଷ ସୁତ୍ରରୁ ଜଣାପଡିଛି ଯେ, ନବ ଦାସଙ୍କୁ ହତ୍ୟାକରିବା ପାଇଁ ଗୋପାଳ କୁଆଡେ ପଞ୍ଚ ଥର ଚେଷ୍ଟା କରିଛି। ହେଲେ ସବୁଥର ବିଫଳ ହୋଇଛି।

ଏହି ତଥ୍ୟ ଅନୁସାରେ ଗୋପାଳ ଗତ ପନ୍ଦର ଦିନ ମଧ୍ୟରେ ନବ ଦାସଙ୍କ ଗୁଳି କରି ହତ୍ୟା କରିବା ପାଇଁ ପାଞ୍ଚ ଥର ଚେଷ୍ଟା କରିଛି। ଏହି ପାଞ୍ଚ ଥର ସେ ମନ୍ତ୍ରୀଙ୍କ ଝାରସୁଗୁଡାର ସର୍ବବାହଲରେ ଥିବା ବାସ ଭବନ ନିକଟରେ ପଇଁତରା ମାରିଛି। ସେଠାରେ ଥିବା ଲୋକ କିମ୍ବା ଦୋକାନୀଙ୍କୁ ମନ୍ତ୍ରୀ ଘରେ ଅଛନ୍ତି କି ନାହିଁ ପଚାରି ବୁଝିଛି।

ହେଲେ ସୌଭାଗ୍ୟର କଥା ଏହି ପାଞ୍ଚ ଥର ମନ୍ତ୍ରୀ ନବ ଦାସ ଘରେ ନ ଥିଲେ। ଫଳରେ ଗୋପାଳ ଦାସ ଫେରି ଆସିବାକୁ ବାଧ୍ୟ ହୋଇଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଯେ, ଏହି ପାଞ୍ଚ ଥର ସେ ପୁରା ଗୁଳିଭରା ବନ୍ଧୁକ ଧରି ଯାଇଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ, ଯଦି ମନ୍ତ୍ରୀ ଘରେ ଥାଆନ୍ତେ ତେବେ ହୁଏତ ଗୋପାଳ ସେତେବେଳେ ମଧ୍ୟ ନିଶ୍ଚିତ ଗୁଳି କରି ହତ୍ୟା କରି ଥାଆନ୍ତା।

ପାଞ଼୍ଚ ଥର ଫେଲ ହେବା ପରେ ଗୋପାଳ ଅନ୍ୟ ସୁଯୋଗକୁ ଅପେକ୍ଷା କରି ରହିଥିଲା। ମନ୍ତ୍ରୀ ବ୍ରଜରାଜନଗର ଆସୁଥିବାର ଜାଣି ସେ ପୁରା ପ୍ରସ୍ତୁତ ହୋଇ ରହିଥିଲା। ମନ୍ତ୍ରୀ ଆସୁଥିବାରୁ ବ୍ରଜରାଜ ନଗରରେ ପୋଲିସ ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ସେତେବେଳେ ଗୋପାଳଙ୍କୁ ଟ୍ରାଫିକ କ୍ଲିୟରାନସ କରିବା ଦାୟିତ୍ବ ଦିଆଯାଇଥିଲା।

ମନ୍ତ୍ରୀ ବ୍ରଜରାଜନଗର ଗାନ୍ଧୀ ଛକରେ ପହଁଚି କାରରୁ ଓହ୍ଲାଇଲା ବେଳେ ଗୋପାଳ ଗୁଳି ଚାଳନା କରିଥିଲା। ସେ ଭିଡ ଭିତରେ ଲୋକଙ୍କୁ ଠେଲି ମନ୍ତ୍ରୀଙ୍କ କାର ନିକଟକୁ ଆସିଥିଲା। ମନ୍ତ୍ରୀ କାର ଡୋର୍ ଖୋଲି ବାହାରକୁ ବାହାରିବା ବେଳେ ଗୋପାଳ ଗୁଳି ଚାଳନା କରିଛି। ସେ ଯେମିତି ହେଲେ ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରିବ ବୋଲି ମାନସିକ ସ୍ତରରେ ଦୃଢ ନିଷ୍ପତି କରିସାରିଥିଲା।