Categories
ଆଜିର ଖବର ଜାତୀୟ ଖବର

ଗୌତମ ଗମ୍ଭୀରଙ୍କ ପରେ ବର୍ତ୍ତମାନ ବିଜେପି ସାଂସଦ ଜୟନ୍ତ ସିହ୍ନା ମଧ୍ୟ ରାଜନୀତିରୁ ନେଲେ ବିଦାୟ!

ନୂଆଦିଲ୍ଲୀ: ଝାଡଖଣ୍ଡର ହଜାରିବାଗରୁ ବିଜେପି ସାଂସଦ ଜୟନ୍ତ ସିହ୍ନା ସକ୍ରିୟ ରାଜନୀତିରୁ ଅବସର ଘୋଷଣା କରିଛନ୍ତି। ଜୟନ୍ତ ସିହ୍ନା ସୋସିଆଲ ମିଡିଆ ସାଇଟ୍ X ରେ ଏହି ସୂଚନା ଦେଇଛନ୍ତି। ବିଜେପି ପ୍ରାର୍ଥୀଙ୍କ ତାଲିକା ଆସିବା ପୂର୍ବରୁ ନିର୍ବାଚନ ଲଢିବାକୁ ମନା କରିଥିବା ଦ୍ୱିତୀୟ ବିଜେପି ସାଂସଦ ହେଲେ ଜୟନ୍ତ। ପୂର୍ବତନ ଅର୍ଥମନ୍ତ୍ରୀ ଯଶବନ୍ତ ସିହ୍ନାଙ୍କ ପୁଅ ଜୟନ୍ତ ସିହ୍ନା ମଧ୍ୟ ମୋଦୀ ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ଅର୍ଥମନ୍ତ୍ରୀ ହୋଇଥିଲେ।

ଭାରତୀୟ ଜନତା ପାର୍ଟି (ବିଜେପି) ସାଂସଦ ଗୌତମ ଗମ୍ଭୀର ମଧ୍ୟ ଆଜି କହିଛନ୍ତି ଯେ, ତାଙ୍କୁ ରାଜନୈତିକ ଦାୟିତ୍ଵ ମୁକ୍ତ କରିବାକୁ ସେ ଦଳର ନେତୃତ୍ୱଙ୍କୁ ଅନୁରୋଧ କରିଛନ୍ତି, ଯାହା ଦ୍ଵାରା ସେ ଆଗାମୀ କ୍ରିକେଟ୍ ପ୍ରତିଶ୍ରୁତି ଉପରେ ଧ୍ୟାନ ଦେଇ ପାରିବେ।