Categories
ଆଜିର ଖବର ସ୍ବାସ୍ଥ୍ୟ

ନିୟମିତ ପଇଡ ପାଣି ପିଇଲେ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ହୁଏ ବୋଲି ଗବେଷକ କଲେ ପ୍ରମାଣିତ

ନୂଆଦିଲ୍ଲୀ, ପଇଡ ପାଣି ପିଇବା ଦ୍ବାରା ଶରୀର ପ୍ରତି ବେଶ ଭଲ ବୋଲି ବହୁ ଆଗରୁ ସମସ୍ତେ ଜାଣିଛନ୍ତି। ଏପରିକି ଆୟୁର୍ବେଦରେ ମଧ୍ୟ ପଇଡ ପାଣି ପିଇଲେ ଶରୀର ପ୍ରତି ଭଲ ବୋଲି ପ୍ରମାଣିତ ହୋଇଛି। ତେବେ ଏ ସବୁ ଭିତରେ ମଧ୍ୟ ପଇଡ ପାଣିକୁ ନେଇ କିଛି ନା କିଛି ବିଶ୍ବ ଗବେଷଣାଗାରରେ ପରୀକ୍ଷା ନିରୀକ୍ଷା ଚାଲିଛି। ସେହିପରି ପାଇଡ ପାଣିକୁ ନେଇ ଏକ ଚମତ୍କାର ଗବେଷଣା ରିପୋର୍ଟ ଆସିଛି। ତାହା ହେଲା ପଇଡ ପାଣି ନିୟମିତ ପିଇଲେ ଏହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ। ଲଣ୍ଡନରର କେତେକ ଗବେଷକ ଏହା ଉପରେ ଗବେଷଣା କରି ଏହା ନିଶ୍ଚିତ ହୋଇଛନ୍ତି।

ଏ ସଂପର୍କରେ ମେଡିକାଲ ଜର୍ଣ୍ଣାଲରେ ଏକ ରିପୋର୍ଟ ମଧ୍ୟ ପ୍ରକାଶିତ ହୋଇଛି। ଏହି ଗବେଷକମାନେ ପଇଡ ପାଣି ବ୍ୟବହାର କରି କେତେକ ଉଚ୍ଚ ରକ୍ତଚାପ ବ୍ୟକ୍ତିଙ୍କୁ ପରୀକ୍ଷା କରିଥିଲେ। ଆଶ୍ଚର୍ଯ୍ୟ ଭାବେ ସେମାନଙ୍କର ରକ୍ତଚାପ ନିୟନ୍ତ୍ରଣ ଭିତରକୁ ଆସି ଯାଇଥିଲା ବୋଲି ଜଣାପଡିଥିଲା। ଏପରିକି ଏହି ଗବେଷକମାନେ ପଇଡ ପାଣି ଦ୍ବାରା ଶରୀର ଖରାପ କଲୋଷ୍ଟ୍ରଲ ବାହାରକୁ ବାହାର କରିଦିଏ ବୋଲି ଜାଣିବାକୁ ପାଇଥିଲେ। ଏହାଦ୍ବାରା ଶରୀରରେ ଭଲ କଲୋଷ୍ଟ୍ରଲର ମାତ୍ରା ବୃଦ୍ଧି ପାଇଥାଏ ବୋଲି ପରିଲକ୍ଷିତ ହୋଇଥିଲା। ଫଳରେ ଶରୀରରେ ହୃଦରୋଗକୁ ମଧ୍ୟ ନିୟନ୍ତ୍ରଣ କରିଥାଏ ବୋଲି ସ୍ପଷ୍ଟ ହୋଇଥିଲା।