Categories
ଆଜିର ଖବର ରାଜ୍ୟ ଖବର

ଗ୍ରୀନ୍‌ ଜୋନ୍‌ରେ ଗଡିବ ସରକାରୀ ବସ୍‌

ଭୁବନେଶ୍ବର : ଗ୍ରୀନ୍‌ ଜୋନ୍‌ରେ ସରକାରୀ ବସ୍‌ ଗଡିବ ବୋଲି ସୂଚନା ରହିଛି । ଗ୍ରୀନ୍‌ ଜୋନ୍‌ରେ ଓଏସ୍‌ଆରଟିସି ବସ୍‌ ଚଳାଚଳ କରିବ। ଘରୋଇ ବସ୍‌ ମାଲିକ ରାଜି ନ ହେବାରୁ ଗ୍ରୀନ୍‌ ଜୋନ୍‌ରେ ସରକାରୀ ବସ୍‌ ଚାଳିବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ବସ୍‌ ଯାତ୍ରୀଙ୍କୁ ସେବା ଯୋଗାଇ ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ। 50 ପ୍ରତିଶତ ଯାତ୍ରୀ ଏହି ବସ୍‌ରେ ଯାତ୍ରା କରିପାରିବେ ଏବଂ ଯାତ୍ରୀଙ୍କୁ ଦୁଇଗୁଣା ଭଡା ଦେବାକୁ ପଡିବ ବୋଲି କହିଛନ୍ତି ମନ୍ତ୍ରୀ । ଆଜି ସରକାରୀ କର୍ମଚାରୀଙ୍କ ପାଇଁ ଗୋଟିଏ ବସ୍‌ ଚାଲିଥିବାବେଳେ ଆଗକୁ ଅଧିକ ବସ୍‌ ଚାଲିବ । କିନ୍ତୁ ରେଡ୍‌ ଜୋନ୍‌ ଦେଇ କୌଣସି ବସ୍‌ ଯିବନି ବୋଲି କହିଛନ୍ତି ପରିବହନ ମନ୍ତ୍ରୀ।

ଲକ୍‌ ଡାଉନ୍‌ 3.0ରେ କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁସାରେ  ଗ୍ରୀନ୍‌ ଜୋନ୍‌ଗୁଡିକରେ ଆନ୍ତଃ ଜିଲ୍ଲା ଓ ଜିଲ୍ଲା ଭିତରେ ବସ୍‌ ଚଳାଚଳକୁ ଅନୁମତି ଦିଆଯାଇଥିଲା। ଏହାପରେ ରାଜ୍ୟ ସରକାରଙ୍କ ତରଫରୁ ମଧ୍ୟ ଗ୍ରୀନ୍‌ ଜୋନ୍‌ରେ ସର୍ତ୍ତମୂଳକ ବସ୍‌ ଚଳାଚଳ ପାଇଁ ଅନୁମତି ଦିଆଯାଇଥିଲା । କିନ୍ତୁ ପଚାଶ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ୍ ଚଳାଇବା ସମ୍ଭବ ନୁହେଁ ବୋଲି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ କହିଥିଲା । ଖର୍ଚ୍ଚ ଉଠିବନି । ମାଲିକମାନେ କ୍ଷତି ସହିବେ ବୋଲି କହିଥିଲେ ।

ଏହା ପରେ ରାଜ୍ୟ ସରକାର ତରଫରୁ ଗତକାଲି ଗ୍ରୀନ୍‌ ଜୋନ୍‌ରେ ବସ୍‌ ଚାଲିବା ନେଇ ପରିବହନ ମନ୍ତ୍ରୀ ସୂଚନା ଦେଇଥିଲେ। ବସ୍‌ରେ ସାମାଜିକ ଦୂରତ୍ବକୁ ପାଳନ କରାଯିବା ପୂର୍ବକ ବସ୍‌ର କ୍ଷମତା ମୁତାବକ ସିଟ୍‌ରେ ଅଧା ଲୋକେ ବସିବାର ନିର୍ଦ୍ଦେଶ ରହିଥିବାରୁ କ୍ଷତି ହ୍ରାସ ପାଇଁ ଭଡା ଦୁଇଗୁଣା କରାଯିବ ବୋଲି ସୂଚନା ରହିଥିଲା। କିନ୍ତୁ ମାଲିକ ସଂଘ ରାଜି ନ ହେବାରୁ ସରକାରୀ ବସ୍‌ ଚାଲିବ ବୋଲି ସୂଚନା ରହିଛି। ସୂଚନାଯୋଗ୍ୟ, ଆଜି ସରକାରୀ ଚାକିରିଆଙ୍କ ପାଇଁ କଟକରୁ ଭୁବେନଶ୍ବର ଓଏସ୍‌ଆର୍‌ଟିସିର ଗୋଟିଏ ବସ୍‌ ଗଡିଛି ।

Categories
ଆଜିର ଖବର

ରେଡ୍‌ ଜୋନ୍‌ରେ ରହିଲା ରାଜଧାନୀ ଭୁବନେଶ୍ବର

ଭୁବନେଶ୍ବର : ଲକଡାଉନ୍ କଟକଣା ନେଇ କେନ୍ଦ୍ରର ଆଧାରରେ ରାଜ୍ୟ ସରକାର ଗାଇଡଲାଇନ୍ ଜାରି କରିବା ସହିତ ବିଭିନ୍ନ ଜୋନ୍‌ରେ ଜିଲ୍ଲାଗୁଡିକୁ ବର୍ଗୀକରଣ କରିଛନ୍ତି ରାଜ୍ୟ ସରକାର । ରାଜଧାନୀ ଭୁବନେଶ୍ବର ରେଡ୍‌ ଜୋନରେ ରହିଛି । ସେହିପରି ରେଡ୍‌ ଜୋନ୍‌ରେ ରହିଛି ଭଦ୍ରକ, ବାଲେଶ୍ବର, ଯାଜପୁର ଓ ଭୁବନେଶ୍ବର ପୌର ନିଗମ । ଭୁବନେଶ୍ବର ପୌର ନିଗମକୁ ଛାଡି ସମଗ୍ର ଖୋର୍ଦ୍ଧା ଜିଲ୍ଲା ଅରେଞ୍ଜ ଜୋନ୍‌ରେ ରହିଛି ।

ସେହିପରି ଅରେଞ୍ଜ ଜୋନ୍‌ରେ ରହିଛି  ସୁନ୍ଦରଗଡ, କେନ୍ଦ୍ରାପଡା, କୋରାପୁଟ, କେନ୍ଦୁଝର, ଦେବଗଡ଼, ଝାରସୁଗୁଡା, ବଲାଙ୍ଗିର, ଢେଙ୍କାନାଳ, କଳାହାଣ୍ଡି, ଗଞ୍ଜାମ । ଅବଶିଷ୍ଟ 16ଟି ଜିଲ୍ଲା ଗ୍ରୀନ୍‌ ଜୋନ୍‌ରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ଗ୍ରୀନ୍‌ ଜୋନରେ ରହିଛି – ଅନୁଗୁଳ, ବରଗଡ, ବୌଦ୍ଧ, ସମ୍ବଲପୁର, ଗଜପତି, ଜଗତସିଂହପୁର, କନ୍ଧମାଳ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ, ନୂଆପଡା, ରାୟଗଡା, ସୋନପୁର, କଟକ, ପୁରୀ ।