Categories
ଆଜିର ଖବର ଖେଳ ଜାତୀୟ ଖବର

ଆଇପିଏଲ୍ ୨୦୨୪: ଗୁଜୁରାଟ ହାତରୁ ଛଡାଇନେଲା ବିଜୟ, ଅନ୍ତିମ ଓଭରରେ ଜିତିଲା ପଞ୍ଜାବ

ନୂଆଦିଲ୍ଲୀ: ଏପ୍ରିଲ ୪ ତାରିଖରେ ଗୁଜୁରାଟ ଟାଇଟାନ୍ସ ବନାମ ପଞ୍ଜାବ କିଙ୍ଗସ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଗୁଜୁରାଟ ପ୍ରଥମେ ବ୍ୟାଟିଂ କରି ୧୯୯ ରନ୍ ସଂଗ୍ରହ କରିଥିଲା। ଶୁଭମାନ ଗିଲ ୮୯ ରନର ଅପରାଜିତ ଇନିଂସ ଖେଳିଥିବାବେଳେ ରାହୁଲ ତେୱାତିଆ ମଧ୍ୟ ୨୩ ରନ୍ ର ଆକ୍ରମଣାତ୍ମକ ଇନିଂସ ଖେଳିଥିଲେ। ୨୦୦ ରନ୍‌ର ଟାର୍ଗେଟକୁ ପୂରଣ କରିବାକୁ ଆସି ପଞ୍ଜାବ ଦଳ କ୍ରମାଗତ ଭାବେ ୱିକେଟ୍ ହରାଇଥିଲା। କୌଣସି ବଡ ଭାଗିଦାରୀ ହୋଇପାରି ନଥିଲା, କିନ୍ତୁ ଶେଷ ସମୟରେ ପଞ୍ଜାବର ଶଶାଙ୍କ ସିଂ ମ୍ୟାଚକୁ ଫେରାଇ ଆଣିଥିଲେ। ତାଙ୍କ ବ୍ୟତୀତ ଗତ ଓଭରରେ ଇମ୍ପାକ୍ଟ ଖେଳାଳି ଭାବରେ ଆସିଥିବା ଅଶୁତୋଷ ଶର୍ମା ଆକ୍ରମଣାତ୍ମକ ଇନିଂସ ଖେଳି ପଞ୍ଜାବ କିଙ୍ଗସକୁ ୩ ୱିକେଟରେ ଜିତେଇବାରେ ସାହାଯ୍ୟ କରିଥିଲେ।

ଗୋଟିଏ ସମୟରେ ପଞ୍ଜାବ ୭୦ ରନ୍ ରେ ୪ ୱିକେଟ୍ ହରାଇଥିଲା, କିନ୍ତୁ ଏଠାରୁ ଶଶାଙ୍କ ସିଂ ବ୍ୟାଟିଂ ଭାର ନିଜ କାନ୍ଧ ଉପରକୁ ନେଇଥିଲେ। ୩୧ ରନ୍‌ର ଆଶୁତୋଷଙ୍କ ଆକ୍ରମଣାତ୍ମକ ଇନିଂସ ଯୋଗୁଁ ଏହି ମ୍ୟାଚ୍ ପଞ୍ଜାବ ସପକ୍ଷକୁ ଆସିଥିଲା। କିନ୍ତୁ ଶେଷ ଓଭରରେ ତାଙ୍କ ୱିକେଟ୍ ଖସିଯିବା ପରେ ମ୍ୟାଚ ପୁଣି ରୋମାଞ୍ଚକର ହୋଇଥିଲା। ଚତୁର୍ଥ ବଲରେ ଶଶାଙ୍କ ବ୍ୟାଟରୁ ଚାରି ରନ ଆସିଥିଲା ଏବଂ ଏହା ପରେ ପଞ୍ଚମ ବଲରେ ଲେଗ ବାଏ ହେତୁ ପଞ୍ଜାବ ଗୁଜୁରାଟ ମୁହଁରୁ ବିଜୟ ଛଡ଼ାଇ ନେଇଥିଲା।