Categories
ଆଜିର ଖବର ରାଜ୍ୟ ଖବର

ଥାନା ପାଇଁ ଗାଇଡଲାଇନ୍‌ ଜାରି କଲେ ଡିଜିପି

ଭୁବନେଶ୍ବର : କରୋନା ସମୟରେ ଲୋକଙ୍କ ଅଭିଯୋଗ ବୁଝିବାକୁ ଡିଜିପି ଗାଇଡଲାଇନ ଜାରି କରିଛନ୍ତି। କେଉଁଭଳି ଅଭିଯୋଗ ବୁଝିହେବ ସେନେଇ ଗାଇଡଲାଇନ୍‌ ଦେଇଛନ୍ତି ପୋଲିସ୍‌ ଡିଜି। ଲୋକଙ୍କ ଅଭିଯୋଗ ଶୁଣିବାକୁ ଜିଲ୍ଲା ପୋଲିସ୍‌ ମୁଖ୍ୟାଳୟରେ ଏକ କଣ୍ଟ୍ରୋଲ ରୁମ୍‌ ରହିବ। ସେହିପରି ଜିଲ୍ଲା ପୋଲିସ୍‌ କଣ୍ଟ୍ରୋଲ୍‌ ରୁମ୍‌ ନମ୍ବର ଟୁଇଟର, ଫେସବୁକ୍‌ରେ ଦିଆଯିବ।

ପ୍ରତିଥାନାର ଲ୍ୟାଣ୍ଡଲାଇନ ନମ୍ବର ବି ସୋସିଆଲ ମିଡିଆରେ ଦିଆଯିବ। ଥାନାକୁ ଫୋନ୍‌ରେ ଆସୁଥିବା ଅଭିଯୋଗର ତଦାରଖ କରିବେ ଏସ୍‌ପି, ଡିଏସ୍‌ପି। ଲୋକଙ୍କ ଆପତ୍ତି ଶୁଣିବୁ ସବୁ ଥାନାରେ ରିସେପସନ୍‌ କାଉଣ୍ଟର ରହିବ। ଥାନା ମୁଖ୍ୟ କୋଠାଠାରୁ ଛାଡି କି ରହିବ, ଅଲଗା ଘର ନଥିଲେ ଟେଣ୍ଟ ଲାଗିବ। ରିସେପସନ୍‌ ଏରିଆ ନିୟମିତ ବିଶୋଧନ କରାଯିବ ବୋଲି ସୂଚନା ଦେଇଛନ୍ତି ପୋଲିସ୍‌ ଡିଜି  ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କୁ ମାସ୍କ ପିନ୍ଧିବା ଓ ହାତ ଧୋଇବାକୁ କୁହାଯିବ। ଡିଆଇଜି, ଏସ୍‌ପି ଓ ଡଏସ୍‌ପିଙ୍କ ଅଫିସ୍‌ ମେନ ଗେଟ୍‌ରେ ଫୋନ୍‌ ନମ୍ବର ଡିସ୍‌ପ୍ଲେ ଲାଗିବ। ମେନ୍‌ ଗେଟରେ ବାକ୍ସ ରଖାଯିବ, ଲୋକେ ଅଭିଯୋଗ ପକାଇବେ ବୋଲି ସୂଚନା ଦେଇଛନ୍ତି ଡିଜିପି।

Categories
ଆଜିର ଖବର ଜାତୀୟ ଖବର

ହୋମ୍‌ କ୍ବାରେଣ୍ଟିନ୍‌ ପାଇଁ ଗାଇଡ୍ ଲାଇନ୍‌ ଜାରି କଲା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ : ହୋମ୍‌ କ୍ବାରେଣ୍ଟିନ୍‌ ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଗାଇଡଲାଇନ୍‌ ଜାରି ହୋଇଛି । ସାମାନ୍ୟ ଲକ୍ଷଣ ଥିବା ଡାକ୍ତର ପରାମର୍ଶ କଲେ କ୍ବାରେଣ୍ଟିନ୍‌ରେ ରହିପାରିବେ । ସଙ୍ଗରୋଧ ପାଇଁ ଘରେ ପର୍ଯ୍ୟାପ୍ତ ବ୍ୟବସ୍ଥା ଥିବା ଆବଶ୍ୟକ । ଅସୁସ୍ଥଙ୍କ ଯତ୍ନ ନେଉଥିବା ବ୍ୟକ୍ତି 24 ଘଣ୍ଟା ଉପଲବ୍ଧ ରହିବା ଆବଶ୍ୟକ । କ୍ବାରେଣ୍ଟିନ୍‌ ସମୟରେ ହସ୍ପିଟାଲ୍‌ ସହ ତାଙ୍କର ଯୋଗାଯୋଗ ରହିବା ଆବଶ୍ୟକ । ଯତ୍ନ ନେଉଥିବା ବ୍ୟକ୍ତି, ସମ୍ପର୍କୀୟ ହାଇଡ୍ରୋକ୍ସି କ୍ଲୋରୋକ୍ବିନ୍‌ ସେବନ କରିପାରିବେ । ପ୍ରୋଟୋକଲ୍‌ ଅନୁସାରେ ଡାକ୍ତରଙ୍କ ପରାମର୍ଶରେ ସେବନ କରିପାରିବେ। ଆରୋଗ୍ୟ ସେତୁ ଆପ୍‌ ଡାଉନ୍‌ଲୋଡ୍‌ କରିବାକୁ ଗାଇଡ୍‌ ଲାଇନ୍‌ରେ ପରାମର୍ଶ ଦିଆଯାଇଛି । ସ୍ବାସ୍ଥ୍ୟ ବାବଦରେ ଅପଡେଟ୍‌ ଜିଲ୍ଲା ସର୍ଭେଲାନ୍ସ ଅଫିସରଙ୍କୁ ଜଣାଇବାକୁ ମଧ୍ୟ ପରାମର୍ଶ  ଦିଆଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଲକ୍‌ଡାଉନ୍‌ ଅବଧି ଏକ ମାସ ବଢାଇବାକୁ ଓଡିଶା ସରକାରଙ୍କ ସୁପାରିଶ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂରେ ଆଲୋଚନା କରିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସମୟରେ ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିବା ସମ୍ପର୍କରେ ଆଲୋଚନା କରାଯାଇଥିଲା । କେନ୍ଦ୍ର ସରକାର ଆସନ୍ତା 30 ତାରିଖ ସୁଦ୍ଧା ଏ ସମ୍ପର୍କିତ ଗାଇଡ୍‌ ଲାଇନ୍‌ ଆଣିବା ନେଇ ସ୍ପଷ୍ଟ କରିଛନ୍ତି ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି । ଏହା ସହିତ ଲକ୍‌ଡାଉନ୍‌ ଅବଧି ଏକ ମାସ ପର୍ଯ୍ୟନ୍ତ ବଢାଇବାକୁ ଓଡିଶା ସରକାର କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଥିବା ନେଇ ଶ୍ରୀ ଦାସ ସ୍ପଷ୍ଟ କରିଛନ୍ତି । ପଡୋଶୀ ରାଜ୍ୟରେ ରହିଥିବା ଶ୍ରମିକଙ୍କୁ ଉକ୍ତ ସ୍ଥାନରେ ପରୀକ୍ଷଣ କରାଯାଇ ପଠାଇବାକୁ ମଧ୍ୟ ସରକାର ଦାବି କରିଛନ୍ତି ।