Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ହଫିଜ୍‌ ସଇଦ୍‌ଙ୍କୁ 5 ବର୍ଷର କାରାଦଣ୍ଡ

ଲାହୋର : ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହଫିଜ୍‌ ସଇଦ୍‌କୁ ପାକିସ୍ତାନରର ଏକ କୋର୍ଟ 5 ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଆତଙ୍କୀଙ୍କୁ ଅର୍ଥ ଯୋଗାଣ ମାମଲାରେ ପାକିସ୍ତାନୀ କୋର୍ଟ ହାଫିଜ୍‌କୁ ଦୋଷୀ ସାବ୍ୟସ୍ତ କରିବା ସହିତ 5 ବର୍ଷ ପାଇଁ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଲସ୍କର ଏ ତୋଏବା ଏବଂ ଜମାତ ଉଦ୍‌ ଦାଓ୍ବାକୁ ଅର୍ଥଯୋଗାଣ ଅଭିଯୋଗରେ ଦାୟର କରାଯାଇଥିବା ଦୁଇଟି ମାମଲାରେ ବିଚାର କରି କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ପାକିସ୍ତାନର ଏକ ଆତଙ୍କବାଦ ନିରୋଧୀ କୋର୍ଟ ହଫିଜ୍‌ଙ୍କୁ ଦଣ୍ଡାଦେଶ ଶୁଣାଇଛି । ଏହା ସହିତ ଉଭୟ ମାମଲାରେ ହଫିଜ୍‌ଙ୍କୁ 15 ହଜାର ଲେଖାଏଁ ଅର୍ଥ ଦଣ୍ଡରେ ଦଣ୍ଡିତ କରାଯାଇଛି ।(ଏଜେନ୍ସି)

Categories
ଆଜିର ଖବର

ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ମାମଲା : ଜାନୁୟାରୀ 2କୁ ଘୁଞ୍ଚିଲା ହଫିଜ୍‌ ସଇଦ୍‌ର ଶୁଣାଣି

ଲାହୋର,25/12 : ଆତଙ୍କବାଦୀଙ୍କୁ ଅର୍ଥଯୋଗାଣ ମାମଲାରେ ହାଫିଜ୍‌ ସଇଦ୍‌ର ଶୁଣାଣୀ ଆସନ୍ତା ଜାନୁୟାରୀ 2 ପର୍ଯ୍ୟନ୍ତ ସ୍ଥଗିତ ରହିଛି । ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହଫିଜ୍‌ ସଇଦ୍‌ଙ୍କ ଶୁଣାଣି ଆଜି ହେବାର ଥିବା ବେଳେ ଓକିଲଙ୍କ ଆନ୍ଦୋଳନ କାରଣରୁ ଆଜି ଶୁଣାଣିକୁ ସ୍ଥଗିତ ରଖାଯାଇଛି । ହଫିଜ୍‌ ସଇଦ୍‌ ଏବଂ ତା’ର ତିନି ଜଣ ସହଯୋଗୀଙ୍କ ବିରୋଧରେ ଡିସେମ୍ବର 11ରେ ମାମଲା ଆରମ୍ଭ କରାଯାଇଥିଲା । ଆତଙ୍କ ନିରୋଧୀ ସ୍କ୍ବାଡ୍‌ ପକ୍ଷରୁ ସ୍ବତନ୍ତ୍ର କୋର୍ଟରେ ଆଜି ଶୁଣାଣି ହେବାର ଥିବାବେଳେ ଓକିଲଙ୍କ ଆନ୍ଦୋଳନ କାରଣରୁ ବିଚାର ପ୍ରକ୍ରିୟା ସ୍ଥଗିତ ରଖାଯାଇଛି । ଆସନ୍ତା ଜାନୁୟାରୀ 2 ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡିଛି । (ଏଜେନ୍ସୀ)

Categories
ଆଜିର ଖବର

ହାଫିଜ୍‌ ସଇଦ୍‌ ବିରୋଧରେ ଆତଙ୍କବାଦ ମାମଲା ରୁଜୁ କଲା ପାକିସ୍ତାନ

କରାଚୀ,11/12: ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହଫିଜ୍‌ ସଇଦ୍‌ ବିରୋଧରେ ପାକିସ୍ତାନର ଆତଙ୍କବାଦ ବିରୋଧୀ କୋର୍ଟ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି । ଲାହୋରର ଏହି ଆତଙ୍କ ନିରୋଧୀ କୋର୍ଟ ହାଫିଜ୍‌ ସମେତ ଅନ୍ୟ ତିନି ଜଣଙ୍କ ବିରୋଧରେ ଏହି ମାମଲା ରୁଜୁ କରାଯାଇଛି । ହଫିଜ୍‌ ସଇଦ୍‌ଙ୍କ ଘନିଷ୍ଠ ସହଯୋଗୀ ହଫିଜ୍‌ ଅବଦୁଲ୍‌ ସଲାମ ବିନ୍‌ ମହମ୍ମଦ, ମହମ୍ମଦ ଅଶ୍ରଫ ଏବଂ ଜାଫର ଇକ୍‌ବାଲଙ୍କ ବିରୋଧରେ ଏହି ମାମଲା ରୁଜୁ କରାଯାଇଛି । ଅର୍ଶଦ ହୁସେନ୍‌ ଭୁଟ୍ଟା ଏହି ମାମଲାର ବିଚାର କରିଥିବା ବେଳେ ସମସ୍ତଙ୍କ ବିରୋଧରେ ସାକ୍ଷୀ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ହାଫିଜ୍‌ ବିରୋଧରେ ସମୁଦାୟ 23ଟି ଏଫ୍‌ଆଇଆର ରୁଜୁ କରାଯାଇଛି । (ଏଜେନ୍ସୀ)