Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ୟାହିୟା ସିନୱାରଙ୍କ ମୃତ୍ୟୁ ନିଶ୍ଚିତ କଲା ହମାସ୍, ନୂତନ ମୁଖ୍ୟ ହେଲେ ଖଲିଲ ଅଲ-ହୟା

ନୂଆଦିଲ୍ଲୀ: ଗୁରୁବାର ଦିନ ହମାସ ମୁଖ୍ୟ ୟାହିୟା ସିନୱାରଙ୍କୁ ଇସ୍ରାଏଲ ହତ୍ୟା କରିଛି। ଏହା ପରେ ବର୍ତ୍ତମାନ ହମାସ୍ ଏହାର ନୂତନ ନେତା ଚୟନ କରିଛି। ଖଲିଲ ହୟାଙ୍କୁ ଏବେ ନୂତନ ମୁଖ୍ୟ କରାଯାଇଛି।

ବର୍ତ୍ତମାନର ସଂଘର୍ଷରେ ହମାସର ଶୀର୍ଷ ନେତୃତ୍ୱର ବହୁ ବିଶିଷ୍ଟ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ଏଭଳି ପରିସ୍ଥିତିରେ ସିନୱାରଙ୍କ ଉତ୍ତରାଧିକାରୀଙ୍କ ବିଷୟରେ କିଛି ନାମ ଆଲୋଚନା ହୋଇଥିଲା। ଏଥିରେ ଖାଲିଦ ମେଶାଲଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ହମାସ ମୁଖ୍ୟ ଇସମାଇଲ ହାନିଆ ନିହତ, ଇରାନରେ ପଶି ମାରିଲା ଇସ୍ରାଏଲ!

ନୂଆଦିଲ୍ଲୀ: ଇରାନରେ ହମାସ ମୁଖ୍ୟ ଇସମାଇଲ ହାନିଆଙ୍କୁ ହତ୍ୟା କରାଯାଇଛି। ଏହି ଆକ୍ରମଣ ପାଇଁ ହମାସ ଇସ୍ରାଏଲକୁ ଦାୟୀ କରିଛି। ତେବେ ଏପର୍ଯ୍ୟନ୍ତ ଇସ୍ରାଏଲ ପକ୍ଷରୁ କୌଣସି ବିବୃତ୍ତି ଦିଆଯାଇ ନାହିଁ। ଇରାନର ରାଷ୍ଟ୍ରପତି ମାସୁଦ ପେଜେଶକିୟନଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ଇସମାଇଲ ତେହେରାନରେ ପହଞ୍ଚିଥିଲେ।

ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆରଜିସି) ଏକ ବିବୃତ୍ତିରେ ନିଶ୍ଚିତ କରିଛି ଯେ, ତେହେରାନରେ ହାନିୟା ରହୁଥିବା ବାସଭବନ ଉପରେ ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣରେ ହମାସର ମୁଖ୍ୟ ଇସମାଇଲ ହାନିୟା ଏବଂ ତାଙ୍କର ଜଣେ ରକ୍ଷୀଙ୍କର ମୃତ୍ୟୁ ଘଟିଛି।

ହାନିୟାଙ୍କ ମୃତ୍ୟୁ ବିଷୟରେ ହମାସ କ’ଣ କହିଲା?:

ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ହମାସର ନେତା ହାନିୟାଙ୍କୁ ହତ୍ୟା କରାଯାଇଥିବା ହମାସ ଅଭିଯୋଗ କରିଛି। ଇରାନର ରିଭୋଲ୍ୟୁସନାରୀ ଗାର୍ଡ କର୍ପସ କହିଛି ଯେ, ଏହି ଆକ୍ରମଣର ଅନୁସନ୍ଧାନ ଜାରି ରହିଛି, ଏହା କିପରି ଘଟିଲା … ବର୍ତ୍ତମାନ କିଛି କୁହାଯାଇପାରିବ ନାହିଁ। କେବଳ ଏତିକି ନୁହେଁ, ହମାସ ଇସ୍ରାଏଲକୁ ମଧ୍ୟ ଧମକ ଦେଇଛି। ହମାସ କହିଛି ଯେ, ହାନିୟାଙ୍କ ମୃତ୍ୟୁ ବୃଥା ଯିବ ନାହିଁ। ଏହାର ପ୍ରତିଶୋଧ ନିଆଯିବ। ହମାସ ଏହି ଆକ୍ରମଣକୁ ଭୀରୁତାର କାର୍ଯ୍ୟ ବୋଲି କହିଛି।

ଗତ ବର୍ଷ ଅକ୍ଟୋବର ୭ ତାରିଖରେ ହମାସ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ୧୨୦୦ ଜଣଙ୍କର ମୃତ୍ୟୁ ହୋଇଥିଲା। ୨୫୦ ଲୋକଙ୍କୁ ବନ୍ଧକ ରଖାଯାଇଥିଲା। ସେବେଠାରୁ ଇସ୍ରାଏଲ ପାଲେଷ୍ଟାଇନର ହମାସ ଯୋଦ୍ଧା ଏବଂ ନେତାଙ୍କ ବିରୋଧରେ ଲଗାତାର ଆକ୍ରମଣ କରିଆସୁଛି। ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଅକ୍ଟୋବରରୁ ହୋଇଥିବା ଆକ୍ରମଣ ପରଠାରୁ ୩୯,୩୬୦ ରୁ ଅଧିକ ପାଲେଷ୍ଟାଇନୀୟଙ୍କର ମୃତ୍ୟୁ ଘଟିଛି ଏବଂ ୯୦,୯୦୦ ରୁ ଅଧିକ ଆହତ ହୋଇଛନ୍ତି।

Categories
ଆଜିର ଖବର

ହାମାସ ଉପରେ ପ୍ରତିବନ୍ଧକ ଲଗାଇବ ନାହିଁ ଭାରତ, ଆରବ ଦେଶ ସହ ସମ୍ପର୍କ ଖରାପ ହେବାର ଭୟ

ନୂଆଦିଲ୍ଲୀ: ଭାରତ ହାମାସକୁ ଆତଙ୍କବାଦୀ ସଂଗଠନ ଘୋଷଣା କରିବାର ସମୟ ଆସିଛି। ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣ ପରେ ଭାରତରେ ଅବସ୍ଥାପିତ ଇସ୍ରାଏଲ ରାଷ୍ଟ୍ରଦୂତ ନାଓର ଗିଲନ ଏହା କହିଛନ୍ତି। ସେବେଠାରୁ ସାରା ବିଶ୍ୱରେ ହାମାସ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି। ଆମେରିକା ଓ ଜର୍ମାନୀ ହାମାସକୁ ଆତଙ୍କବାଦୀ ସଂଗଠନଭାବେ ବିବେଚନା କରୁଛନ୍ତି ଏବଂ ଉଭୟ ଦେଶ ଏହାକୁ ନିଷିଦ୍ଧ କରିଛନ୍ତି।

ଭାରତରେ ମଧ୍ୟ ହାମାସକୁ ଆତଙ୍କବାଦୀ ସଂଗଠନ ଘୋଷଣା କରି ଏହାକୁ ନିଷିଦ୍ଧ କରିବାକୁ ଦାବି ହେଉଛି। ଏହା ଉପରେ ଭାରତ କହିଛି ଯେ, ସେ ବର୍ତ୍ତମାନ ହମାସକୁ ନିଷିଦ୍ଧ କରିବ ନାହିଁ। ଗୃହ ମନ୍ତ୍ରାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ହମାସ ବର୍ତ୍ତମାନ ଭାରତରେ ସକ୍ରିୟ ନାହିଁ, ତେଣୁ ଏହାକୁ ନିଷିଦ୍ଧ କରିବାର ପ୍ରଶ୍ନ ଉଠୁନାହିଁ। ଯଦି ସରକାର ଏପରି କରନ୍ତି ତେବେ ଏହା ଆରବ ଦେଶଗୁଡ଼ିକ ସହ ଭାରତର ସମ୍ପର୍କକୁ ଖରାପ କରିପାରେ। ୟୁଏପିଏ ଆଇନ ଅନୁଯାୟୀ ଗୃହ ମନ୍ତ୍ରାଳୟ କୌଣସି ସଂଗଠନକୁ ନିଷିଦ୍ଧ କରିବାକୁ ନିଷ୍ପତ୍ତି ନେଇଥାଏ।

ଫେବୃଆରୀ ୨୦୨୩ ସୁଦ୍ଧା ୟୁଏପିଏ ତାଲିକାରେ ୪୪ଟି ସଂଗଠନ ସାମିଲ ଥିଲା, ଯାହାକୁ ଭାରତ ଆତଙ୍କବାଦୀ ସଂଗଠନ ବୋଲି ବିବେଚନା କରୁଛି। ଶେଷ ଥର ପାଇଁ ଭାରତ ୨୦୧୫ରେ ଆଇଏସଆଇଏସକୁ ଆତଙ୍କବାଦୀ ସଂଗଠନ ଘୋଷଣା କରିଥିଲା। କୌଣସି ସଂସ୍ଥାକୁ ଏହି ତାଲିକାରେ ରଖିବା ଏକ ଲମ୍ବା ପ୍ରକ୍ରିୟା। ଭବିଷ୍ୟତରେ ଭାରତ ହାମାସକୁ ନେଇ ନିଷ୍ପତ୍ତି ନେଇପାରେ, କିନ୍ତୁ ବର୍ତ୍ତମାନ ସେଭଳି କିଛି ହେଉନାହିଁ।

ଭାରତ କାହିଁକି ହାମାସକୁ ନିଷିଦ୍ଧ କରୁନାହିଁ ଏବଂ ଆରବ ଦେଶସହ ସମ୍ପର୍କ ଭାରତ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ…

ଇସ୍ରାଏଲ ଉପରେ ଆକ୍ରମଣକୁ ନିନ୍ଦା କରିବା ନେଇ ହାମାସର ନାମ ଉଲ୍ଲେଖ ନ ଥିବା ଦୁଇଟି ଭାରତୀୟ ବୟାନ ଅକ୍ଟୋବର ୭ ରେ ଇସ୍ରାଏଲ ଉପରେ ଆକ୍ରମଣ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ହାମାସକୁ ସମାଲୋଚନା କରିଥିଲେ। ଭାରତ ସବୁ ପ୍ରକାର ଆତଙ୍କବାଦକୁ ଦୃଢ଼ ନିନ୍ଦା କରୁଛି। ଏହି ସଙ୍କଟ ସମୟରେ ଭାରତ ଇସ୍ରାଏଲ ସହ ଛିଡ଼ା ହୋଇଛି। ଏହି ପୂରା ବିବୃତ୍ତିରେ ପ୍ରଧାନମନ୍ତ୍ରୀ ମୋଦୀ କୌଣସି ସ୍ଥାନରେ ହାମାସ ବିଷୟରେ ଉଲ୍ଲେଖ କରିନାହାନ୍ତି।

ଦ୍ୱିତୀୟ ବିବୃତି: ଅକ୍ଟୋବର ୧୪ରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ହମାସ ଆକ୍ରମଣକୁ ଆତଙ୍କବାଦୀ ଆକ୍ରମଣ ବୋଲି ବର୍ଣ୍ଣନା କରିଥିଲା। ତେବେ ହମାସକୁ ନେଇ ସେ କୌଣସି ମନ୍ତବ୍ୟ ଦେଇନଥିଲେ ଏବଂ ପାଲେଷ୍ଟାଇନକୁ ଏକ ଅଲଗା ରାଷ୍ଟ୍ର କରିବା ପାଇଁ ଭାରତର ଦାବିକୁ ଦୋହରାଇଥିଲେ।

ବିଶେଷଜ୍ଞଙ୍କ ମତରେ ଭାରତର ଆଭିମୁଖ୍ୟ ସବୁବେଳେ ଏକ ଅଲଗା ଓ ସ୍ୱାଧୀନ ପାଲେଷ୍ଟାଇନକୁ ନେଇ ରହିଆସିଛି। ଏହା ଏବେବି ଅକ୍ଷୁର୍ଣ୍ଣ ରହିଛି। ଭାରତ ହାମାସକୁ ଆତଙ୍କବାଦୀ ସଂଗଠନ ଘୋଷଣା ନ କରିବାର ଏହା ଏକ ପ୍ରମୁଖ କାରଣ। ହାମାସକୁ ଆତଙ୍କବାଦୀ ସଂଗଠନ ଘୋଷଣା କରି ଭାରତ ସେହି ଦେଶମାନଙ୍କ ସହ ଛିଡ଼ା ହୋଇଥିବା ଦେଖାଯିବ ଯେଉଁମାନେ ପାଲେଷ୍ଟାଇନ୍ ବିରୋଧରେ ଅଛନ୍ତି।

ତେବେ ଗାଜାରେ ଅସ୍ତ୍ରବିରତି ପ୍ରସଙ୍ଗରେ ହୋଇଥିବା ମତଦାନରେ ଭାରତ ଅଂଶଗ୍ରହଣ କରିନଥିଲା। ଏହା ଉପରେ ଜେଏନୟୁ ପ୍ରଫେସର ଡକ୍ଟର ରାଜନ କୁମାର କହିଛନ୍ତି- ଆମେ ଇସ୍ରାଏଲକୁ ଆଖି ବୁଜି ସମର୍ଥନ କରିପାରିବୁ ନାହିଁ। ଇସ୍ରାଏଲକୁ ଆମର ସର୍ତ୍ତମୂଳକ ସମର୍ଥନ ରହିଛି। ଆମେ ମଧ୍ୟ ଗାଜାର ଲୋକଙ୍କୁ ହତ୍ୟା କରୁଥିବା ଇସ୍ରାଏଲକୁ ସମର୍ଥନ କରୁନାହୁଁ। ସେଥିପାଇଁ ଆମେ ସେଠାପାଇଁ ରିଲିଫ ସାମଗ୍ରୀ ପଠାଇଛୁ।

ଡକ୍ଟର ରାଜନ କହିଛନ୍ତି ଯେ, ଭାରତ ସର୍ବଦା ଏକ ଅଲଗା ପାଲେଷ୍ଟାଇନ ରାଷ୍ଟ୍ର ସପକ୍ଷରେ ରହିଛି। ଭାରତ ଇସ୍ରାଏଲ ଓ ଏହାର ସହଯୋଗୀ ରାଷ୍ଟ୍ରମାନଙ୍କୁ ଅପମାନିତ କରିବାକୁ ଚାହୁଁନାହିଁ, କିନ୍ତୁ ଆମର ଆଭିମୁଖ୍ୟ ଯଥାର୍ଥ। ସ୍ୱାଧୀନତା ପାଇଁ ହାମାସର ହିଂସାତ୍ମକ ପଦକ୍ଷେପକୁ ଭାରତ ସମର୍ଥନ କରେ ନାହିଁ।

ଆରବ ଦେଶ ସହ ସମ୍ପର୍କ ଖରାପ କରିବାକୁ ଚାହୁଁନାହିଁ ଭାରତ, ୩ଟି କାରଣ

୧-ଆରବ ଦେଶହେଉଛି ଭାରତର ସବୁଠାରୁ ବଡ଼ ତୈଳ ଯୋଗାଣକାରୀ ମଧ୍ୟପ୍ରାଚ୍ୟର ୨୨ଟି ଦେଶ ମଧ୍ୟରୁ ସାଉଦି ଆରବ, ୟୁଏଇ ଓ ଇରାକ ଭାରତର ପ୍ରମୁଖ ତୈଳ ଯୋଗାଣକାରୀ। ୨୦୨୦-୨୧ରେ ଉପସାଗରୀୟ ସହଯୋଗ ପରିଷଦ (ଜିସିସି) ସହିତ ଭାରତର ବାଣିଜ୍ୟ (ଯେଉଁଥିରେ କୁଏତ, କତାର, ସାଉଦି ଆରବ, ବାହାରେନ, ଓମାନ ଏବଂ ୟୁଏଇ ଅନ୍ତର୍ଭୁକ୍ତ) ରହିଛି। ଏତଦ୍ ବ୍ୟତୀତ ବିଦେଶୀ ମୁଦ୍ରାର ଏକ ବଡ଼ ଅଂଶ ଭାରତ ଏଠାରୁ ପାଇଥାଏ।

୨- ବିଦେଶରୁ ଭାରତକୁ ଆସୁଥିବା ଅର୍ଥରେ ଉପସାଗରୀୟ ଦେଶଗୁଡ଼ିକ ମଧ୍ୟ ଆଗରେ ଉପସାଗରୀୟ ଦେଶଗୁଡ଼ିକର ବୟାନ ଉପରେ ଭାରତ ତୁରନ୍ତ ସକ୍ରିୟ ହେବାର ଅନ୍ୟତମ କାରଣ ହେଉଛି ବିଦେଶୀ ଟଙ୍କା। କରୋନା କାଳ ପୂର୍ବରୁ ୨୦୧୯-୨୦ରେ ଉପସାଗରୀୟ ଦେଶଗୁଡ଼ିକରେ ରହୁଥିବା ଭାରତୀୟମାନେ ୬.୩୮ ଲକ୍ଷ କୋଟିରୁ ଅଧିକ ଟଙ୍କା ଦେଶକୁ ପଠାଇଥିଲେ। ଏହି ଅର୍ଥର ୫୩% କେବଳ ୫ଟି ଉପସାଗରୀୟ ଦେଶ ୟୁଏଇ, ସାଉଦି ଆରବ, କତାର, କୁଏତ ଓ ଓମାନରୁ ଭାରତକୁ ଆସିଥିଲା।

୩. ଉପସାଗରୀୟ ଦେଶମାନଙ୍କ ସହ ଭାରତର ପ୍ରମୁଖ ବାଣିଜ୍ୟ କେନ୍ଦ୍ର ବାଣିଜ୍ୟ ମନ୍ତ୍ରଣାଳୟ ଏହାର ରିପୋର୍ଟରେ କହିଛି ଯେ ସଂଯୁକ୍ତ ଆରବ ଏମିରେଟସ ଅର୍ଥାତ୍ ୟୁଏଇ, ସାଉଦି ଆରବ ଏବଂ କତାର ଭାରତର ଶୀର୍ଷ ବାଣିଜ୍ୟ ଅଂଶୀଦାରମାନଙ୍କ ମଧ୍ୟରେ ଅଛନ୍ତି। କେବଳ ଏତିକି ନୁହେଁ ଆମେରିକା ପରେ ୟୁଏଇ ହେଉଛି ଭାରତର ଅନ୍ୟତମ ଦ୍ୱିତୀୟ ବୃହତ୍ତମ ବାଣିଜ୍ୟିକ ଗନ୍ତବ୍ୟ ସ୍ଥଳ।

୨୦୨୦-୨୧ରେ ଭାରତ ଓ ୟୁଏଇ ମଧ୍ୟରେ ୫.୬୬ ଲକ୍ଷ କୋଟି ଟଙ୍କାର ବାଣିଜ୍ୟ ହୋଇଥିଲା। ଏଥିରେ ଭାରତ ୟୁଏଇକୁ ୨.୨୦ ଲକ୍ଷ କୋଟି ଟଙ୍କାର ସାମଗ୍ରୀ ରପ୍ତାନି କରିଥିଲା। ଏହାବ୍ୟତୀତ ସାଉଦି ଆରବ ହେଉଛି ଭାରତର ଚତୁର୍ଥ ବୃହତ୍ତମ ବାଣିଜ୍ୟ ସହଯୋଗୀ। ସାଉଦି ଆରବ ସହ ଭାରତର ବାଣିଜ୍ୟ ୩.୩୩ ଲକ୍ଷ କୋଟି ଟଙ୍କା।