Categories
ବିଶେଷ ଖବର ବ୍ୟକ୍ତିତ୍ୱ

ହାପି ବାର୍ଥ ଡେ ଟୁ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ, ଜନ୍ମଦିନରେ ଆନ୍ଧ୍ର ପ୍ରଦେଶ ଦେଲା ଅନେକ ଶୁଭେଚ୍ଛା

ସମୀକ୍ଷା ବ୍ୟୁରୋ

ଆଜି ହେଉଛି ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କ ୮୫ ତମ ଜନ୍ମଦିନ। ଠିକ୍ ୧୯୩୪ ମସିହା ଆଜିର ଦିନରେ ବିଶ୍ବଭୂଷଣ ହରିଚନ୍ଦନ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ଜନ୍ମଦିନରେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଡିଜି ପର୍ଯ୍ୟନ୍ତ ସମସ୍ତେ ଶୁଭେଚ୍ଛାର ବାର୍ତ୍ତା ଦେଇଛନ୍ତି। ଆନ୍ଧ୍ରପ୍ରଦେଶ ସରକାରର ଅନେକ ମନ୍ତ୍ରୀ ରାଜଭବନ ଯାଇ ବିଶ୍ବଭୂଷଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Andhra Pradesh Director General of Police Gowtham Sawang presenting a flower boque to Andhra Pradesh Governor Biswa Bhushan Harichandan on the occassion of his 85th birthday at Raj bhavan, in Vijayawada on Saturday .

ଗତମାସରେ ବିଶ୍ବଭୂଷଣ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ଶପଥ ନେଇଛନ୍ତି। ଶପଥ ନେବାର କିଛିଦିନ ପରେ ସେ ପ୍ରଶାସନିକ କ୍ଷେତ୍ରରେ ଆଣିଛନ୍ତି ଅନେକ ସଂସ୍କାର। ଖୋଦ୍ ରାଜ୍ୟପାଳଙ୍କ ନାମ ପୂର୍ବରୁ ମହାମହିମ ବା His Excellency ନ ଲଗାଇବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏପରିକି କୌଣସି ଚିଠିରେ ନାମ ପୂର୍ବରୁ ଏହି ଶଦ୍ଦ ନ ଲଗାଇବା ପାଇଁ ସେ ଜଣାଇ ଦେଇଥିଲେ। ଫଳରେ ବର୍ତ୍ତମାନ ଆନ୍ଧ୍ର ପ୍ରଦେଶ ହେଉଛି ଏକମାତ୍ର ରାଜ୍ୟ ଯେଉଁଠି ରାଜ୍ୟପାଳଙ୍କୁ  His Excellency ବୋଲି ଉଚ୍ଚାରଣ କରାଯାଉ ନାହିଁ।

ଓଡିଶା ରାଜନୈତିକ ଇତିହାସରେ ବିଶ୍ବଭୂଷଣଙ୍କ ନାମ ନିଶ୍ଚିତ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିବ। ବେଶ୍ ଘାତପ୍ରତିଘାତ ମଧ୍ୟରେ କଟିଛି ତାଙ୍କର ରାଜନୈତିକ ଜୀବନ। ୧୯୭୧ ମସିହାରେ ସେ ଭାରତୀୟ ଜନସଂଘରେ ସାମିଲ ହୋଇ ଆରମ୍ଭ କରିଥିଲେ ତାଙ୍କର ରାଜନୈତିକ ଜୀବନ। ୧୯୭୭ ମସିହାରେ  ଜନତା ପାର୍ଟି ଗଠନ ହେବା ପର୍ଯ୍ୟନ୍ତ ସେ ଜନସଂଘର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ରାଜ୍ୟ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ। ୧୯୭୫ ମସିହାରେ ସେ ଜରୁରୀ କାଳୀନ ପରିସ୍ଥିତିକୁ ବିରୋଧ କରି  ମିସା ଆଇନରେ ଗିରଫ ହୋଇ ଜେଲ ମଧ୍ୟ ଯାଇଥିଲେ। ସେ ୧୯୮୦ରୁ ୧୯୮୮ ମସିହା ପର୍ଯ୍ୟନ୍ତ ୮ ବର୍ଷ ଧରି  ବିଜେପିର ରାଜ୍ୟ ସଭାପତି ରହିଥିଲେ। ପରେ ସେ ବିଜେପି ଛାଡ଼ି ଜନତା ପାର୍ଟିରେ ସାମିଲ ହୋଇଥିଲେ ମଧ୍ୟ ପୁଣିଥରେ ୧୯୯୬ ଏପ୍ରିଲ ମାସରେ ବିଜେପିକୁ ଫେରିଥିଲେ।  ବିଜୁ ପଟ୍ଟନାୟକଙ୍କ ସରକାରରେ ଶ୍ରୀ ହରିଚନ୍ଦନ  ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ରହିଥିଲେ।

VIJAYAWADA, AUG 3 (UNI) Andhra Pradesh Minister for Information and Public Relation Perni Venkataramaiah, Civil Supply Minister, K Venketeswara Rao and Endoment Minister Velampalli Srinivas and others presenting a memonto to Andhra Pradesh Governor Biswa Bhushan Harichandan on the occassion of his 85th birthday at Raj bhavan in Vijayawada on Saturday. UNI PHOTO-40u

ସେ ଚିଲିକା ଏବଂ ଭୁବନେଶ୍ୱରରୁ ପାଞ୍ଚ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ସେ ଦୁଇଥର ଜନତା ଦଳରୁ ଏବଂ ତିନି ଥର ବିଜେପିରୁ ନିର୍ବାଚିତ ହୋଇଛନ୍ତି। ଏହି ବରିଷ୍ଠ ବିଜେପି ନେତା ୨୦୦୪ ମସିହାରେ ବିଜେପି-ବିଜେଡି ମେଣ୍ଟ ସରକାରରେ ନବୀନ ପଟ୍ଟନାୟକ ସରକାରରେ କ୍ୟାବିନେଟ୍‌ ମନ୍ତ୍ରୀ ଥିଲେ। ସେ ରାଜସ୍ୱ, ଆଇନ, ଶିଳ୍ପ ଏବଂ ଗ୍ରାମ୍ୟ ଉନ୍ନୟନ ଆଦି ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି।

ରାଜନୀତି ବ୍ୟତୀତ ସାହିତ୍ୟରେ ବେଶ୍‌ ରୁଚି ରଖିଛନ୍ତି ଶ୍ରୀ ହରିଚନ୍ଦନ। ତାଙ୍କ ରଚିତ ପୁସ୍ତକଗୁଡ଼ିକ ମଧ୍ୟରେ ରହିଛି ‘ମାତୃଭାଷା’, ‘ଶେଷ ଝଲକ୍‌’, ‘ରାଣା ପ୍ରତାପ’, ‘ଅସ୍ତଶିଖା’ ଓ ‘ମାନସୀ’ ପ୍ରମୁଖ। ଲେଖାଲେଖିରେ ରୁଚି ରଖିଥିବା ବିଶ୍ୱଭୂଷଣ ପାଇକ ଆନ୍ଦୋଳନର ୨୦୦ ବର୍ଷ ପୂର୍ତ୍ତି ପାଳନ ପାଇଁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଗତ କିଛି ଦିନ ତଳେ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ତାଙ୍କ ଆତ୍ମଜୀବନୀ ‘ସଂଗ୍ରାମ ସରି ନାହିଁ’ ଅର୍ପଣ କରିଥିଲେ। ଜଣେ ଦକ୍ଷ ଓଡ଼ିଆ ରାଜନେତା ହିସାବରେ ବିଶ୍ବଭୂଷଣ ଓଡ଼ିଆ ରାଜନୀତି ନୁହେଁ ବରଂ ଓଡ଼ିଶାର ସମାଜ ଜୀବନରେ  ବେଶ୍‌ ପରିଚିତ। ରାଜନେତାରୁ କ୍ୟାରିଅର ଆରମ୍ଭ କରିଥିବା ବିଶ୍ବଭୂଷଣ ବର୍ତ୍ତମାନ ସମ୍ମାନଜନକ ସାମ୍ବିଧାନିକ ପଦବୀରେ ଅବସ୍ଥାପିତ। ଜଣେ ରାଜନେତାରୁ ରାଜ୍ୟପାଳ ହୋଇଥିବା ବିଶ୍ବଭୂଷଣଙ୍କ ଜନ୍ମଦିନରେ ଅନେକ ଅନେକ ଶୁଭେଚ୍ଛା।

Categories
ଆଜିର ଖବର

୫୪ ବର୍ଷରେ ବଲିଉଡ୍‌ ଫରଫେକ୍‌ନିଷ୍ଟ୍‌ ଆମୀର୍‌ ଖାନ୍‌

ବଲିଉଡ୍‌ ମିଷ୍ଟର ଫରଫେକନିଷ୍ଟ୍‌ ଆମିର ଖାଁ ଆଜି ୫୪ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୬୫ ମାର୍ଚ୍ଚ ୧୪ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ୧୯୭୩ ମସିହାରେ ନାସିର୍‌ ହୁସୈନଙ୍କ ଫିଲ୍ମ ‘ୟାଦୋଁ କି ବାରାତ୍‌’ରେ ଶିଶୁ କଳାକାର ରୂପେ ନଜର ଆସିଥିଲେ। ୧୯୮୮ରେ ଫିଲ୍ମ ‘କୟାମତ୍‌ ସେ କୟାମତ୍‌ ତକ୍‌’ ଫିଲ୍ମରେ ବଲିଉଡ୍‌ରେ ହିରୋ ରୂପେ ନଜର ଆସିଥିଲେ । ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ନଜର ଆସିଥିଲେ ଅଭିନେତ୍ରୀ ଜୁହୀ ଚାଓ୍ବାଲା।  ୧୯୮୯ ମସିହାରେ ‘ରାଖ୍‌’ ଫିଲ୍ମରେ ନିଜର ବଳିଷ୍ଠ ଅଭିନୟ ପଇଁ ସେ ଜାତୀୟ ପୁରସ୍କାର ପାଇଥିଲେ। ୧୯୯୦ ମସିହାରେ ବହୁ ସଫଳ ବ୍ୟବସାୟ କରିଥିବା ଫିଲ୍ମରେ ଅଭିନୟ କରିଥିଲେ। ‘ଦିଲ୍‌’, ‘ରାଜା ହିନ୍ଦୁସ୍ତାନୀ’, ‘ସର୍‌ଫରୋଶ୍‌’ ପରି ବହୁ ସଫଳ ଫିଲ୍ମରେ ଅଭିନୟ କରିଥିଲେ। ୧୯୯୯ ମସିହାରେ ନିଜ ପ୍ରଡକ୍ସନ ହାଉସ୍‌ ଦ୍ବାରା ‘ଲଗାନ୍‌’ ଫିଲ୍ମ ପ୍ରସ୍ତୁତ କରିଥିଲେ, ସେ ଏହି ଫିଲ୍ମରେ ଅଭିନୟ ମଧ୍ୟ କରିଥିଲେ। ଏହି ଫିଲ୍ମଟି ବିଦେଶୀ ଭାଷାର ଫିଲ୍ମରେ ଏକାଡେମୀକ ଆଓ୍ବାର୍ଡ ଜିତିବା ସହିତ ଜାତୀୟ ପୁରସ୍କାର ଓ ଓସ୍କାର ଆଓ୍ବାର୍ଡ ପାଇଁ ମନୋନୀତ ହୋଇଥିଲା। ପରବର୍ତ୍ତୀୟ ସମୟରେ ‘ଫନା’, ‘ରଙ୍ଗଦେ ବସନ୍ତୀ’ ଫିଲ୍ମରେ ଉଚ୍ଚକୋଟୀର ଅଭିନୟ କରିଥିଲେ। ୨୦୦୭ ମସିହାରେ ତାଙ୍କ ନିର୍ଦ୍ଦେଶିତ ତଥା ଅଭିନୀତ ‘ତାରେ ଜମିନ୍‌ ପର୍‌’ ଫିଲ୍ମ ପରଦାକୁ ଆସିଥିଲା। ଏହି ଫିଲ୍ମ ପାଇଁ ସେ ଫିଲ୍ମ ଫେୟାର୍‌ର ଶ୍ରେଷ୍ଠ ନିର୍ଦ୍ଦେଶକର ପୁରସ୍କାର ମଧ୍ୟ ହାତେଇଥିଲେ। ପ୍ରତିଟି ଫିଲ୍ମରେ କିଛି ନୂଆ କରିଥା’ନ୍ତି ଆମୀର୍‌। ପ୍ରଥମ ୧୦୦ କୋଟି କ୍ଲବ୍‌ରେ ଆମୀର୍‌ ଫିଲ୍ମ ଏଣ୍ଟ୍ରି କରି ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ବେଶ୍‌ ଚହଳ ସୃଷ୍ଟି କରିଥିଲା। ଆମୀର୍‌ଙ୍କ ସବୁଠୁ ଅଧିକ ବ୍ୟବସାୟ କରିଥିବା ଫିଲ୍ମ ଗୁଡ଼ିକ ମଧ୍ୟରେ ରହିଛି ‘ଗଜ୍‌ନୀ’, ‘ଥ୍ରୀ ଇଡିଅଟ୍‌ସ୍‌’, ‘ଧୁମ୍‌ ୩’, ‘ପିକେ’, ‘ଦଙ୍ଗଲ୍‌’ ‘ସିକ୍ରେଟ୍‌ ସୁପରଷ୍ଟାର୍‌’। ଫିଲ୍ମ ଚୟନକୁ ନେଇ ବେଶ୍‌ ସତର୍କ ଥା’ନ୍ତି ଏହି ଅଭିନେତା ଜଣକ। ଫିଲ୍ମ ଜଗତରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଭାରତ ସରକାରଙ୍କ ତରଫରୁ ପଦ୍ମଶ୍ରୀ ଓ ପଦ୍ମଭୂଷଣ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ୨୦୧୭ ମସିହାରେ ଚାଇନା ସରକାରଙ୍କ ତରଫରୁ ସମ୍ମାନିତ ମଧ୍ୟ ହୋଇଛନ୍ତି। କ୍ୟାରିୟର୍‌ରେ ସଫଳ ଥିବା ଏହି ଅଭିନେତା ଜଣକ ମଧ୍ୟ ବ୍ୟକ୍ତିଗତ ଜୀବନରେ ମଧ୍ୟ ବେଶ୍‌ ଚର୍ଚ୍ଚାରେ ରହିଥିଲେ।  ଆମିର ରୀନା ଦତ୍ତଙ୍କ ପ୍ରେମରେ ଥିଲେ ପାଗଳ। ଆମିର୍‌ ହାତ କାଟି ରକ୍ତରେ ରୀନାଙ୍କ ପାଖକୁ ଚିଠି ଲେଖିଥିଲେ। ଆମିର ମୁସଲମାନ୍‌ ଥିବାବେଳେ ରୀନା ଥିଲେ ହିନ୍ଦୁ। ସବୁ ପ୍ରକାର ବାଧାକୁ ଖାତରି୍‌ ନ କରି ଦୁହେଁ ୧୯୮୬ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ପରେ ପାରିବାରିକ ସମସ୍ୟା ଯୋଗୁ ୨୦୦୨ରେ ଆମିର ଏବଂ ରୀନାଙ୍କର ଛାଡପତ୍ର ହୋଇଥିଲା। ଏହାର ୩ ବର୍ଷ ପରେ ଆମିର ୨୦୦୫ରେ କିରଣ ରାଓଙ୍କୁ ବିବାହ କରିଥିଲେ। ଆମିର୍‌ ଓ ରୀନାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିବାବେଳେ ଆମିର୍‌ ଓ କିରନ୍‌ଙ୍କର ମଧ୍ୟ ଗୋଟିଏ ପୁଅ ଅଛି। ତେବେ ଆମିର୍‌ଙ୍କ ପୁଅ ଜୁନୈଦ୍‌ ବଲିଉଡ୍‌ରେ କ୍ୟାରିଅର୍‌ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଥିବାବେଳେ ଇରା ସୋସିଆଲ୍‌ ମିଡ଼ିଆରେ ବେଶ୍‌ ସକ୍ରିୟ।