Categories
ଆଜିର ଖବର

ତେଲେଙ୍ଗାନା ପୋଲିସ୍‌ର ଏନ୍‌କାଉଣ୍ଟର : ବିଭିନ୍ନ କ୍ରୀଡାବିତଙ୍କ ପ୍ରଶଂସା

ନୂଆଦିଲ୍ଲୀ,6/12: ତେଲେଙ୍ଗାନା ପୋଲିସ୍‌ର ଏନ୍‌କାଉଣ୍ଟରକୁ ବିଭିନ୍ନ କ୍ରୀଡାବିତଙ୍କ ପକ୍ଷରୁ ପ୍ରଶଂସା କରାଯାଇଛି । ଶୁକ୍ରବାର ସକାଳୁ ତେଲେଙ୍ଗାନା ପୋଲିସ୍‌ ପକ୍ଷରୁ ଏନ୍‌କାଉଣ୍ଟରରେ 4 ଦୁଷ୍କର୍ମକାରୀଙ୍କ ଏନ୍‌କାଉଣ୍ଟର କରାଯାଇଥିଲା । ଫୋଗତ ଭଗିନୀଙ୍କ ସହିତ ସାଇନା ନେହ୍ବାଲ, ଯୋଗେଶ୍ବର ଦତ୍ତ ଏବଂ ହରଭଜନ ସିଂ ତେଲେଙ୍ଗାନା ପୋଲିସର ଉଦ୍ୟମକୁ ପ୍ରଶଂସା କରିଛନ୍ତି । ହାଇଦ୍ରାବାଦ ପୋଲିସର କାର୍ଯ୍ୟ ପ୍ରଶଂସନୀୟ ଏବଂ ଏପରି ବୀରତ୍ବ ପାଇଁ ସେମାନଙ୍କୁ ପ୍ରଣାମ ବୋଲି ଟ୍ବିଟ୍‌ କରିଛନ୍ତି ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ବାଲ । ରାକ୍ଷସ ମାନଙ୍କର ଏନ୍‌କାଉଣ୍ଟର କରିଥିବାରୁ ହାଇଦ୍ରାବାଦ ପୋଲିସକୁକ ଧନ୍ୟବାଦ ବୋଲି ଟ୍ବିଟ୍‌ କରିଛନ୍ତି ଗୀତା ଫୋଗତ । ହାଇଦ୍ରାବାଦ ପୋଲିସ୍‌ର ଉଦ୍ୟମ କାରଣରୁ ସମ୍ପୂର୍ଣ୍ଣ ଦେଶ ଉତ୍ସବ ମନାଉଛି । ଦେଶର ମହିଳାଙ୍କ ମଧ୍ୟରେ ଏକ ନୂତନ ଉତ୍ସାହ ସୃଷ୍ଟି କରିଥିବାରୁ ହାଇଦ୍ରାବାଦ ପୋଲିସକୁ ଧନ୍ୟବାଦ ଜଣାଇ ଟ୍ବିଟ କରିଛନ୍ତି ବବିତା ଫୋଗତ । ହାଇଦ୍ରାବାଦ ଏନ୍‌କାଉଣ୍ଟରର ଖବର ଶୁଣି ହୃଦୟକୁ ଶାନ୍ତି ମିଳିଲା ବୋଲି କୁସ୍ତି ଯୋଦ୍ଧା ଯୋଗେଶ୍ବର ଦତ୍ତ ଟ୍ବିଟ୍‌ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ କ୍ରିକେଟର ହରଭଜନ ସିଂ ମଧ୍ୟ ଏନକାଉଣ୍ଟରକୁ ସମର୍ଥନ କରିଛନ୍ତି । ଏହି ଏନକାଉଣ୍ଟର ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏବଂ ହାଇଦ୍ରବାଦ ପୋଲିସ୍‌କୁ ଧନ୍ୟବାଦ ଜଣାଇଛନ୍ତି ହରଭଜନ ସିଂ । (ଏଜେନ୍ସୀ)

Categories
ଆଜିର ଖବର

41 ବର୍ଷରେ ପଦାର୍ପଣ କଲେ ଜାହିର ଖାନ୍‌

ମୁମ୍ବାଇ,25/11 : ଭାରତୀୟ କ୍ରିକେଟର ଜାହିର ଖାନ 41 ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ସୋମବାର 41 ବର୍ଷରେ ପଦାର୍ପଣ କରିଥିବା ଜାହିରଙ୍କୁ ସାଥୀ ଭାରତୀୟ ଖେଳାଳି ମାନେ ଜାହିରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଜାହିରଙ୍କ ପୂର୍ବତନ ଟିମ୍‌ମେଟ୍‌ ଭିଭିଏସ୍‌ ଲକ୍ଷ୍ମଣ, ଶିଖର ଧଓ୍ବନ୍‌, ହରଭଜନ ସିଂ ପ୍ରମୁଖ ଜାହିରଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏପରିକି ଜାହିରଙ୍କ ଚିର ପ୍ରତିଦ୍ବନ୍ଦୀ ଗ୍ରେମ୍‌ ସ୍ମିଥ୍‌ ମଧ୍ୟ ଜାହିରଙ୍କୁ ଜନ୍ମଦିନର ଶୁଭକାମନା ଜଣାଇଥିଲେ । ଜାହିର ଅକ୍ଟୋବର 2000ରେ କେନିଆ ବିପକ୍ଷରେ କ୍ରିକେଟରେ ପଦାର୍ପଣ କରିଥିଲେ । ଏହାର ଏକ ମାସ ପରେ ଜାହିର ଟେଷ୍ଟ ମ୍ରଶଚ୍‌ ପଦାର୍ପଣ ମଧ୍ୟ କରିଥିଲେ । ଜାହିର ଭାରତ ପାଇଁ 92ଟି ଟେଷ୍ଟ ଏବଂ 200ଟି ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି । 92 ଟେଷ୍ଟରୁ 311ଟି ଓ୍ବିକେଟ ଏବଂ 200ଟି ଦିନିକିଆରୁ 282 ଓ୍ବିକେଟ ଅକ୍ତିଆର କରିଥିଲେ ଜାହିର । 2011 ବିଶ୍ବକପ୍‌ରେ ଜାହିର ଯୁଗ୍ମ ସର୍ବାଧିକ ଓ୍ବିକେଟ ହାସଲକାରୀ ରହିଥିବା ବେଳେ ଫାଇନାଲ୍‌ରେ 3ଟି ମେଡେନ୍‌ ଓଭର ସହିତ ଦୁଇଟି ଓ୍ବିକେଟ ଅକ୍ତିଆର କରିଥିଲେ । ଜାହିର ଶେଷଥର ପାଇଁ ଓ୍ବେଲିଂଟନ୍‌ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଭାରତୀୟ ଜର୍ସିରେ ନଜର ଆସିଥିଲେ । (ଏଜେନ୍ସୀ)

Categories
ଆଜିର ଖବର

ଓ୍ବିଣ୍ଡିଜ୍‌ ସିରିଜ୍‌ରୁ ବାଦ ପଡିଲେ ସାମ୍‌ସନ୍‌ : ଚୟନକର୍ତ୍ତାଙ୍କୁ ହରଭଜନଙ୍କ ସମାଲୋଚନା

ଭେଟେରାନ୍‌ ଭାରତୀୟ ସ୍ପିନର ହରଭଜନ ସିଂ ଚୟନକର୍ତ୍ତାଙ୍କୁ ସମାଲୋଚନା କରିଛନ୍ତି । ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ୍‌ ସଞ୍ଜୁ ସାମ୍‌ସନଙ୍କୁ ଦଳରୁ ବାଦ ଦିଆଯିବା କାରଣରୁ ଚୟନକର୍ତ୍ତାଙ୍କୁ ସମାଲୋଚନା କରିଛନ୍ତି ହରଭଜନ । ସାମ୍‌ସନ୍‌ ବାଂଲାଦେଶ ବିପକ୍ଷ ଟି20 ସିରିଜ୍‌ରେ ସ୍ଥାନ ପାଇଥିଲେ ମଧ୍ୟ ଗୋଟିଏ ମ୍ୟାଚ୍‌ ଖେଳିବାର ସୁଯୋଗ ପାଇନଥିଲେ । ଅନ୍ୟପକ୍ଷରେ ନିୟମିତ ବିଫଳ ହେବା ସତ୍ତ୍ବେ ପନ୍ତଙ୍କୁ ପୁନର୍ବାର ସୁଯୋଗ ପ୍ରଦାନକୁ ହରଭଜନ ନାପସନ୍ଦ କରିଛନ୍ତି । ଜଣେ ଯୁବପ୍ରତିଭାଙ୍କ କ୍ୟାରିୟର ଖରାପ ହେଉଛି ଏବଂ ବିସିସିଆଇ ମୁଖ୍ୟ ଗାଙ୍ଗୁଲି ଏହା ଉପରେ ଧ୍ୟାନ ଦେବେ ବୋଲି ଭଜ୍ଜି କହିଛନ୍ତି । ପୂର୍ବରୁ କଂଗ୍ରେସ ସାଂସଦ ଶଶୀ ଥରୁର ମଧ୍ୟ ସମାନ ମାମଲାକୁ ନେଇ ଟ୍ବିଟ୍ଟର ଜରିଆରେ ବିସିସିଆଇକୁ ସଭାଲୋଚନା କରିଥିଲେ ।