Categories
ଆଜିର ଖବର

ନିର୍ବାଚନ ଲଢିବା ନେଇ ସର୍ବୋଚ୍ଚ କୋର୍ଟଙ୍କ ଦ୍ବାରସ୍ଥ ହାର୍ଦ୍ଦିକ

ପଟିଦାର ନେତା ହାର୍ଦ୍ଦିକ ପଟେଲ ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ନିର୍ବାଚନ ଲଢିବା ନେଇ ଗୁଜୁରାତ ହାଇକୋର୍ଟ କଟକଣା ଜାରି କରିବା ପରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ  ହେଇଛନ୍ତି ହାର୍ଦ୍ଦିକ୍‌। ଦଙ୍ଗା ଉସକାଇବା ମାମଲାରେ ହାର୍ଦ୍ଦିକଙ୍କ ଦଣ୍ଡାଦେଶକୁ କମ୍‌ କରିବାକୁ ହାଇକୋର୍ଟ ମନା କରିଦେଇଥିଲେ। ନିର୍ବାଚନ ଲଢ଼ିବା ପାଇଁ ହାର୍ଦ୍ଦିକ ନିଜର ଦଣ୍ଡାଦେଶକୁ କମ୍‌ କରିବା ଆବେଦନ କରିଥିଲେ। ତେବେ ଏହି ମାମଲାର ଶୁଣାଣି କରି କୋର୍ଟ ହାର୍ଦ୍ଦିକଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ସୂଚନା ଅନୁଯାୟୀ ଦଙ୍ଗା ଉସୁକାଇବା ମାମଲାରେ ହାର୍ଦ୍ଦିକଙ୍କୁ ୨ ବର୍ଷର ଜେଲ ଦଣ୍ଡାଦେଶ ହୋଇଥିଲା। ତାଙ୍କ ବିରୋଧରେ ରହିଥିବା ଦଣ୍ଡାଦେଶକୁ ହଟାଇବା ନିମନ୍ତେ ସୁପ୍ରିମ୍‌କୋର୍ଟରେ ଆବେଦନ କରିଛନ୍ତି ହାର୍ଦ୍ଦିକ୍‌। ହାର୍ଦ୍ଦିକ ନିଜ ପିଟିସନ୍‌ରେ ଉଲ୍ଲେଖ କରିଛନ୍ତି କି ଦଣ୍ଡାଦେଶର ଏକ ମାସ ପରେ ଏହା ଉପରେ ରୋକ୍‌ ଲଗାଯାଇଥିଲା।

Categories
ଆଜିର ଖବର

କଂଗ୍ରେସରୁ ଲଢିବେ ହାର୍ଦ୍ଦିକ ପଟେଲ୍‌ !

ଗୁଜୁରାଟର ପାଟିଦାର୍‌ ନେତା ହାର୍ଦ୍ଦିକ ପଟେଲ୍‌ ଆଗାମୀ ମାର୍ଚ୍ଚ ୧୨ ତାରିଖରେ ବିଧିବଦ୍ଧଭାବେ କଂଗ୍ରେସରେ ଯୋଗ ଦେବେ ବୋଲି ଜଣାଯାଇଛି। ଖାଲି ସେତିକି ନୁହେଁ ହାର୍ଦ୍ଦିକ ପଟେଲ୍‌ ଗୁଜୁରାଟର ଜାମନଗର ଲୋକସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢିବେ ବୋଲି ମଧ୍ୟ ଜଣାଯାଇଛି। ବର୍ତ୍ତମାନ ଜାମନଗରରୁ ଲୋକସଭା ସଦସ୍ୟ ଅଛନ୍ତି ପୁନମବେନ୍‌ ମାଦମ୍‌। ସେ ଭାରତୀୟ ଜନତା ପାର୍ଟର ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଛନ୍ତି। ହାର୍ଦ୍ଦିକ ପଟେଲ୍‌ ଅହମ୍ମଦବାଦଠାରେ କଂଗ୍ରେସ କାର୍ଯ୍ୟକାରୀ ସମିତିର ବୈଠକ ଅବସରରେ ଦଳରେ ବିଧିବଦ୍ଧ ଭାବେ ଯୋଗ ଦେବେ ବୋଲି କୁହାଯାଉଛି।