Categories
ଆଜିର ଖବର ରାଜ୍ୟ ଖବର

ଏମ୍ସରେ ହିନ୍ଦି ଭାଷା ପ୍ରତିବାଦରେ ଡ.ହର୍ଷବର୍ଦ୍ଧନଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଭୁବନେଶ୍ବର ସ୍ଥିତ ଏମ୍ସରେ ହିନ୍ଦି ଭାଷାରେ ନାମ ଫଳକକୁ ନେଇ ଅସନ୍ତୋଷ ଦେଖା ଦେଇଥିବା ବେଳେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏମ୍ସ କର୍ତ୍ତୃପକ୍ଷଙ୍କ ଏହି ନିଷ୍ପତ୍ତି ବିରୋଧରେ ବିଜେଡିର 9 ଜଣ ସାଂସଦ ଏମ୍ସ ଅଧ୍ୟକ୍ଷଙ୍କ ଜରିଆରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଭାଷାଭିତ୍ତିରେ ଗଠନ ହୋଇଥିବା ପ୍ରଥମ ରାଜ୍ୟ ହେଉଛି ଓଡିଶା, ମାତ୍ର ଓଡିଶା ବାସୀଙ୍କ ମାତୃଭାଷା ପ୍ରତି ବୈମାତୃକ ଭାବ ପୋଷଣ ଅଗ୍ରହଣୀୟ ବୋଲି ବିଜେଡି ପକ୍ଷରୁ ଉଲ୍ଲେଖ କରାଯାଇଛି । ଓଡିଶା ବାସୀଙ୍କ ସୁବିଧା ପାଇଁ ନାମଫଳକ ଗୁଡିକ ଓଡିଆରେ ସ୍ଥାପନ କରାଯିବା ଉଚିତ୍‌ ବୋଲି ଏହି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି ।