Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଆପଣଙ୍କର କ୍ରେଡିଟ୍ କାର୍ଡ ଅଛି କି, ପାଇବେ ଅନେକ ରିହାତି, ଜାଣନ୍ତୁ କ’ଣ?

ନୂଆଦିଲ୍ଲୀ: ପାର୍ବଣ ଋତୁ ଶିଖରରେ ପହଞ୍ଚିଛି ଏବଂ ଦୀପାବଳି ଉତ୍ସବ ଚାଲିଛି। ଯଦି ଆପଣ ଆଜି ଦିୱାଲୀରେ ସପିଂ ପାଇଁ ବାହାରକୁ ଯାଇଛନ୍ତି ଏବଂ ଆପଣଙ୍କର କ୍ରେଡିଟ୍ କାର୍ଡ ସହିତ ସପିଂ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଅନେକ ରିହାତି ମିଳିବାର ସୁଯୋଗ ଅଛି। ଆପଣଙ୍କ କାର୍ଡରେ କିଣିବା ଦ୍ଵାରା ବିପୁଳ ସଞ୍ଚୟ ହୋଇପାରେ।

HDFC ବ୍ୟାଙ୍କ କ୍ରେଡିଟ୍ କାର୍ଡ:

HDFC ବ୍ୟାଙ୍କ କ୍ରେଡିଟ କାର୍ଡ ବ୍ୟବହାରକାରୀମାନେ ଘରୋଇ ବିମାନରେ 1300 ଟଙ୍କା ପର୍ଯ୍ୟନ୍ତ 15% ରିହାତି ଏବଂ Travelxp ମାଧ୍ୟମରେ ବୁକ୍ ହୋଇଥିବା ସମସ୍ତ ଅନ୍ତର୍ଜାତୀୟ ବିମାନରେ 5000 ଟଙ୍କା ପର୍ଯ୍ୟନ୍ତ 15% ରିହାତି ପାଇପାରିବେ। ଉପଭୋକ୍ତାମାନେ ନିଜ ସହରର ଲୋକପ୍ରିୟ ରେଷ୍ଟୁରାଣ୍ଟରେ ଭୋଜନ ଉପରେ ରିହାତି ମଧ୍ୟ ପାଇପାରିବେ।

ଏସବିଆଇ କାର୍ଡ:

ଆଇଫୋନ୍ ସପିଂ

ଏସବିଆଇ କାର୍ଡ ବ୍ୟବହାରକାରୀମାନେ 10,000 ଟଙ୍କା ପର୍ଯ୍ୟନ୍ତ ତତକ୍ଷଣାତ୍ ରିହାତି ଅଫର ପାଇପାରିବେ। ଏହି ଅଫର 28 ଡିସେମ୍ବର ପର୍ଯ୍ୟନ୍ତ ବୈଧ ଅଟେ।

ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ୍ କାର୍ଡ:

ସ୍ଵୀଗି ଏବଂ ସ୍ଵୀଗି ଇନଷ୍ଟାମାର୍ଟ ଉପରେ ରିହାତି:

ସ୍ଵୀଗି ଏବଂ ସ୍ଵୀଗି ଇନଷ୍ଟାମାର୍ଟରେ ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ କାର୍ଡ ପେମେଣ୍ଟରେ ଅନେକ ଅଫର ଉପଲବ୍ଧ। ସ୍ଵୀଗି ଫୁଡ୍ ବିତରଣରେ ଉପଭୋକ୍ତାମାନେ ସର୍ବନିମ୍ନ ଅର୍ଡର ମୂଲ୍ୟ 649 ଟଙ୍କା ଉପରେ ଅତିରିକ୍ତ 50 ଟଙ୍କା ପାଇପାରିବେ। ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ୍ କାର୍ଡ ବ୍ୟବହାରକାରୀମାନେ ସର୍ବନିମ୍ନ ଅର୍ଡର ମୂଲ୍ୟ 1000 ଟଙ୍କା ଉପରେ 150 ଟଙ୍କା ପର୍ଯ୍ୟନ୍ତ 10% ରିହାତି ମଧ୍ୟ ପାଇପାରିବେ। ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ୍ କାର୍ଡ ଏବଂ ଡେବିଟ୍ କାର୍ଡରେ ଅଫର ପ୍ରଯୁଜ୍ୟ।

ଅଳଙ୍କାର କ୍ରୟ ଉପରେ ରିହାତି:

ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ ବ୍ୟବହାରକାରୀମାନେ ସୁରଟ ଡାଇମଣ୍ଡ ଜୁଏଲେରୀରେ ସର୍ବନିମ୍ନ 2,000 ଟଙ୍କା କାରବାର ଉପରେ 20 ପ୍ରତିଶତ ତତକ୍ଷଣାତ୍ ରିହାତି ପାଇପାରିବେ। ରିହାତି ପାଇବାକୁ ହେଲେ ସେମାନଙ୍କୁ ଆଇସିଆଇସିଆଇ ବ୍ୟାଙ୍କର ଅଫିସିଆଲ୍ ୱେବସାଇଟରେ ଦିଆଯାଇଥିବା କୁପନ୍ କୋଡ୍ ବ୍ୟବହାର କରିବାକୁ ପଡିବ। ଏହି ଅଫର 31 ମାର୍ଚ୍ଚ 2027 ପର୍ଯ୍ୟନ୍ତ ବୈଧ ଅଟେ।

ଆଇଫୋନ୍ 16 ରେ ରିହାତି:

ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ କାର୍ଡ ବ୍ୟବହାରକାରୀମାନେ ଅନ୍ଲାଇନରେ ଆଇଫୋନ୍ 16 କିଣିବା ଉପରେ 6000 ଟଙ୍କା ପର୍ଯ୍ୟନ୍ତ ରିହାତି ପାଇପାରିବେ। ଏହି ଅଫର 30 ନଭେମ୍ବର 2024 ପର୍ଯ୍ୟନ୍ତ ବୈଧ ହେବ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଏଚଡିଏଫସି ଲାଇଫ ଇନସୁରାନ୍ସର ଚେୟାରମ୍ୟାନ୍ ପଦରୁ ଇସ୍ତଫା ଦେଲେ ଦୀପକ ପାରେଖ

ନୂଆଦିଲ୍ଲୀ: ବରିଷ୍ଠ ବ୍ୟାଙ୍କର ଦୀପକ ପାରେଖ HDFC ଲାଇଫ ଇନସୁରାନ୍ସର ଚେୟାରମ୍ୟାନ୍ ଦରୁ ଇସ୍ତଫା ଦେଇଛନ୍ତି। ଆଜି ଏପ୍ରିଲ ୧୮ ତାରିଖରେ ଏକ ଏକ୍ସଚେଞ୍ଜ ଫାଇଲରେ କମ୍ପାନୀ ଏହି ସୂଚନା ଦେଇଛି। କମ୍ପାନୀ କହିଛି ଯେ, ଦୀପକ ଏସ ପାରେଖ ଆଜି HDFC ଲାଇଫ ଇନସୁରାନ୍ସର ଚେୟାରମ୍ୟାନ୍ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ପଦ୍ମ ଭୂଷଣ ହାସଲ କରିଛନ୍ତି ଦୀପକ ପାରେଖ:

ଶିଳ୍ପ ଏବଂ ବାଣିଜ୍ୟ କ୍ଷେତ୍ରରେ ୨୦୦୬ ମସିହାରେ ଭାରତ ସରକାରଙ୍କ ଦ୍ଵାରା ଦୀପକ ପାରେଖଙ୍କୁ ପଦ୍ମ ଭୂଷଣ ପ୍ରଦାନ କରାଯାଇଥିଲା। ନିକଟରେ, HDFC ବ୍ୟାଙ୍କର ପୂର୍ବତନ ଅଧ୍ୟକ୍ଷ ତଥା ବ୍ୟାଙ୍କିଙ୍ଗ କ୍ଷେତ୍ରର ବରିଷ୍ଠ ଦୀପକ ପାରେଖଙ୍କ ସମର୍ଥିତ ଏକ କମ୍ପାନୀ ନେଫ୍ରୋ କେୟାର ଇଣ୍ଡିଆ ଲିମିଟେଡ ମଧ୍ୟ ଆଇପିଓ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। କମ୍ପାନୀ ଆଇପିଓ ସହ ଜଡିତ ଡକ୍ୟୁମେଣ୍ଟଗୁଡ଼ିକୁ NSE ଇମର୍ଜରେ ଦାଖଲ କରିଛି।

Categories
ଆଞ୍ଚଳିକ

ବାଣପୁରରେ ଖୋଲିଲା ଏଚଡ଼ିଏଫସି ବ୍ୟାଙ୍କର ନୂତନ ଶାଖା: ଉଦଘାଟନ କଲେ ଖୋର୍ଦ୍ଧା ଜିଲ୍ଲାପାଳ

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ସହରରେ ଦେଶର ଅଗ୍ରଣୀ ଘରୋଇ ବ୍ୟାଙ୍କ ଏଚଡ଼ିଏଫସି ବ୍ୟାଙ୍କର ନୂତନ ଶାଖା ଉଦଘାଟିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା ଉକ୍ତ ବ୍ୟାଙ୍କକୁ ଉଦଘାଟନ କରିଛନ୍ତି। ଏହା ଓଡ଼ିଶାର ୨୨୭ ତମ ଏବଂ ଖୋର୍ଦ୍ଧା ଜିଲ୍ଲାର ୪୪ ତମ ଶାଖା।

ଏହି ଅବସରରେ ଏଚଡ଼ିଏଫସି ବ୍ୟାଙ୍କ କ୍ଲଷ୍ଟର ହେଡ଼ ଅନିମେଶ ବିଶ୍ୱାଳ, ବାଣପୁର ଶାଖା ପରିଚାଳକ ଅମୁଲ୍ୟ ନାୟକ, ବାଲୁଗାଁ ଶାଖା ପରିଚାଳକ ଉତ୍କଳ ରାଉତ, କୁଞ୍ଜୁରୀ ଶାଖା ପରିଚାଳକ ହିମାଂଶୁ ମିଶ୍ର ଆଦି ଉପସ୍ଥିତ ଥିଲେ।

ତେବେ ଆଜି ଉଦଘାଟନ ଦିବସରେ ବାଣପୁର ବ୍ଲକର ଚାରି ଗୋଟି ସ୍ୱୟଂ ସହାୟକ ମହିଳା ଗୋଷ୍ଠୀଙ୍କୁ ପାଖାପାଖି ୧୫ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଇଥିବା ବାଣପୁର ଶାଖା ପରିଚାଳକ ଶ୍ରୀ ନାୟକ କହିଛନ୍ତି। ଅନୁରୂପ ଭାବେ ଏଚଡ଼ିଏଫସି ଦେଶର ଏକ ପ୍ରତିଷ୍ଠିତ ଏବଂ ବହୁ ପୁରୁଣା ଘରୋଇ ବ୍ୟାଙ୍କ ହୋଇଥିବା ବେଳେ ବାଣପୁରବାସିଙ୍କୁ ଏହା ଉତ୍କୃଷ୍ଟ ସେବା ପ୍ରଦାନ କରିବ ବୋଲି କହିଛନ୍ତି ଶ୍ରୀ ନାୟକ।

ବାଣପୁରରେ ଏକାଧିକ ରାଷ୍ଟ୍ରାୟତ ବ୍ୟାଙ୍କ ରହିଥିବା ବେଳେ ନୂତନ ଭାବେ ଉଦଘାଟିତ ଏଚଡ଼ିଏଫସି ବ୍ୟାଙ୍କରେ ଗ୍ରାହକମାନେ ଏକାଧିକ ସୁବିଧା ପାଇପାରିବେ। ସୁନା ଋଣ, ଲକର ସେବା, ବିନା କାଗଜପତ୍ରରେ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀଙ୍କୁ ଖୁବ କମ ସମୟରେ କ୍ଷୁଦ୍ର ଋଣ ମିଳିପାରିବ ବୋଲି ଶ୍ରୀ ନାୟକ କହିଛନ୍ତୁ। ଉକ୍ତ ବ୍ୟାଙ୍କଟି ବାଣପୁର କଲେଜ ରୋଡ ସ୍ଥିତ ଏସବିଆଈ ନିକଟରେ ଅବସ୍ଥିତ।