Categories
ଆଜିର ଖବର ଜାତୀୟ ଖବର

ଦେଶରେ ଗତ ଚବିଶ ଘଣ୍ଟାରେ ୮୯ ହଜାର ୭୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ: ୧ ହଜାର ୧୧୫ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ଗତ ଚବିଶ ଘଣ୍ଟାରେ ୮୯ ହଜାର ୭୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ମୃତ୍ୟୁବରଣ କରିଛନ୍ତି ୧ ହଜାର ୧୧୫ ଜଣ। ଦେଶରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୩ ଲକ୍ଷ ୭୦ ହଜାର ୧୨୯ କୁ ବୃଦ୍ଧି ହୋଇଛି । ସକ୍ରିୟ କେସ ୮ ଲକ୍ଷ ୯୭ ହଜାର ୩୯୪ ଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩୩ ଲକ୍ଷ ୯୮ ହଜାର ୮୪୫ ରହିଛି। ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୩, ୮୯୦ ରେ ପହଞ୍ଚିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

Categories
ଆଜିର ଖବର ଜାତୀୟ ଖବର

ଆଜି ଦେଶରେ ୬୧,୪୦୮ ଜଣ ଆକ୍ରାନ୍ତ ଚିହ୍ନଟ: ୮୩୬ ମୃତ

ନୂଆଦିଲ୍ଲୀ: ଆଜି ଦେଶରେ ୬୧,୪୦୮ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୮୩୬ ଜଣ ମୃତ୍ୟୁବରଣ କରିଛନ୍ତି। ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୩୧ ଲକ୍ଷ ୬ ହଜାର ୩୪୯ କୁ ବୃଦ୍ଧି ପାଇଛି। ତେବେ ସୁସ୍ଥ ହୋଇ ୨୩,୩୮,୦୩୫ ଜଣ ଘରକୁ ଫେରିଥିବା  ବେଳେ ଚିକିତ୍ସାଧୀନ ଅଛନ୍ତି ୭,୧୦୭୭୧ ଜଣ ଏବଂ କରୋନା ରେ ୫୭,୫୪୨ ଜଣ ମୃତ୍ୟୁ ବରଣ କରିଛନ୍ତି। ମହାରାଷ୍ଟ୍ରେ ସର୍ବାଧିକ ୨୨,୨୫୩ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି। ସେହିପରି ତାମିଲନାଡୁରେ ୬୫୧୭, କର୍ଣ୍ଣାଟକରେ ୪୬୮୩, ଦିଲ୍ଲୀରେ ୪୩୦୦ ଜଣ ମୃତ୍ୟୁବରଣ କରିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

Categories
ଆଜିର ଖବର ଜାତୀୟ ଖବର

ଦେଶରେ ଗତ 24 ଘଣ୍ଟାରେ 66 ହଜାର 999ଜଣ ଆକ୍ରାନ୍ତ, 942 ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗତ 24 ଘଣ୍ଟା ମଧ୍ୟରେ 66 ହଜାର 999ଜଣ ଆକ୍ରାନ୍ତ ହୋଇଥିବାବେଳେ 942ଜଣଙ୍କର ମୃତ୍ୟୁ ହୋଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 47 ହଜାର 33କୁ ବୃଦ୍ଧି ହୋଇଥିବାବେଳେ ଦେଶରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 23 ଲକ୍ଷ 96 ହଜାର 638କୁ ବୃଦ୍ଧି ହୋଇଛି। ସେହପରି ଦେଶରେ ଏବେ ସୁଦ୍ଧା 6 ଲକ୍ଷ 53 ହଜାର 622ଟି ସକ୍ରିୟ କେସ୍‌ ଥିବାବେଳେ ସୁସ୍ଥ ହୋଇଛନ୍ତି 16 ଲକ୍ଷ 95 ହଜାର 982 ଜଣ। ମହାରାଷ୍ଟ୍ରରେ ସର୍ବାଧିକ 18 ହଜାର 650ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ତାମିଲନାଡୁରେ 5 ହଜାର 278, ଦିଲ୍ଲୀରେ 4 ହଜାର 153, କର୍ଣ୍ଣାଟକରେ 3510ଜଣଙ୍କର ମୃତ୍ୟୁ ହୋଇଛି।

Categories
ଆଜିର ଖବର ଜାତୀୟ ଖବର

ଗତ ୨୪ ଘଣ୍ଟାରେ ଦେଶରେ ୧୪୦ ମୃତ୍ୟୁ: ମୃତ୍ୟୁ ସଂଖ୍ୟା ୩ ହଜାର ୩୦୩କୁ ବୃଦ୍ଧି

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଦେଶରେ ଲକ ଡାଉନ ଜାରି ରହିଥିବା ସତ୍ତ୍ୱେ ଦେଶରେ କରୋନା ସଂଖ୍ୟା କମିବାର  ନା ଧରୁନାହିଁ।  ଦେଶରେ କରୋନା ଯୋଗୁଁ ମୃତ୍ୟୁ  ସଂଖ୍ୟା ୩ ହଜାର ୩୦୩କୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଏହି ମାରାତ୍ମକ କରୋନା ଯୋଗୁଁ  ଏବେ ସୁଦ୍ଧା ଦେଶରେ ୧ ଲକ୍ଷ ୬ ହଜାର ୭୫୯ ଜଣ ଲୋକ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୬୧ ହଜାର ୧୪୯ ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ସୁସ୍ଥ ହୋଇଛନ୍ତି ୪୨ ହଜାର ୨୯୭ ଜଣ।

ବିଗତ ୨୪ ଘଣ୍ଟା ମଧ୍ୟରେ ୫ ହଜାର ୬୧୧ ଜଣ  ଆକ୍ରାନ୍ତ ହୋଇଥିବା ବେଳେ ୧୪୦ ଜଣ ବ୍ୟକ୍ତିଙ୍କର ପ୍ରାଣହାନୀ ଘଟିଛି। ଭାରତରେ ଗୋଟିଏ ଦିନରେ ଏହା ସର୍ବାଧିକ ଆକ୍ରାନ୍ତ।

ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ରାଜ୍ୟରେ ୩୭ ହଜାର ୧୩୬ ଜଣ ଆକ୍ରାନ୍ତ ହୋଇଛନ୍ତି ଓ ୧୩୨୫ ଜଣକର ମୃତ୍ୟୁ ହୋଇଛି। ସେହିପରି ଗୁଜୁରାଟରେ ୭୧୯, ମଧ୍ୟପ୍ରଦେଶରେ ୨୫୮,  ପଶ୍ଚିମବଙ୍ଗରେ ୨୫୦  ଜଣ ରାଜସ୍ଥାନରେ ୧୪୩, ଦିଲ୍ଲୀରେ ୧୬୮, ଉତ୍ତରପ୍ରଦେଶ ରେ ୧୨୩, ତାମିଲନାଡୁରେ ୮୪, ଆନ୍ଧ୍ରପ୍ରଦେଶ ରେ ୫୨, ତେଲେଙ୍ଗାନା ରେ ୩୮, କର୍ନାଟକ ରେ ୪୦, ପଞ୍ଜାବରେ ୩୮, ଜାମ୍ମୁକାଶ୍ମୀରରେ ୧୭, ହରିୟଣାରେ ୧୪, ବିହାରରେ ୯, କେରଳରେ ୪, ଝାରଖଣ୍ଡରେ ୩, ଓଡିଶାରେ ୬, ଚଣ୍ଡୀଗଡ଼ରେ ୩, ହିମାଚଳ ପ୍ରଦେଶରେ ୩, ଆସାମରେ ୪ ଓ ମେଘାଳୟରେ ଜଣଙ୍କର  ମୃତ୍ୟୁ ହୋଇଛି।