କାନପୁର : ସ୍ବାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ନିୟମ ପ୍ରଣୟନ କରାଯାଇଥିଲେ ମଧ୍ୟ ଏହା ଧର୍ମକୁ ଆଖିଠାର ସଦୃଶ ହୋଇଛି । ସ୍ବାସ୍ଥ୍ୟକର୍ମୀଙ୍କ ଉପରକୁ ଆକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ହରିୟାଣାରେ ଏହି ଘଟଣା ଘଟିଥିବା ବେଳେ ଆଜି ଉତ୍ତର ପ୍ରଦେଶରେ ଏହି ଘଟଣାର ପୁନରାବୃତି ଘଟିଛି । କାନପୁରର ବଜାରିଆ ଅଞ୍ଚଳରେ ଏହି ଘଟଣା ଘଟିଛି । ପୋଲିସ୍ ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣ ଘଟଣାରେ ପୋଲିସ୍ 4 ଜଣଙ୍କୁ ଗିରଫ କରାଯାଇଛି । ଏହି ଆକ୍ରମଣ ପରେ ସ୍ବାସ୍ଥ୍ୟକର୍ମୀଙ୍କୁ ଉକ୍ତ ଅଞ୍ଚଳରୁ ବାହାର କରାଯାଇଥିଲେ ମଧ୍ୟ ପୋଲିସ୍ ପକ୍ଷରୁ ଆକ୍ରମଣ କରାଯାଇଥିଲା । ଏହାପରେ ପୋଲିସ୍ ଉକ୍ତ ଆକ୍ରମଣରେ ସମ୍ପୃକ୍ତ 4 ଜଣଙ୍କୁ ଗିରଫ କରିଛି । (ଏଜେନ୍ସି)
Tag: HealthWorker
ଶ୍ରୀନଗର : ଦେଶରେ କରୋନା ଭାଇରସ୍ର ପ୍ରଭାବ ଦିନକୁ ଦିନ ବଢି ଚାଲିଥିବା ବେଳେ ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମୀଙ୍କ ଉପରକୁ ଆକ୍ରମଣ ମଧ୍ୟ ବଢିବାରେ ଲାଗିଛି । ଜମ୍ମୁ କାଶ୍ମୀରରେ ଏକ ସମାନ ଘଟଣା ସମ୍ମୁଖକୁ ଆସିଛି । ଜମ୍ମୁ କାଶ୍ମୀରର ବଡଗାମ ଅଞ୍ଚଳରେ ଘଟିଥିବା ଏହି ଘଟଣାରେ ଏକ ଡାକ୍ତରୀ ଦଳକୁ ଅପହରଣ କରାଯାଇଛି । ଶେଖ୍ପୁରାର ଓ୍ବଥୁରା ଗ୍ରାମରେ ଏକ ପରିବାର ଦ୍ବାରା ସ୍ବାସ୍ଥ୍ୟ କର୍ମୀଙ୍କୁ ଅପହରଣ କରାଯାଇ ବନ୍ଧକ ରଖାଯାଇଥିଲା । ସ୍ଥାନୀୟ ପୋଲିସ୍ ଅଧିକାରୀଙ୍କ ହସ୍ତକ୍ଷେପ ପରେ ଡାକ୍ତରୀ ଦଳକୁ ଉଦ୍ଧାର କରାଯିବା ସହିତ ଅପହର୍ତ୍ତା ପରିବାରକୁ ଗିରଫ କରାଯାଇଛି । ପୋଲିସ୍ ଉପରକୁ ପଥର ମାଡ କରାଯିବା କାରଣରୁ 3 ଜଣ ପୋଲିସ୍ କର୍ମଚାରୀ ଆହତ ହୋଇଛନ୍ତି । ପୋଲିସ୍ ପକ୍ଷରୁ ପରିବାର ବିରୋଧରେ ଏକାଧିକ ମାମଲା ରୁଜୁ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଜମ୍ମୁ କାଶ୍ମୀରରେ ଶନିବାର ଦିନ ନୂତନ ଭାବରେ 17 କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 224ରେ ପହଞ୍ଚିଛି । (ଏଜେନ୍ସି)
ଭୁବନେଶ୍ବର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନରେ ଆଜି ଦେଶ ସାରା ସ୍ବାସ୍ଥ୍ୟ କର୍ମିଙ୍କୁ ତାଳିମାରି, ଘଣ୍ଟାଘଣ୍ଟି ବଜାଇ ସ୍ବାଗତ କରାଯାଇଛି। ସେହିପରି ଓଡିଶାରେ ମଧ୍ୟ ବିଭିନ୍ନ ସ୍ଥାନରେ ଆପାର୍ଟମେଣ୍ଟରେ ଲୋକମାନେ ତାଳି ମାରି ହୁଳହୁଳି ଦେଇ ସେମାନଙ୍କ କାମକୁ ଉତ୍ସାହିତ କରିଛନ୍ତି। ତେବେ ଭୁବନେଶ୍ବରର ଲୋକସେବା ଭବନରେ ପରିବେଶ ଥିଲା ସଂପୂର୍ଣ୍ଣ ନିଆରା।
ମୋଦୀଙ୍କ ଆହ୍ବାନରେ ଆଜି ଠିକ ପାଞ୍ଚଟା ବେଳେ ଲୋକସେବା ଭବନରେ ଏକଠି ହୋଇଥିଲେ ଓଡିଶା ସରକାରଙ୍କ ପାୱାରଫୁଲ ଅଫିସରଗଣ। ସେମାନଙ୍କ ମଧ୍ୟରେ ଥିଲେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗଚୀ, ମୁଖ୍ୟଶାସନ ସଚିବ ଅସୀତ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ମହାପାତ୍ର ଏବଂ 5ଟି ସଚିବ ଭି କେ ପାଣ୍ଡିୟାନ। ଏଥିସହିତ ସ୍ବାସ୍ଥ୍ୟ ବିଭାଗର ସଚିବ ନିକୁଞ୍ଜ ଧଳ ଏବଂ ଶାଳୀନି ପଣ୍ଡିତ ମଧ୍ୟ ଥିଲେ। ଠିକ ପାଞ୍ଚଟା ବାଜିବା ବେଳେ ସମସ୍ତେ ତାଳି ମାରି ସ୍ବାସ୍ଥ୍ୟ ସେବାକାରୀଙ୍କ ଉତ୍ସାହିତ କରିଥିଲେ।
ଏପରିକି ପାଣ୍ଡିୟାନଙ୍କ ସହିତ କେତେକ ଅଧିକାରୀ ହାତରେ ସ୍ବାସ୍ଥ୍ୟ କର୍ମିଙ୍କୁ ଉତ୍ସାହିତ ପାଇଁ ଲେଖାଥିବା ପ୍ଲାକାର୍ଡ ଧରି ଛିଡା ହୋଇଥିଲେ। ପାଣ୍ଡିୟାନ, ବାଗଚୀ, ଶାଳୀନି ଧରିଥିବା ପ୍ଲାକାର୍ଡ ଇଂରାଜୀ ଲେଖିଥିବା ବେଳେ , ଡିସି ଏବଂ ସ୍ବାସ୍ଥ୍ୟ ସଚିବଙ୍କ ପ୍ଲାକାର୍ଡ ଓଡିଆରେ ଲେଖାଥିଲା।
ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଦିଗଟି ହେଲା ଯେ ଏମାନେ ସମସ୍ତେ ଦୁଇ ମିଟର ଦୂରତାରେ ଛିଡା ହୋଇଥିଲେ। ରାଜ୍ୟ ସରକାରଙ୍କ ତରଫରୁ ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗଚୀ ଦୂରତା ରଖି କଥାବାର୍ତ୍ତା କରନ୍ତୁ ବୋଲି ଜନସାଧାରଣଙ୍କୁ କହି ଆସୁଛନ୍ତି। ସେହି ନିୟମ ସେମାନେ ମଧ୍ୟ ପାଳନ କରିଥିବାର ପରିଲକ୍ଷିତ ହୋଇଥିଲା।