Categories
ଆଜିର ଖବର

ପାଟ୍ରୋଲିଂ ସମୟରେ ହୃଦଘାତରେ ପ୍ରାଣ ହରାଇଲେ ସହକାରୀ ସବ୍-ଇନ୍ସପେକ୍ଟର

ଚଣ୍ଡିଗଡ଼: ସାରା ବିଶ୍ଵ ଆଜି କରୋନା କବଳରେ। ଭାରତରେ ମଧ୍ୟ କରୋନାଭାଇରସ୍ ବେଳକୁ ବେଳ ବୃଦ୍ଧି ପାଇବାରେ ଲାଗିଛି। ଏହି ମହାମାରୀକୁ ରୋକିବା ପାଇଁ ସମଗ୍ର ଦେଶକୁ ଲକଡାଉନ ରୂପେ ଘୋଷଣା କରାଯାଇଛି। ସେହିପରି ପଞ୍ଜାବରେ ମଧ୍ୟ ଏହି କଟକଣାକୁ ଆହୁରି କଡାକଡି କରାଯାଇଛି। ପଞ୍ଜାବ ପୋଲିସ ଏନେଇ ଗଳି ଗଳିରେ ସଜାଗ ରହି ନିଜର କର୍ତ୍ତବ୍ୟ ସମ୍ପାଦନ କରୁଛି। କିନ୍ତୁ ଏହା ଭିତରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ସୂଚନାନୁଯାୟୀ ଡ୍ୟୁଟିରେ ଥିବା ଜଣେ ପୋଲିସ୍ ଆଜି ହୃଦଘାତରେ ପ୍ରାଣ ହରାଇଛନ୍ତି। ପଟିଆଲା ଜିଲ୍ଲାରେ ଡ୍ୟୁଟିରେ ଥିବା ସମୟରେ ଜନୈକ ପୋଲିସ ମୃତ୍ୟୁବରଣ କରିଥିବା ଜଣାପଡିଛି। ସହକାରୀ ସବ୍-ଇନ୍ସପେକ୍ଟର (ଏଏସ୍ଆଇ) ମିଆନ୍ ସିଂ ହୃଦଘାତରେ ପାଟ୍ରୋଲିଂ ଡ୍ୟୁଟିରେ ଥିଲେ ବୋଲି ଜଣେ ଅଧିକାରୀ କହିଛନ୍ତି। ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

ଉଲ୍ଲେଖଯୋଗ୍ୟଯେ କର୍ଫ୍ୟୁ ଆରମ୍ଭ ହେବା ଦିନଠାରୁ ସେ ଦିନକୁ ୧୪ ଘଣ୍ଟାରୁ ଅଧିକ ସମୟ ଡ୍ୟୁଟି କରୁଥିଲେ। (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ପୁଅର ବାହାଘର ଦିନ ବାପର ମୃତ୍ୟୁ ଘଟଣା: ମୃତକଙ୍କ ପରିବାକୁ ଭେଟିଲେ ବିଧାୟକ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ବାହାଘରର ଏକ ଖୁସିର ଦିନରେ ମୃତ୍ୟୁଖବର କେବଳ ପରିବାର ନୁହେଁ, ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି। ଏପର ଘଟଣା ଘଟିଯାଇଛି ବାଲୁଗାଁ ନିକଟସ୍ଥ ସରଳାପଦା ଗ୍ରାମରେ। ଗତ ୨୦ତାରିଖରେ ବାହାଘର ପାଇଁ ବରଯାତ୍ରୀ ସହ ପଟୁଆରରେ ଗ୍ରାମ ପରିକ୍ରମା କରାଯାଇଥିଲା। କନ୍ୟା ଘର ଆଗରେ ବାଣ, ରୋଶଣି ସହ ଡିଜେ ସାଉଣ୍ଡରେ ଗାଁ ଉଠପଡ ହେଉଥିବାବେଳେ ଏଭଳି ଶବ୍ଦକୁ ସହ୍ୟ କରିପାରିନଥିଲେ ବରର ପିତା। ଘଟଣାସ୍ଥଳରେ ତଳେ ପଡିଯାଇଥିଲେ। ତୁରନ୍ତ ତାଙ୍କୁ ହସ୍ପିଟାଲ୍‌ ନିଆଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୁଖ ସମୟରେ ଏପରି ଦୁଃଖଦ ଘଟଣା ଘଟିଯାଇଥିବାରୁ ସମ୍ପୃକ୍ତ ପରିବାରଟି ସମ୍ପୂର୍ଣ୍ଣ ରୂପେ ଭାଙ୍ଗିପଡିଛି। ଶୋକରେ ଆତୁର ଥିବା ଏହି ପରିବାରକୁ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ଭେଟିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

ମୃତକ ଜଣକ ହେଉଛନ୍ତି ବାଲୁଗାଁ ଅଞ୍ଚଳର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ବିଜୟ ସାହୁ। ତାଙ୍କ ପୁତ୍ର ଅନିଲ୍‌ଙ୍କ ବାହାଘର ସମୟରେ ଏପରି ଅଘଟଣ ଘଟିଯାଇଛି। ବାଲୁଗାଁ ଗାନ୍ଧି ଛକ ନିକଟରେ ବିଜୟା ହୋଟେଲ୍‌ ରହିଥିବାବେଳେ ଏହି ହୋଟେଲଟି ସମଗ୍ର ଅଞ୍ଚଳରେ ବେଶ୍‌ ଲୋକପ୍ରିୟ। ବିଜୟଙ୍କ ଅକାଳ ମୃତ୍ୟୁ ଯୋଗୁଁ ସ୍ଥାନୀୟ ହୋଟେଲ୍‌ ସଂଘ ତରଫରୁ ଶୋକ ପାଳନ କରାଯିବା ସହ ସେହି ଅଞ୍ଚଳରେ ସମସ୍ତ ହୋଟେଲ୍‌କୁ ବନ୍ଦ ରଖିଥିଲେ।  ପରିବାରର ଏପରି ଦୁଃଖଦ ସମୟରେ ଖୋର୍ଦ୍ଧାଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ତଥା ବାଲୁଗାଁ ବିଜେପି ନଗରମଣ୍ଡଳର ସଭାପତି ସତ୍ୟ ନାରାୟଣ ସେନାପତି, ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଛନ୍ତି।