Categories
ଆଜିର ଖବର ରାଜ୍ୟ ଖବର

ପ୍ରବଳ ବର୍ଷିବ: 10 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ ଉପକୂଳ କାକିନାଡ଼ା ଠାରେ ଅବପାତ ସ୍ଥଳଭାଗ ଛୁଇଁଛି। ଏହାର ପ୍ରଭାବରେ ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶାର ଅଧକାଂଶ ଜିଲ୍ଲାରେ ବର୍ଷା ହେଉଛି । ଅନ୍ୟପକ୍ଷରେ ପ୍ରବଳ ବର୍ଷା ସମ୍ଭାବନା ନେଇ ଆସନ୍ତାକାଲି ସକାଳ ଯାଏଁ 10 ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସମ୍ପୃକ୍ତ ଜିଲ୍ଲାଗୁଡ଼ିକ ହେଲା ଗଞ୍ଜାମ, ଗଜପତି, ରାୟଗଡ଼, ଖୋର୍ଦ୍ଧା, ପୁରୀ, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ । ଅନ୍ୟପକ୍ଷରେ ଲଗାଣ ବର୍ଷା ଯୋଗୁଁ ବ୍ରହ୍ମପୁର ଅଞ୍ଚଳର ପାତ୍ରପୁର ବ୍ଲକ ଅନ୍ତର୍ଗତ 5ଟି ଗାଁ ଜଳ ମଗ୍ନ ହୋଇପଡ଼ିଛି । ଆଙ୍ଗୁଲି ଓ ବୁରାତାଲ ପଞ୍ଚାୟତର 5ଟି ଗାଁ ଜଳମଗ୍ନ ହୋଇଛି । ଅବପାତଜନିତ ବର୍ଷା, ଝରଣା ପାଣି ଓ ବାଘଲଟି ଜଳ ପ୍ରକଳ୍ପ ପାଣିରେ ସମ୍ପୃକ୍ତ ଗାଁଗୁଡ଼ିକ ବୁଡ଼ି ଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଲଘୁଚାପ ସୃଷ୍ଟି : ସାତୋଟି ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ

ଭୁବନେଶ୍ବର : ଉତ୍ତର ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ତିନି ଦିନ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ଆଜି ପାଇଁ 7ଟି ଜିଲ୍ଲା ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଥିବାବେଳେ ଆସନ୍ତା କାଲି ପାଇଁ 10ଟି ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଆଜି ପାଇଁ ମୟୂରଭଞ୍ଜ, ବାଲେଶ୍ବର,ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ମାଲକାନଗିରି ଓ କୋରାପୁଟ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଆଜି ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । କାଲି ପ୍ରାୟ ସବୁ ସ୍ଥାନ ଓ 22 ତାରିଖରେ ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ଏହାସହ ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବାପାଇଁ ପରାମର୍ଶ ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ପାଣି ଘେରରେ ଭୁବନ ବ୍ଲକର ବହୁ ଗ୍ରାମ

ଭୁବନ: ଲଗାଣ ବର୍ଷା ଯୋଗୁଁ ଢେଙ୍କାନାଳ ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଜିଲ୍ଲାର ଭୁବନ ବ୍ଲକ ସର୍ବାଧିକ ପ୍ରଭାବିତ ହୋଇଥିବାବେଳେ ଏହି ବ୍ଲକର ବହୁ ଗାଁ ଏବେ ପାଣି ଘେରରେ ରହିଛନ୍ତି । ଜାତୀୟ ରାଜପଥ-53ର ବାଉଁଶକଣା ନିକଟରେ 20 ଫୁଟର ଘାଇ ସୃଷ୍ଟି ହୋଇଛି । ସେହିପରି ବଡସୁଆଁଳୋ ନିକଟରେ ଜାତୀୟ ରାଜପଥ ଧୋଇ ଯାଇଛି । ମାଳପୁରା, ଓଢଣା, ଜୟପୁର, କାଶିପୁର, ସିଆରଦୋଳି ଗ୍ରାମଗୁଡିକ ପାଣି ଘେରରେ ରହିଥିବାର ଖବର ରହିଛି । ରାସ୍ତା ବୁଡି ଯିବାରୁ ତାଳଚେରରୁ ଯାଜପୁର ଗମନାଗମନ ବ୍ୟାହତ ହୋଇଛି ।

Categories
ଆଜିର ଖବର

୨୨ ଜିଲ୍ଲାକୁ ପ୍ରବଳ ବର୍ଷା ସତର୍କ ସୂଚନା

ଗତକାଲି ଠାରୁ ତୁହାକୁ ତୁହା ବର୍ଷା ସାଙ୍ଗକୁ କୋହଲା ପାଗ ଏବଂ ହାଲକା ପବନ ମୌସୁମୀ ଆଗମନର ସୂଚନା ଦେଇଥିଲା। ଆଜି ମଧ୍ୟ ଅଧିକାଂଶ ଅଂଚଳରେ ପାଗ ମେଘୁଆ ରହିବା ସହ ବର୍ଷା ଆରମ୍ଭ ହୋଇଛି। ମୌସୁମୀ ବାୟୁ ପ୍ରଭାବ ସହ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଲଘୁଚାପ ଯୋଗୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ। ତେଣୁ ଆଗାମୀ ୨୪ ଘଣ୍ଟା ପାଇଁ ୨୨ଟି ଜିଲ୍ଲାକୁ ପ୍ରବଳ ବର୍ଷାର ସତର୍କ ସୂଚନା ଜାରି କରାଯାଇଛି। ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପୁରୀ, ଜଗତସିହପୁର, ବାଲେଶ୍ବର, ଭଦ୍ରକ, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ବଲାଙ୍ଗୀର, ନୂଆପଡ଼ା ଓ ବୈାଦ୍ଧ ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ତେଣୁ ଏହି ଦୁଇଦିନ ସମୁଦ୍ରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ଚଳିତ ଥର ବିଳମ୍ବ ହୋଇ ଜୁନରେ ମୈାସୁମୀ ଓଡ଼ିଶା ଛୁଇଁଥିବା ହେତୁ ଜୁଲାଇ ଓ ଅଗଷ୍ଟରେ ବେଶି ସକ୍ରିୟ ହେବ। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Categories
ଆଜିର ଖବର

ବଙ୍ଗୋପସାଗରରେ ଲଘୁଚାପ : ୪୮ ଘଣ୍ଟା ବର୍ଷା ସମ୍ଭାବନା

ଉତ୍ତର ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହେବାର ସମ୍ଭାବନା ରହିଛି। ରାଜ୍ୟରେ ମୌସୁମୀ ବର୍ଷା ହେଉଥିବା ବେଳେ ଏହାକୁ ତ୍ବରାନ୍ବିତ କରିଛି ଲଘୁଚାପ। ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଲଘୁଚାପ ବର୍ଷା ଲାଗି ରହିବ ବୋଲି ଜଣାପଡିଛି। ଉପକୂଳବର୍ତ୍ତୀ ଜିଲାଗୁଡିକରେ ବର୍ଷା ଅଧିକ ରହିବ ବୋଲି ଅନୁମାନ କରାଯାଇଛି। ଏଥିଯୋଗୁ ଗରମ ଓ ଗୁଳୁଗୁଳିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଏହା ଓଡ଼ିଶାରେ ମୌସୁମୀକୁ ତ୍ୱରାନିତ କରିବାରେ ସହାୟକ ହେବ ବୋଲି ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ କହିଛନ୍ତି।