Categories
ଆଜିର ଖବର ଜାତୀୟ ଖବର

ନଭେମ୍ବର ୧ରୁ ନୂଆ ନିୟମ ଅନୁଯାୟୀ ମିଳିବ ଏଲ୍‌ପିଜି ସିଲିଣ୍ଡର୍‌

ନୂଆଦିଲ୍ଲୀ: ଏବେ ଆପଣଙ୍କ ଏଲ୍‌ପିଜି ସିଲିଣ୍ଡରର ହୋମ୍‌ ଡେଲିଭେରୀ ପ୍ରକ୍ରିୟାରେ ପରିବର୍ତ୍ତନ ଘଟିବ। ମିଳିଥିବା ସୂଚନା ଅନୁସାରେ, ଏବେ କେବଳ ଫୋନରେ ଅର୍ଡର ବୁକ୍ କରିବା ଦ୍ୱାରା ହିଁ ସିଲିଣ୍ଡର ଡେଲିଭରି ହେବନି। ଏଥିପାଇଁ ଭାରତୀୟ ତୈଳ କମ୍ପାନୀ ଏଲ୍‌ପିଜି ସିଲିଣ୍ଡରର ହୋମ୍‌ ଡେଲିଭରୀ ପ୍ରକ୍ରିୟାରେ କିଛି ପରିବର୍ତ୍ତନ କରୁଛନ୍ତି। ଘରୋଇ ସିଲିଣ୍ଡର ଚୋରୀକୁ ରୋକି ଉପଯୁକ୍ତ ଉପଭୋକ୍ତାଙ୍କ ନିକଟରେ ଗ୍ୟାସ୍‌ ପହଞ୍ଚାଇବା ଲକ୍ଷ୍ୟରେ ଗ୍ୟାସ୍‌ ସିଲିଣ୍ଡରର ହୋମ୍‌ ଡେଲିଭରୀ ପ୍ରକ୍ରିୟାରେ କିଛି ପରିବର୍ତ୍ତନ କରାଯାଇଛି।

ତେବେ ଆସିବାକୁ ଥିବା ଏହି ନୂତନ ପ୍ରକ୍ରିୟାରେ ଏବେ କେବଳ ବୁକିଂ କରିବାରେ କାମ ଚଳିବନି। ତୈଳ କମ୍ପାନୀ ନୂଆ ସିଷ୍ଟମକୁ ଅଥଣ୍ଟିକେସନ୍ କୋଡ୍(ଡିଏସି) ସହିତ ଯୋଡିବାର ଯୋଜନା କରୁଛନ୍ତି। ଏଥିରେ ସିଲିଣ୍ଡର ବୁକିଂ କରିବା ନେଇ ଆପଣଙ୍କ ରେଜିଷ୍ଟର୍ଡ ମୋବାଇଲ ନମ୍ବର ଉପରେ ଏକ କୋଡ୍ ଆସିବ। ଏହି କୋଡ୍ ସିଲିଣ୍ଡର ଡେଲିଭରି କରିବା ସମୟରେ ଡେଲିଭରି ବୟକୁ ଦେବାକୁ ହେବ। ଯେଉଁ ପର୍ଯ୍ୟନ୍ତ ଏହି କୋଡ ନଆସିବ ସେ ପର୍ଯ୍ୟନ୍ତ ଡେଲିଭରି ପୁରା ହେବନାହିଁ ଓ ଷ୍ଟାଟସ୍ ପେଣ୍ଡିଂ ରହିବ। ଯଦି ଆପଣଙ୍କ ମୋବାଇଲ ନମ୍ବର ଗ୍ୟାସ୍ ବିକ୍ରେତା ଏଜେନ୍ସିଙ୍କ ପାଖରେ ରେଜିଷ୍ଟର୍ଡ ନାହିଁ କିମ୍ବା ନମ୍ବର ବଦଳି ଯାଇଛି ତେବେ‌ ଡେଲିଭରି କରିଛନ୍ତି ତେବେ ଏହାକୁ ଅପଡେଟ୍ କରିପାରିବେ। ଏଥିପାଇଁ ଡେଲିଭରି ବୟଙ୍କୁ ଏକ ଆପ୍ ସୁବିଧା ଦିଆଯିବ। ଡେଲିଭରି କରିବା ସମୟରେ ଆପଣ ସେହି ଆପ୍ ସାହାଯ୍ୟରେ ନିଜର ମୋବାଇଲ ନମ୍ବର ଡେଲିଭରି ବୟକୁ ଅପଡେଟ୍ କରିପାରିବେ। ଆପ୍ ଜରିଆରେ ରିୟଲ ଟାଇମ୍ ବେସିସରେ ମୋବାଇଲ ନମ୍ବର ଅପଡେଟ୍ ହୋଇଯିବ। ଏହାପରେ ସେହି ନମ୍ବର କୋଡ୍ ମଧ୍ୟ ଜେନରେଟ୍ କରିବାର ସୁବିଧା ରହିବ।

ଏହି ସିଷ୍ଟମ୍‌ ପ୍ରଥମେ ୧୦୦ ସ୍ମାର୍ଟ ସିଟିରେ ଲାଗୁ କରାଯିବ। ଏହା ପାଇଲଟ୍ ପ୍ରୋଜେକ୍ଟ ଭାବରେ କାମ କରିବ। ଧୀରେ ଧୀରେ ଦେଶର ଅନ୍ୟ ଭାଗରେ ମଧ୍ୟ ଏହି ସିଷ୍ଟମ ଲାଗୁ କରାଯିବ। ବର୍ତ୍ତମାନ ସମୟରେ ଦୁଇଟି ସହରରେ ଏହି ସିଷ୍ଟମ ପାଇଲଟ୍ ପ୍ରୋଜେକ୍ଟ ଭାବରେ ଚାଲିଛି। ନୂଆ ସିଷ୍ଟମ କେବଳ ଘରୋଇ ଗ୍ୟାସ୍ ସିଲିଣ୍ଡରରେ ଲାଗୁ ହେବ। କମର୍ସିଆଲ ସିଲିଣ୍ଡରକୁ ଏହାଠାରୁ ଅଲଗା ରଖାଯିବ।  (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ମଦର ହୋମ୍‌ ଡେଲିଭରୀ ଆରମ୍ଭ : ଜାଣନ୍ତୁ କେଉଁ ସହରରରେ ସେବା ଆରମ୍ଭ କଲା ସ୍ବିଗି

ରାଞ୍ଚି : ଏଣିକି ମଦରେ ହେବ ହୋମ୍‌ ଡେଲିଭରୀ । ମଦ ଦୋକାନ ସମ୍ମୁଖରେ ଭିଡ ହଟାଇବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି ଝାରଖଣ୍ଡ ସରକାର । ଝାରଖଣ୍ଡରେ ମଦର ହୋମ୍‌ ଡେଲିଭରୀ ଆରମ୍ଭ କରିଛି ଫୁଡ୍‌ ଡେଲିଭରୀ ଆପ୍‌ ସ୍ବିଗି । ବୁଧବାର ଠାରୁ ଝାରଖଣ୍ଡରେ ଏହି ସେବାର ଆରମ୍ଭ କରାଯାଇଛି । ଏହି ସେବା ପାଇଁ ଅତିରିକ୍ତ ଭାବରେ 25 ପ୍ରତିଶତ ଟିକସ ଆଦାୟ କରାଯାଉଥିବା ଜଣାପଡିଛି । କେବଳ ଝାରଖଣ୍ଡର ରାଜଧାନୀ ରାଞ୍ଚିରେ ଏହି ସେବା ଆରମ୍ଭ କରାଯାଇଛି । ଝାରଖଣ୍ଡ ସରକାରଙ୍କ ପକ୍ଷରୁ ସ୍ବିଗି ଏନେଇ ଆବଶ୍ୟକୀୟ ଅନୁମତି ହାସଲ କରିନେଇଛି । ରାଜ୍ୟର ଅନ୍ୟ ପ୍ରମୁଖ ସହର ଗୁଡିକରେ ଏହି ସେବାକୁ ଖୁବ୍‌ଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ସ୍ବିଗିର ଉପସଭାପତି ଅନୁଜ ରାଠୀ ପ୍ରକାଶ କରିଛନ୍ତି । ସ୍ବିଗି ଆପ୍‌କୁ ଅପ୍‌ଡେଟ୍‌ କରାଇବା ଦ୍ବାରା ଏହି ସେବାର ଲାଭ ଉଠାଯାଇପାରିବ ବୋଲି ସ୍ବିଗି ପକ୍ଷରୁ କୁହାଯାଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି : ମଦର ହେବ ହୋମ୍‌ ଡେଲିଭରୀ

ନୂଆଦିଲ୍ଲୀ : ଏଣିକି ମଦର ହେବ ହୋମ୍‌ ଡେଲିଭରୀ । ଶୁକ୍ରବାର ସୁପ୍ରିମକୋର୍ଟ ଏହି ଘୋଷଣା କରିଛନ୍ତି । ମଦ ଦୋକାନ ଖୋଲାଯିବା ପରଠାରୁ ଅହେତୁକ ଭିଡ କାରଣରୁ ସମସ୍ତ ରାଜ୍ୟ ସରକାର ହୋମ୍‌ ଡେଲିଭରୀ ବ୍ୟବସ୍ଥା ଆପଣେଇବା ପାଇଁ ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମଦ ଦୋକାନରେ ସାମାଜିକ ଦୂରତ୍ବର ପାଳନ ହେଉନଥିବାରୁ ସର୍ବୋଚ୍ଚ କୋର୍ଟ ଏହି ଘୋଷଣା କରିଛନ୍ତି । ତେବେ ଏନେଇ କୌଣସି ଲିଖିତ ନିର୍ଦ୍ଦେଶନାମା ଜାରି କରିନାହାନ୍ତି ସର୍ବୋଚ୍ଚ କୋର୍ଟ । ଜଷ୍ଟିସ୍‌ ଅଶୋକ ଭୂଷଣ ଏହି ମାମଲାର ବିଚାର କରିବା ସହିତ ରାଜ୍ୟ ମାନେ ହୋମ୍‌ ଡେଲିଭରୀ ସମ୍ପର୍କରେ ବିଚାର କରିବା ଉଚିତ୍‌ ବୋଲି କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଦେଶବ୍ୟାପୀ ଲକ୍‌ଡାଉନ୍‌ ସତ୍ତ୍ବେ ମେ 4 ତାରିଖରୁ ମଦ ଦୋକାନ ଖୋଲିବାର ନିର୍ଦ୍ଦେଶ ଦେଇଛନ୍ତି ଗୃହ ମନ୍ତ୍ରାଳୟ । (ଏଜେନ୍ସି)