Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

960 ଜଣ ବିଦେଶୀ ହେଲେ କଳା ତାଲିକାଭୁକ୍ତ, ପର୍ଯ୍ୟଟକ ଭିସାରେ ଆସି ନିଜାମୁଦ୍ଦିନ ମରକଜରେ ଯୋଗ ଦେଇଥିଲେ

ନୂଆଦିଲ୍ଲୀ, ଆଜି କେନ୍ଦ୍ର ଗୃହ ବିଭାଗ ଏକ ବଡ ପଦକ୍ଷେପ ନେଇଛି। ମୋଟ 960 ଜଣ ବିଦେଶୀ ନାଗରିକଙ୍କୁ କଳାତାଲିକା ଭୁକ୍ତ କରାଯାଇଛି। ବର୍ତ୍ତମାନ ଏହି ବିଦେଶୀ ଭାରତରେ ଅଛନ୍ତି। ଏମାନେ ପର୍ଯ୍ୟଟକ ଭିସାରେ ଆସି ଦିଲ୍ଲୀ ନିଜାମୁଦ୍ଦିନ ମରକଜରେ ଯୋଗଦେଇଥିଲେ। ଏଥିରେ ଯୋଗ ଦେଇଥିବା ସମସ୍ତ ବିଦେଶୀ ନାଗରିକଙ୍କ ଭିସା ଉପରେ ଅନୁଧ୍ୟାନ କରିବା ପରେ ଏହା ଘଟଣା ପଦାକୁ ଆସିଥିଲା।

ବର୍ତ୍ତମାନ ଏମାନଙ୍କ ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଗୃହ ବିଭାଗ କହିଛି। ଏ ସଂପର୍କରେ ଖୋଦ ଗୃହମନ୍ତ୍ରୀ ଅମିତ ସାହା ଟୁଇଟ କରି ମଧ୍ୟ ଜଣାଇଛନ୍ତି। ବର୍ତ୍ତମାନ ଏ ଧର୍ମ କାର୍ଯ୍ୟରେ ଯୋଗଦେଇଥିବା ପ୍ରାୟ 9 ହଜାର ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ସଙ୍ଗରୋଧରେ ରଖାଯାଇଛି। ସେମାନଙ୍କ ମଧ୍ୟରୁ 1306 ଜଣ ବିଦେଶୀ ରହିଥିବା ବେଳେ ଅନ୍ୟମାନେ ହେଉଛନ୍ତି ଭାରତୀୟ।

Categories
ଆଜିର ଖବର ଜାତୀୟ ଖବର

ଓଡିଶା ସମେତ ୮ଟି ରାଜ୍ୟପାଇଁ ୫୭୫୧.୨୭ କୋଟି ଟଙ୍କାର ଅତିରିକ୍ତ କେନ୍ଦ୍ରୀୟ ସହାୟତାକୁ ଅନୁମୋଦନ

ନୂଆଦିଲ୍ଲୀ, କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି ଦେଶର ୮ଟି ରାଜ୍ୟପାଇଁ ୫୭୫୧କୋଟି ୨୭ ଲକ୍ଷ ଟଙ୍କାର ଅତିରିକ୍ତ ସହାୟତା ରାଶି ଅନୁମୋଦନ କରିଛି। ବନ୍ୟା, ମରୁଡ଼ି, ଭୂସ୍ଖଳନ ଓ ବାତ୍ୟାଭଳି ପ୍ରାକୃତିକ ବିପତି ପାଇଁ ଓଡ଼ିଶା, ବିହାର,ମହାରାଷ୍ଟ୍ର, କେରଳ, ନାଗାଲାଣ୍ଡ, ରାଜସ୍ଥାନ, ପଶ୍ଚିମବଙ୍ଗ ଓ କର୍ଣ୍ଣାଟକ ଏହି ସହାୟତା ପାଇବେ। ପ୍ରାକୃତିକ ବିପର୍ଯ୍ୟୟ ରେସପନ୍ସ ଫଣ୍ଡ (ଏନଡିଆରଏଫରୁ ଏହି ଫଣ୍ଡ ଯୋଗାଇ ଦିଆଯିବ।

ତେବେ ଏହି ଅର୍ଥ ପ୍ରଦାନ ପାଇଁ କମିଟି କେତେକ ସର୍ତାରୋପ କରିଛି ।୨୦୧୯ରେ ହୋଇଥିବା ପ୍ରାକୃତିକ ବିପତି ନିମନ୍ତେ ସଂପୃକ୍ତ ରାଜ୍ୟଗୁଡ଼ିକୁ ଏହି ଅତିରିକ୍ତ ସହାୟତା ଦିଆଯିବ। ଏପ୍ରିଲ ପହିଲା ଆର୍ଥିକ ବର୍ଷ ଆରମ୍ଭ ସୁଦ୍ଧା ସଂପୃକ୍ତ ରାଜ୍ୟମାନେ ଏନଡିଆରଏଫରୁ ଯଦି ଅଗ୍ରୀମ ଆକାରରେ ଅର୍ଥ ନେଇଛନ୍ତି ତାହାହେଲେ ତାହାର ୫୦ ଭାଗ ଅର୍ଥ ମଦୁରା ହେବ ତା ତାହାକୁ ଆଡଜଷ୍ଟ କରାଯିବ। ବିହାର ଏହି ଅତିରିକ୍ତ ସହାୟତା ବାବଦରେ ୯୫୩.୧୭ କୋଟି ଟଙ୍କା ପାଇବାକୁ ଥିବାବେଳେ ଇତିମଧ୍ୟରେ ୪୦୦ କୋଟି ଟଙ୍କା ରାଜ୍ୟକୁ ଦିଆସରିଛି।

ସେହିଭଳି କେରଳ ୪୬୦କୋଟି ୭୭ଲକ୍ଷ, ନାଗାଲାଣ୍ଡ ୧୭୭.୩୭ କୋଟି, ଓଡ଼ିଶା ୧୭୯ କୋଟି ୬୪ ଲକ୍ଷ, ମହାରାଷ୍ଟ୍ର ୧୭୫୮ କୋଟି ୧୮ଲକ୍ଷ, ପଶ୍ଚିମବଙ୍ଗ ୧୦୯୦ କୋଟି ୬୮ଲକ୍ଷ, ରାଜସ୍ଥାନ ୧୧୧୯ କୋଟି ୯୮ଲକ୍ଷ ଟଙ୍କା ପାଇବେ।ଏହାଛଡ଼ା କର୍ଣ୍ଣାଟକକୁ ୨୦୧୮-୧୯ ବର୍ଷର ବକେୟା ବାବଦରେ ୧୧କୋଟି ୪୮ ଲକ୍ଷଟଙ୍କା ମିଳିବ।

୨୦୧୯-୨୦ ଆର୍ଥିକ ବର୍ଷର ଦେୟ ବାବଦରେ ଆଜିପର୍ଯ୍ୟନ୍ତ କେନ୍ଦ୍ର ସରକାର ଏନଡିଆରଏଫ ପାଣ୍ଠି ଓ ଅତିରିକ୍ତ ସହାୟତା ଆକାରରେ ୨୯ଟି ରାଜ୍ୟକୁ ୧୦୩୭ କୋଟି ୬୨ ଲକ୍ଷ ଟଙ୍କା ଯୋଗାଇ ଦେଇଛନ୍ତି। ଏହାମଧ୍ୟରେ ଜାମ୍ମୁକାଶ୍ମୀର ମଧ୍ୟ ଅନ୍ତର୍ଭୁକ୍ତ।