Categories
ଆଜିର ଖବର ଜାତୀୟ ଖବର

ହାଇଦ୍ରାବାଦ ମହାନଗର ପାଳିକା ନିର୍ବାଚନ ରେଜଲ୍ଟ : ଓ୍ବଓ୍ବୈସୀ ଗଡ ରକ୍ଷା କରୁଛନ୍ତି ନା ଆଉ କିଏ ମାରିନେଉଛି ବାଜି !

ହାଇଦ୍ରାବାଦ: ଗ୍ରେଟର ହାଇଦ୍ରାବାଦ ମହାନଗର ନିଗମ ନିର୍ବାଚନର ଫଳାଫଳ ଆଜି ଆସିବ । ଏଥିପାଇଁ ଆଜି ସକାଳ 8ଟାରୁ ଭୋଟଗଣତି ଆରମ୍ଭ ହୋଇଯାଇଛି । କଡା ସୁରକ୍ଷା ମଧ୍ୟରେ ଭୋଟ ଗଣତି ଜାରି ରହିଥିବା ବେଳେ ସନ୍ଧ୍ୟା ପୂର୍ବରୁ ଫଳାଫଳ ଆସିଯିବ । ଏଠାରେ 150ଟି ଆସନରେ 1ହଜାର 122ଜଣ ପ୍ରାର୍ଥୀ ଲଢିଥିଲେ । ଏହି ନିର୍ବାଚନରେ କେନ୍ଦ୍ରରେ କ୍ଷମତାସୀନ ବିଜେପିର ସମସ୍ତ ନେତୃବୃନ୍ଦ ପ୍ରଚାରରେ ସମସ୍ତ ଦମ୍‌ ଲଗାଇଥିଲେ । ତେବେ ଏହି ନିର୍ବାଚନରେ କ୍ଷମତାସୀନ ତେଲେଙ୍ଗାନା ରାଷ୍ଟ୍ର ସମିତି, ଭାରତୀୟ ଜନତା ପାର୍ଟି ଓ ଅସୁଦୁଦ୍ଦୀନ ଓୱେସୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ନିର୍ବାଚନରେ ଟିଆରଏସ, ବିରୋଧୀ ଦଳ ବିଜେପି ଓ ଏଆଇଏମଆଇଏମ ମଧ୍ୟରେ ହେବ ।

ନିର୍ବାଚନ ପାଇଁ ସମସ୍ତ ଦଳ ଜୋରଦାର ପ୍ରଚାର କରିଛନ୍ତି । କିନ୍ତୁ ମତଦାନ ପ୍ରତିଶତ ଅପେକ୍ଷାକୃତ କମ ହୋଇଥିବା ଜଣାଯାଇଛି ।  ଚଳିତଥର ଭୋଟ୍‌ ଗଣନା ପାଇଁ 30ଟି ସେଣ୍ଟର ପ୍ରସ୍ତୁତ କରାଯାଇଛି। ପ୍ରତ୍ୟେକ ସେଣ୍ଟରରେ 14ଟି ଟେବୁଲ୍‌ ରହିଛି । ଚଳିତ ହାଇଦ୍ରାବାଦ ମହାନଗର ନିର୍ବାଚନର ପ୍ରଚାର ରଣାଙ୍ଗନକୁ ବିଜେପିର ବରିଷ୍ଠ ନେତା ଅମିତ ଶାହା, ଅଧ୍ୟକ୍ଷ ଜେପି ନଡ୍ଡା ଓ ଯୋଗୀ ଆଦିତ୍ୟନାଥ ପ୍ରମୁଖ ପ୍ରଚାର କରିଥିଲେ। ତେବେ ବିଜେପି ଏଥର ବହୁତ ଶକ୍ତି ଲଗାଇଥିବାବେଳେ ଏହା ବିଜେପିକୁ କେତେ ସଫଳତା ଦେଉଛି ତାହା ପରିଣାମ ଆସିବା ପରେ ଜଣାପଡିବ । ସୂଚନାଯୋଗ୍ୟ ଏହା ଓ୍ବଓ୍ବେୈସୀଙ୍କ ଗଡ ହୋଇଥିବାବେଳେ ଏଠାରେ ପ୍ରତିଦ୍ବନ୍ଦ୍ବିତା ବେଶ୍‌ କଡା ହୋଇଥିବାର ଅନୁମାନ କରାଯାଇଛି । ତେବେ ଦେଖାଯାଉ ଓ୍ବଓ୍ବେୈସୀ ଗଡ ରକ୍ଷା କରିବାରେ ସଫଳ ହେଉଛନ୍ତି ନା ଆଉ କେହି ବାଜି ମାରି ନେଉଛି । (ଏଜେନ୍ସି)