Categories
ଆଜିର ଖବର

ହାଇଦ୍ରାବାଦ ଏନକାଉଣ୍ଟର:  ୧୭ ଦିନ ପରେ ପରିଜନଙ୍କୁ ହସ୍ତାନ୍ତର କରଗଲା ଶବ

ହାଇଦ୍ରାବାଦ, ୨୩/୧୨: ହାଇଦ୍ରାବାଦ ଏନକାଉଣ୍ଟର ୧୭ ଦିନ ପରେ  ସମସ୍ତ ଅଭିଯୁକ୍ତଙ୍କ ଶବକୁ ତାଙ୍କ ପରିଜନକୁ ହସ୍ତାନ୍ତର କରାଯାଇଛି। ମହିଳା ଭେଟେନାରୀ ଡାକ୍ତରଙ୍କ ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଚାରି ଅପରାଧୀଙ୍କୁ ପୋଲିସ୍‌ ଏନକାଉଣ୍ଟର କରିଥିଲା। ଏହି ଘଟଣାକୁ ନେଇ ଦେଶରେ ବେଶ୍‌ ଚର୍ଚ୍ଚା ସୃଷ୍ଟି ହୋଇଥିବାବେଳେ ହାଇଦ୍ରାବାଦ କୋର୍ଟ ଏହି ଘଟଣାର ନ୍ୟାୟିକ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ। ହାଇଦ୍ରାବାଦ୍‌ ହାଇକୋର୍ଟଙ୍କ ଆଦେଶାନୁସାରେ ଚାରି ଅଭିଯୁକ୍ତଙ୍କ ଶବକୁ ସୁରକ୍ଷିତ ରଖାଯାଇଥିଲା। ଓ ଏହାକୁ ପୁନଃ ଶବ ବ୍ୟବଚ୍ଛେଦ କରାଯାଇଥିଲା। ଡିସେମ୍ବର ୬ ତାରିଖରେ ଏହି ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରାଯାଇଥିଲା। (ଏଜେନ୍ସି)

Categories
ଆଜିର ଖବର

ହାଇଦ୍ରାବାଦ ଏନ୍‌କାଉଣ୍ଟରକୁ ପ୍ରଶଂସା କଲେ ଜଗନମୋହନ

ଆନ୍ଧ୍ରପ୍ରଦେଶ, ୯/୧୨: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍‌ ଜଗନ ମୋହନ ରେଡ୍ଡି ଶୁକ୍ରବାର ଘଟିଥିବା ପୋଲିସ୍‌ ଏନକାଉଣ୍ଟରକୁ ପ୍ରଶଂସା କରିଛନ୍ତି । ପ୍ରିୟଙ୍କା ରେଡ୍ଡି ଗଣଦୁଷ୍କର୍ମ ମାମଲାରେ ଚାରି ଅଭିଯୁକ୍ତଙ୍କୁ  ତେଲେଙ୍ଗାନା ପୋଲିସ୍‌ର ଏନକାଉଣ୍ଟରକୁ ନେଇ ଏବେ ରାଜନୀତି ବେଶ୍‌ ସରଗରମ। ତେବେ ଏହି ପ୍ରସଙ୍ଗକୁ ନେଇ ଦେଶରେ ଚର୍ଚ୍ଚା ଚାଲିଥିବାବେଳେ ଏହାକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି। ଅଧିକାଂଶ ଏହାକୁ ସମର୍ଥନ କରୁଥିବାବେଳେ ଅନେକେ ଏହାର ବିରୋଧ କରୁଛନ୍ତି ।

ଆନ୍ଧ୍ରପ୍ରଦେଶ ବିଧାନସଭାରେ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ଏହି ଘଟଣାକୁ ପ୍ରଶଂସା କରିବା ସହିତ କହିଛନ୍ତି ଯେ, ମୁଁ ଦୁଇଟି ଝିଅଙ୍କର ପିତା। ମୋ’ର ଜଣେ ଭଉଣୀ ଓ ପତ୍ନୀ ଅଛନ୍ତି। ଯଦି ମୋ’ ଝିଅଙ୍କୁ କିଛି ହୋଇଥା’ନ୍ତା, ତେବେ ପିତା ଭାବରେ ମୋ’ ପ୍ରତିକ୍ରିୟା କ’ଣ ରହିବ। ମୁଁ କ’ଣ ଚାହଁବି। ବୋଲି କହିଛନ୍ତି ଜଗନମୋହନ। ତେବେ ଅପରାଧକୁ ନେଇ ନ୍ୟାୟିକ ବ୍ୟବସ୍ଥାରେ ପରିବର୍ତ୍ତନ ହେବା ସହିତ ତ୍ବରିତ ନ୍ୟାୟ ପ୍ରଦାନ ଜରୁରୀ ବୋଲି ମତ ଦେଇଛନ୍ତି ଜଗନ ମୋହନ। (ଏଜେନ୍ସି)

Categories
ଆଜିର ଖବର

ହାଇଦ୍ରାବାଦ୍‌ ଏନକାଉଣ୍ଟର ନେଇ ମତ ରଖିଲେ ମୁଖ୍ୟ ବିଚାରପତି ବୋବେଡ୍‌

ନୂଆଦିଲ୍ଲୀ,୭/୧୨ : ହାଇଦ୍ରାବାଦ ଗଣଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟର ଘଟଣାକୁ ନେଇ ବୟାନ ଦେଇଛନ୍ତି ସୁପ୍ରିମ୍‌କୋର୍ଟର ମୁଖ୍ୟ ବିଚାରପତି ଶରଦ ଅରବିନ୍ଦ ବୋବେଡ୍‌। ସେ ଗଣଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟରକୁ ଘଟଣାକୁ ଆଲୋଚନା କରିଛନ୍ତି। ଯୋଧପୁରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ବିଚାରପତି ବୋବେଡ୍‌ କହିଛନ୍ତି ଯେ, ନ୍ୟାୟ କେବେ ବି ତରତରିଆ ଭାବେ ନେଇହେବ ନାହିଁ। ବିଚାରପତି ଆହୁରି ମଧ୍ୟ କହିଛନ୍ତି ଯେ, ଯଦି  ପ୍ରତିଶୋଧର ଭାବନାକୁ ନେଇ ଯଦି ନ୍ୟାୟ କରାଯିବ, ତେବେ ତାହା ମୂଳ ଚରିତ୍ରକୁ ହଜାଇ ଦେବ।

ଯୋଧପୁରଠାରେ ରାଜସ୍ଥାନ ହାଇକୋର୍ଟର ଏକ ନୂତନ ବିଲିଡିଂ ଉଦ୍‌ଘାଟନ ଅବସରରେ ବିଚାରପତି ଏନେଇ ନେଇ ନିଜର ମତ ରଖିଛନ୍ତି। ସୂଚନାଯୋଗ୍ୟ, ଗତ ଶୁକ୍ରବାର ଦିନ ହାଇଦ୍ରାବାଦର ଡାକ୍ତର ପ୍ରିୟଙ୍କା ରେଡ୍ଡିଙ୍କ ୪ ଗଣଦୁଷ୍କର୍ମକାରୀଙ୍କୁ ତେଲେଙ୍ଗାନା ପୋଲିସ୍‌ ଏନକାଉଣ୍ଟର କରିଥିଲା। ଏହାକୁ ନେଇ ଦେଶରେ ଚର୍ଚ୍ଚା ଚାଲିଛି । ସାଧାରଣରେ ପୋଲିସ୍‌ର ଏହି କାର୍ଯ୍ୟକୁ ପ୍ରଶଂସା କରାଯାଉଥିବାବେଳେ ମାନବାଧିକାରୀ କର୍ମୀ, ସାମାଜିକ କର୍ମୀ ତଥା ଆଇନର ରକ୍ଷକମାନେ ଏହାକୁ ନିନ୍ଦା କରିଛନ୍ତି। ହାଇଦ୍ରାବାଦ ଏନକାଉଣ୍ଟରକୁ ନେଇ ସାରା ଦେଶରେ ତର୍କ ଚାଲିଛି।  (ଏଜେନ୍ସି)