Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ବଜାରରେ ପର୍ଯ୍ୟାପ୍ତ ଔଷଧ ଉପଲବ୍ଧ ପରେ ହାଇଡ୍ରୋକ୍ସି କ୍ଳୋରୋକୁଇନ ଉପରୁ ଉଠିଲା ରପ୍ତାନି କଟକଣା

ନୂଆଦିଲ୍ଲୀ, ସରକାର ମାଲେରିଆ ନିରୋଧି ଔଷଧ ହାଇଡ୍ରୋକ୍ସି କ୍ଳୋରୋକୁଇନ ଉପରେ ତତ୍କାଳ ରପ୍ତାନି କଟକଣା ଉଠାଇ ଦେଇଛନ୍ତି। ଗତ 3 ତାରିଖ ଦିନ ଆନ୍ତଃସଚିବ ସ୍ତରୀୟ ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ସୁପାରିଶକୁ ଭିତ୍ତିକରି ଏହି ନିଷ୍ପତ୍ତି ନିଆଯାଇଛି । କମିଟିରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବ୍ୟତୀତ ଫାର୍ମାସ୍ୟୁଟିକାଲ ବିଭାଗ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଏଥିରେ ଯୋଗଦେଇଥିବା ବେଳେ ଫାର୍ମାସ୍ୟୁଟିକାଲ ବିଭାଗ ଏଚସିକ୍ୟୁ ବଟିକା ଉପରୁ ରପ୍ତାନି କଟକଣା ଉଠାଇବା ପାଇଁ ସୁପାରିଶ କରିଥିଲା। ଗତକାଲି ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ ଏଥିନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛି।

ବୈଠକରୁ ଆହୁରି ଜଣାପଡିଛି ଯେ,  ଗତ ମାର୍ଚ୍ଚ ରୁ ମେ’ ମାସ ମଧ୍ୟରେ ଦେଶରେ ଏଚସିକ୍ୟୁ ବଟିକା ୟୁନିଟ 2 ରୁ 12କୁ ବୃଦ୍ଧି ପାଇବା ଫଳରେ ଏହାର ଉତ୍ପାଦନ ମାସିକ 10 ରୁ 30 କୋଟିକୁ ବୃଦ୍ଧି ପାଇଛି । ଦେଶରେ ଆବଶ୍ୟକତା ଅନୁସାରେ ଏବେ ଅଧିକ ବଟିକା ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଅନୁସାରେ ଦେଶର ଆବଶ୍ୟକତା 12.22 କୋଟି ବଟିକା କେନ୍ଦ୍ରୀୟ ସରକାରୀ ଉଦ୍ୟୋଗ ଲାଇଫ କେୟାର ଲିମିଟେଡକୁ ଅର୍ଡର ଦିଆଯାଇଛି ।

ଦେଶର ଚାହିଦା ପୁରଣ ପରେ ମଧ୍ୟ ପର୍ଯ୍ୟାପ୍ତ ଏଚସିକ୍ୟୁ ବଟିକା ମହଜୁଦ ଅଛି । ଏହାଛଡା 200 ମିଲିଗ୍ରାମ ଶକ୍ତିଯୁକ୍ତ 7.58 କୋଟି ରାଜ୍ୟ ସରକାର, ଅନ୍ୟାନ୍ୟ ପ୍ରତିଷ୍ଠାନ ଓ ଜନଔଷଧି କେନ୍ଦ୍ରଗୁଡ଼ିକୁ ଯୋଗାଇ ଦିଆଯାଇଛି । ଘରୋଇ ଚାହିଦା ପୂରଣ ନିମନ୍ତେ 10.86 କୋଟି ଏଚସିକ୍ୟୁ ବଟିକା ସ୍ଥାନୀୟ ଫାର୍ମାସୀଗୁଡିକୁ ଆବଶ୍ୟକତା ଅନୁସାରେ ଯୋଗାଇ ଦିଆଯାଇଛି। ସେଦୃଷ୍ଟିରୁ ମୋଟ 30.66 କୋଟି ବଟିକା ଦେଶକୁ ଯୋଗାଯାଇଛି। ଏହାଛଡା ଦେଶର ପ୍ରମୁଖ ଏଚସିକ୍ୟୁ ବଟିକା ଉତ୍ପାଦନକାରୀ ଘରୋଇ ବଜାରକୁ 5 ଲକ୍ଷ ପର୍ଯ୍ୟନ୍ତ ବଟିକା ଏହି ମାସରେ ଯୋଗାଇଦେବେ।

ସମୟକ୍ରମେ ଭାରତୀୟ ଔଷଧ ନିୟନ୍ତ୍ରଣ ମହାନିର୍ଦ୍ଦେଶକ ଦେଶର ଏଚସିକ୍ୟୁ ବଟିକାର ଉପଲବ୍ଧତା ନେଇ ସର୍ଭେ କରିଛନ୍ତି। ଗତମାସ 25 ଓ 26 ତାରିଖରେ ଦେଶର ପ୍ରମୁଖ କୋଭିଡ-19 ହସ୍ପିଟାଲଗୁଡିକରେ କରାଯାଇଥିବା ସର୍ଭେ ଅନୁସାରେ ଶତକଡା 93 ଭାଗରୁ ଅଧିକ ଏଚସିକ୍ୟୁ ବଟିକା ମହଜୁଦ ରହିଛି ।

ସେଦୃଷ୍ଟିରୁ ଏହା ଉପରୁ ରପ୍ତାନି କଟକଣା ଉଠାଇବାକୁ ନିଷ୍ପତ୍ତି ନିଆଯାଇଛି। ଏହାବ୍ୟତୀତ ଘରୋଇ ଏଚସିକ୍ୟୁ ଉତ୍ପାଦନକାରୀଙ୍କ ବ୍ୟତୀତ ଅନ୍ୟ କେତେକ ୟୁନିଟ ମଧ୍ୟ ଘରୋଇ ବଜାର ଆବଶ୍ୟକତାର ଶତକଡା 20 ଭାଗ ପର୍ଯ୍ୟନ୍ତ ବଟିକା ଉତ୍ପାଦନ କରିଥାନ୍ତି। ଏଥିନିମନ୍ତେ ଥିବା କାଇଦା କଟକଣାକୁ କଡାକଡି ଭାବେ ଅନୁସରଣ କରିବାକୁ ଭାରତୀୟ ଔଷଧ ନିୟନ୍ତ୍ରକ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

କରୋନା ଚିକିତ୍ସାରେ ହାଇଡ୍ରୋକ୍ସି କ୍ଲୋରୋକୁଇନ୍‌ ବ୍ୟବହାରକୁ ଡବ୍ଲୁଏଚ୍‌ଓର ଗ୍ରୀନ୍‌ ସିଗନାଲ୍‌

ନୂଆଦିଲ୍ଲୀ : ସାରା ବିଶ୍ବରେ ଏବେ ମହାମାରୀ କରୋନା ସଂକଟ । କରୋନା ମୁକାବିଲା ପାଇଁ ସବୁ ଦେଶ ଉଦ୍ୟମ ଜାରି ରଖିଛନ୍ତି । କରୋନା ମୁକାବିଲା ପାଇଁ ହାଇଡ୍ରୋକ୍ସି କ୍ଲୋରୋକୁଇନ୍‌କୁ ଡବ୍ଲୁଏଚ୍‌ଓ ଗ୍ରୀନ୍‌ ସିଗନାଲ୍‌ ଦେଇଛି  । କରୋନା ଚିକିତ୍ସାରେ ଏବେ ପୁଣି ହାଇଡ୍ରୋକ୍ସି କ୍ଲୋରୋକୁଇନର ବ୍ୟବହାର ହେବ । ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଭାରତର ପ୍ରସ୍ତାବକୁ ଗ୍ରହଣ କରିଛି । ପୂର୍ବରୁ ହାଇଡ୍ରୋକ୍ସି କ୍ଲୋରୋକୁଇନ ବ୍ୟବହାର ବିପଦଜନକ ଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏହାର ବ୍ୟବହାର କରିବାକୁ ମନା କରାଯାଇଥିଲା । ଆବଶ୍ୟକ ପରୀକ୍ଷଣ ପ୍ରଟୋକଲ ଆଧାରରେ ଭାରତ ପ୍ରସ୍ତାବ ଦେଇଥିଲା। କିନ୍ତୁ କରୋନା ସଂକ୍ରମଣ କମାଇବାକୁ ହାଇଡ୍ରୋକ୍ସି କ୍ଲୋରୋକୁଇନର ସପକ୍ଷରେ ଭାରତ ଦୃଢ ଯୁକ୍ତି ପରେ ଡବ୍ଲୁଏଚଓ ଏବେ ପୂର୍ବ ଆଭିମୁଖ୍ୟ ବଦଳାଇଛି । (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ସ୍ବାସ୍ଥ୍ୟ

ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ଟ୍ରମ୍ପ୍‌

ଆମେରିକା : କରୋନା ଭାରଇସ୍‌ ଚିକିତ୍ସାରେ ଉପଯୋଗ ହେଉଥିବା ଔଷଧ ହାଇଡ୍ରୋକ୍ସିକ୍ଲୋରାକୁଇନ୍‌ର ରପ୍ତାନୀ ଅନୁମତି ମିଳିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତର ଧନ୍ୟବାଦ କରିଛନ୍ତି । ଟୁଇଟ୍‌ ଯୋଗେ ରାଷ୍ଟ୍ରପତି ଟ୍ରମ୍ପ୍ କହିଛନ୍ତି ଯେ, ସଂକଟ ସମୟରେ ବନ୍ଧୁମାନଙ୍କ ଭିତରେ ସହଯୋଗ ଅତ୍ୟନ୍ତ ଆବଶ୍ୟକତା ହୋଇପଡିଥାଏ । ହାଇଡ୍ରୋକ୍ସିକ୍ଲୋରାକୁଇନ୍‌ ଉପରେ ନିଷ୍ପତ୍ତି ପାଇଁ ଭାରତକୁ ଧନ୍ୟବାଦ ଜଣାଇଛନ୍ତି । ଭାରତର ସାହାଯ୍ୟକୁ କେବେ ଭୁଲି ହେବ ନାହିଁ ବୋଲି ଟ୍ରମ୍ପ୍‌ କହିଛନ୍ତି ।  ଏଥିପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ଭାରତ ଏଭଳି ସହଯୋଗ କରି ପ୍ରକୃତ ମାନବିକତାର ପରିଚୟ ଦେଇଛି ବୋଲି କହିଛନ୍ତି ଟ୍ରମ୍ପ୍‌ ।

କରୋନ ସଂକଟ ସହ ଲଢେଇ କରୁଥିବା ଆମେରିକା ଭାରତର ସାହାଯ୍ୟ ଚାହିଁଥିଲା । ଏହି ସାହାଯ୍ୟ ମଧ୍ୟରେ ମଧ୍ୟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କର ଏକ ଧମକ ଭରା ବୟାନ ସାମ୍ନାକୁ ଆସିଥିଲା । କିନ୍ତୁ ଏହି ବୟାନର 24 ଘଣ୍ଟା ପରେ ତାଙ୍କର ସ୍ବର ନରମି ଥିଲା । ଏହାପରେ ଭାରତ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ରପ୍ତାନୀ ଉପରେ ଯେଉଁ ରୋକ୍ ଲଗାଇଥିଲା ତାହାକୁ କିଛି ସର୍ତ୍ତ ଆଧାରରେ ପ୍ରତିବନ୍ଧକ ହଟାଇଛି। ପଡ଼ୋଶୀଙ୍କୁ ସହଯୋଗ ଏବଂ ମାନବିକତାକୁ ପ୍ରାଥମିକତା ଦେଇ ଭାରତ ଆମେରିକାକୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ପଠାଇବ ବୋଲି କହିଛି। ଭାରତ ମେଡିସିନ୍‌ ପଠାଇବ ବୋଲି କହିବା ପରେ ଆମେରିକାର ରାଷ୍ଟ୍ରପତି ମୋଦିଙ୍କୁ ପ୍ରଶଂସା କରିଥିଲେ ମୋଦି ଜଣେ ମହାନ ଏବଂ ଜଣେ ଭଲ ନେତା ବୋଲି କହିଥିଲେ ଟ୍ରମ୍ପ୍‌ ।

ସୂଚନାଯୋଗ୍ୟ, କରୋନା ଯୋଗୁଁ ଆମେରିକାରେ ସ୍ଥିତି ଅଣାୟତ୍ତ ହୋଇପଡିଛି । ଏଠାରେ  ଆକ୍ରାନ୍ତଙ୍କ ସଂଖ୍ୟା। 4 ଲକ୍ଷ ଟପିଥିବାବେଳେ ମୃତକଙ୍କ ସଂଖ୍ୟା 14ହଜାର ଟପିସାରିଛି ।