Categories
ଆଜିର ଖବର ରାଜ୍ୟ ଖବର

ଆଇଏଏସ୍‌ ଅଫିସର ବିଜୟ କେତନ ନିଲମ୍ବିତ

ଆଇଏଏସ୍‌ ଅଫିସର ବିଜୟ କେତନ ଉପାଧ୍ୟାୟଙ୍କୁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର। ୨୦୦୯ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ହେଉଛନ୍ତି ବିଜୟ କେତନ। ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିଲେ ବିଜୟ। ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ରହିଥିବା ବିଜୟ କେତନ ଏକ ଲକ୍ଷ ଟଙ୍କାର ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଗିରଫ କରାଯାଇଛି। ଏକ ବିଲ୍‌ ପାଶ୍‌ କରାଇବା ପାଇଁ ଉପାଧ୍ୟାୟ ଏହି ଲାଞ୍ଚ ନେଉଥିବା ଜଣାପଡିଛି । ଦୁର୍ନୀତି କ୍ଷେତ୍ରରେ ରାଜ୍ୟ ସରକାର ଜିରୋ ଟରେଲାନ୍ସ ନୀତି ଆପଣାଇଛନ୍ତି । ଚଳିତ ବର୍ଷ ରାଜ୍ୟ ସରକାର ଦୁର୍ନୀତି ଅଭିଯୋଗରେ ବହୁ ସରକାରୀ ଅଧିକାରୀଙ୍କୁ ନିଲମ୍ବିତ କରିଥିବାବେଳେ କିଛିଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ।