Categories
ଆଜିର ଖବର

41 ହଜାର ପଏଣ୍ଟ ସହିତ ନୂତନ ମାଇଲଖୁଣ୍ଟ ଛୁଇଁଲା ସେନସେକ୍ସ

ଭାରତୀୟ ସେୟାର ବଜାର ମଙ୍ଗଳବାର ଏକ ନୂତନ ମାଇଲଖୁଣ୍ଟ ଛୁଇଁଛି । ପ୍ରଥମ ଥର ପାଇଁ ସେନସେକ୍ସ 41 ହଜାର ପଏଣ୍ଟ ଅତିକ୍ରମ କରିଛି । ମଙ୍ଗଳବାର 200 ପଏଣ୍ଟ ବୃଦ୍ଧି ସହିତ ସେନ୍‌ସେକ୍ସ 41 ହଜାର ପଏଣ୍ଟ ଛୁଇଁଛି । ଏହା ସହିତ ନିଫ୍‌ଟୀ ମଧ୍ୟ 12 ହଜାର ପଏଣ୍ଟ ଅତିକ୍ରମ କରିଛି । 204 ପଏଣ୍ଟର ଅଭିବୃଦ୍ଧି ସହିତ ସେନସେକ୍ସ 41093.64 ପଏଣ୍ଟରେ ପହଞ୍ଚିଥିବା ବେଳେ 50 ପଏଣ୍ଟର ଅଭିବୃଦ୍ଧି ସହିତ 12123.75 ପଏଣ୍ଟରେ ପହଞ୍ଚିଛି । ମଙ୍ଗଳବାର ଆଇସିଆଇସିଆଇ ବ୍ୟାଙ୍କ, ରିଲାଏନ୍ସ.,ଇନ୍‌ଫୋସିସ୍‌ ଏବଂ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଏହି ସମୟରେ ସର୍ବାଧିକ ଅଭିବୃଦ୍ଧି ହାସଲ କରିଛି । ୟେସ୍‌ ବ୍ୟାଙ୍କ ଅଂଶଧନ ମୂଲ୍ୟ ସର୍ବାଧିକ 4.47 ପ୍ରତିଶତ ଉପରକୁ ଉଠିଛି । ସେହିପରି ଡଲାର ତୁଳନାରେ ପଇସାର ମୂଲ୍ୟ 4 ପଇସା ବୃଦ୍ଧି ଘଟିଛି । ପୂର୍ବରୁ ଡଲାରର ମୂଲ୍ୟ 71.68 ପଇସା ରହିଥିବା ବେଳେ ମଙ୍ଗଳବାର 71.72 ପଇସା ରହିଛି ।