ନୂଆଦିଲ୍ଲୀ: ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ (IDF) ଆଜି ଘୋଷଣା କରିଛି ଯେ, ହିଜବୁଲ୍ଲାର ବରିଷ୍ଠ କମାଣ୍ଡୋମାନଙ୍କୁ ସଫା କରିଦିଆଯାଇଛି। ଏହା ସହିତ ଆଇଡିଏଫ୍ ଆହୁରି ମଧ୍ୟ କହିଛି ଯେ, କୌଣସି ଆତଙ୍କବାଦୀ ସଂଗଠନ ଯାହା ନାଗରିକଙ୍କ ପାଇଁ ବିପଦ ସୃଷ୍ଟି କରେ, ସେମାନେ ରକ୍ଷା ପାଇବେ ନାହିଁ।
ଇସ୍ରାଏଲ ପ୍ରତିରକ୍ଷା ବାହିନୀ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ବିବୃତ୍ତି ଜାରି କରି କହିଛି ଯେ, କୌଣସି ଆତଙ୍କବାଦୀ ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ଯାହା ଆମ ନାଗରିକଙ୍କ ପାଇଁ ଆଗ ଧାଡ଼ିରେ ବିପଦ ସୃଷ୍ଟି କରୁଛି।
ଇବ୍ରାହିମ ଅକିଲଙ୍କ ମୃତ୍ୟୁ ଘୋଷଣା:
ଏହାପୂର୍ବରୁ ଆଇଡିଏଫ ବେରୁତରେ ହୋଇଥିବା ଆକ୍ରମଣରେ ହିଜବୁଲ୍ଲାର ଅପରେସନ୍ ୟୁନିଟର ମୁଖ୍ୟ ଇବ୍ରାହିମ ଅକିଲଙ୍କ ମୃତ୍ୟୁ ଘୋଷଣା କରିଥିଲା। ଏହି ଅପରେସନରେ ହିଜବୁଲ୍ଲାର ଅପରେସନ କର୍ମଚାରୀ ଏବଂ ରାଡୱାନ ୟୁନିଟର କମାଣ୍ଡର ମଧ୍ୟ ନିହତ ହୋଇଥିଲେ। ଆଇଡିଏଫ୍ ମୁଖପାତ୍ର ରିୟର ଆଡମିରାଲ ଡାନିଏଲ ହେଗରୀ କହିଛନ୍ତି ଯେ, “ମୁଁ ବର୍ତ୍ତମାନ ନିଶ୍ଚିତ କରିପାରିବି ଯେ ହିଜବୁଲ୍ଲାର ରାଡୱାନ ବଳର ଅନ୍ୟ ବରିଷ୍ଠ ଆତଙ୍କବାଦୀଙ୍କ ସହ ଇବ୍ରାହିମ ଅକିଲଙ୍କୁ ମାରିଦିଆଯାଇଛି।”
ଇକୋନୋମିକ୍ ଟାଇମ୍ସ ରିପୋର୍ଟ ଅନୁଯାୟୀ, ହିଜବୁଲ୍ଲାକୁ ଅନେକ ଦେଶ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିଛନ୍ତି ଏବଂ ଏହା ଇସ୍ରାଏଲ, ଲିବନାନ୍, ମଧ୍ୟ ପୂର୍ବ ଏବଂ ସମଗ୍ର ଦୁନିଆ ପାଇଁ ଏକ ବଡ଼ ବିପଦ ବୋଲି ବିବେଚନା କରାଯାଏ । ଅକ୍ଟୋବର ୮ ତାରିଖ ଠାରୁ, ହିଜବୁଲ୍ଲା ଇସ୍ରାଏଲର ସାଧାରଣ ନାଗରିକଙ୍କ ଉପରେ ୮ ହଜାରରୁ ଅଧିକ ରକେଟ, କ୍ଷେପଣାସ୍ତ୍ର ଏବଂ ବିସ୍ଫୋରକ UAV ଉତକ୍ଷେପଣ କରି ୬୦ ହଜାରରୁ ଅଧିକ ଲୋକଙ୍କୁ ଘରୁ ସ୍ଥାନାନ୍ତରିତ ପାଇ ବାଧ୍ୟ କରିଛି। ଏହି ବିପଦକୁ ମୁକାବିଲା କରିବା ଏବଂ ଇସ୍ରାଏଲ ନାଗରିକମାନଙ୍କୁ ସୁରକ୍ଷା ଦେବା ଆଇଡିଏଫ୍ ର ଲକ୍ଷ୍ୟ।