Categories
ଅପରାଧ ଆଜିର ଖବର ଜାତୀୟ ଖବର

ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପୂର୍ବରୁ ନକ୍ସଲମାନଙ୍କ ଦ୍ୱାରା ବଡ ଆକ୍ରମଣ, ଜଣେ ଯବାନ ଶହୀଦ

ନୂଆଦିଲ୍ଲୀ: ନାରାୟଣପୁର ଜିଲ୍ଲାର ଛୋଟାଡୋଙ୍ଗର ପୋଲିସ ଷ୍ଟେସନ ଅଞ୍ଚଳରେ ଥିବା ଅମଦାଇ ଖଣି ନିକଟରେ ନକ୍ସଲମାନେ ଆକ୍ରମଣ କରିଛନ୍ତି। IED ବିସ୍ଫୋରଣ ସହିତ ଯବାନଙ୍କ ଉପରକୁ ଗୁଳି ଚଳାଯାଇଛି। ଯବାନମାନେ ମଧ୍ୟ ପାଲଟା ଆକ୍ରମଣ କରିଛନ୍ତି।

ତେବେ ନକ୍ସଲ ଆକ୍ରମଣରେ CAF ର ୯ମ କର୍ପସ କନଷ୍ଟେବଳ କମଲେଶ କୁମାର ସହିଦ ହୋଇଛନ୍ତି। ଏଥି ସହ ଜଣେ ଯୁବ କନଷ୍ଟେବଳ ବିନୟ କୁମାର ଆହତ ହୋଇ ପ୍ରାଥମିକ ଚିକିତ୍ସା ପରେ ନାରାୟଣପୁର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ପୋଲିସ ଫୋର୍ସ ଏବଂ DRG ବ୍ୟତୀତ ଆଇଟିବିପି କର୍ମଚାରୀଙ୍କ ସର୍ଚ୍ଚ ଅପରେସନ ଆଖପାଖ ଅଞ୍ଚଳରେ ଜାରି ରହିଛି।