Categories
ଅପରାଧ ଆଜିର ଖବର ଜାତୀୟ ଖବର

ଛତିଶଗଡରେ ବଡ ନକ୍ସଲ ଆକ୍ରମଣ, ୧୧ ସୈନିକ ସହିଦ

ରାୟପୁର: ଆଜି ଛତିଶଗଡର ଦନ୍ତେୱାଡା ଜିଲ୍ଲାର ଅରନପୁର ନିକଟରେ DRG (ଜିଲ୍ଲା ରିଜର୍ଭ ଗାର୍ଡ) କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ଗାଡି IED ଆକ୍ରମଣର ଶିକାର ହୋଇଛନ୍ତି। ଏହି ଆକ୍ରମଣରେ ୧୧ ସୈନିକ ସହିଦ ହୋଇଛନ୍ତି। ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ କହିଛନ୍ତି ଯେ, ଏହା ଅତ୍ୟନ୍ତ ଦୁଃଖଦାୟକ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା। ଏହି ଲଢେଇ ଶେଷ ପର୍ଯ୍ୟାୟରେ ଚାଲିଛି ଏବଂ ନକ୍ସଲମାନେ କୌଣସି ମୂଲ୍ୟରେ ରକ୍ଷା ପାଇବେ ନାହିଁ। ଆମେ ଯୋଜନାବଦ୍ଧ ଭାବରେ ନକ୍ସଲବାଦକୁ ସମାପ୍ତ କରିବୁ।

କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଅଧିକାରୀ କହିଛନ୍ତି ଯେ, ଗୃହମନ୍ତ୍ରୀ ଅମିତ ଶାହା ଛତିଶଗଡର ମୁଖ୍ୟମନ୍ତ୍ରୀଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ ଏବଂ ତାଙ୍କୁ ସମସ୍ତ ସାହାଯ୍ୟର ଆଶ୍ୱାସନା ଦେଇଥିଲେ। ସେ କହିଛନ୍ତି ଯେ, ରାଜ୍ୟ ସରକାର ଯାହା ଆବଶ୍ୟକ କରନ୍ତି ତାହା ଦିଆଯିବ।

DRG ଅର୍ଥ ଜିଲ୍ଲା ରିଜର୍ଭ ଗାର୍ଡ, ଯେଉଁମାନେ ଛତିଶଗଡ ପୋଲିସର ସ୍ୱତନ୍ତ୍ର କର୍ମଚାରୀ ଅଟନ୍ତି। ସେମାନଙ୍କୁ କେବଳ ନକ୍ସଲମାନଙ୍କ ସହିତ ଲଢିବା ପାଇଁ ନିଯୁକ୍ତ କରାଯାଇଛି। ଏଥିରେ ଆତ୍ମସମର୍ପଣ କରୁଥିବା ନକ୍ସଲ ଏବଂ ବସ୍ତରର ପରିବେଶରେ ବଢିଥିବା ଲୋକମାନେ ଏଥିରେ ସାମିଲ ହୁଅନ୍ତି। ନକ୍ସଲମାନଙ୍କ ବିରୁଦ୍ଧରେ ସବୁଠାରୁ ବଡ ସଫଳତା ଏପର୍ଯ୍ୟନ୍ତ ଏହି ସୈନିକମାନଙ୍କ ଦ୍ୱାରା ହାସଲ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ମାଙ୍ଗାଲୁରୁ ବିମାନ ବନ୍ଦରରୁ ଆଇଡି ବିସ୍ଫୋରକ ଜବତ

ମାଙ୍ଗାଲୁରୁ : ମାଙ୍ଗାଲୁରୁ ବିମାନ ବନ୍ଦରରୁ ଆଇଡି ବିସ୍ଫୋରକ ଜବତ କରାଯାଇଛି । ବିମାନ ବନ୍ଦରର ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ଏହି ବିସ୍ଫୋରକ ଜବତ କରାଯିବା ସହିତ ଏକ ବଡ ଅଘଟଣକୁ ଏଡାଇ ଦିଆଯାଇଛି । ବିମାନ ବନ୍ଦରର ଟିକଟ କାଉଣ୍ଟର ନିକଟରେ ପଡି ରହିଥିବା ଏକ ବ୍ୟାଗରୁ ଏହି ବିସ୍ଫୋରକ ଜବତ କରାଯାଇଛି । ସିଆଇଏସ୍‌ଏଫ୍‌ ପକ୍ଷରୁ ବିମାନ ବନ୍ଦରକୁ କର୍ଡନ କରାଯାଇ ସର୍ଚ୍ଚ ଅପରେସନ୍‌ ଜାରି କରାଯାଇଛି । ସିଆଇଏସ୍‌ଏଫ୍‌ ଡିଜିପି ଅନୀଲ ପାଣ୍ଡେଙ୍କ ନେତୃତ୍ବରେ ସର୍ଚ୍ଚ ଅପରେସନ୍‌ କରାଯିବା ସହିତ ସିସିଟିଭି ଯାଞ୍ଚ କରାଯାଉଛି । ଏହି ଘଟଣା ପରେ ମାଙ୍ଗାଲୁରୁ ବିମାନ ବନ୍ଦରରେ ବିମାନ ସେବା ବନ୍ଦ ରଖାଯାଇଛି । (ଏଜେନ୍ସୀ)

Categories
ଆଜିର ଖବର ଜାତୀୟ ଖବର

କାଶ୍ମୀରରେ ବଡ ଧରଣର ଆକ୍ରମଣ ଯୋଜନା ପଣ୍ଡ : 2 କିଗ୍ରା ଆଇଡି ବିସ୍ଫୋରକ ଜବତ

ଶ୍ରୀନଗର : କାଶ୍ମୀରରେ ଏକ ବଡ ଧରଣର ଆତଙ୍କୀ ଆକ୍ରମଣକୁ ଏଡାଇବାରେ ସଫଳ ହୋଇଛନ୍ତି ସୁରକ୍ଷା ବଳ । ଜମ୍ମୁ କାଶ୍ମୀରରୁ ସୁରକ୍ଷା ବଳଙ୍କ ପକ୍ଷରୁ 2 କିଗ୍ରା ଇମ୍ପ୍ରୋଭାଇଜ୍‌ଡ ଏକ୍ସପ୍ଲୋସିଭ୍‌ ଡିଭାଇସ୍‌ (ଆଇଡି) ଜବତ କରାଯାଇଛି । ପୋଲିସ୍‌ ଏବଂ ସେନା ପକ୍ଷରୁ କରାଯାଇଥିବା ମିଳିତ ଚଢାଉରେ ସୋପୋରରେ ଏହି ବିସ୍ଫୋରକ ଜବତ କରାଯାଇଛି । ବାରାମୂଲାର ସୋପୋରରେ ଅବସ୍ଥିତ ରଫିଆବାଦର ଏକ ବ୍ରିଜ୍‌ ତଳୁ ଏହି ବିସ୍ଫୋରକ ଜବତ କରାଯାଇଛି । (ଏଜେନ୍ସୀ)

Categories
ଆଜିର ଖବର

ଆଇଇଡି ବିସ୍ଫୋରଣରେ ୧୧ ଯବାନ ଆହତ

ଝାଡ଼ଖଣ୍ଡ ଷଢାଇକଳାର ଅନ୍ତର୍ଗତ କୁଚାଇରେ ମାଓବାଦୀମାନେ ଖଞ୍ଜି ଥିବା ଆଇଇଡି ବିସ୍ଫୋରଣ ହୋଇଛି। ଏଥିରେ ୧୧ଜଣ ଯବାନ ଆହତ ହୋଇଛନ୍ତି। ସମସ୍ତ ଯବାନଙ୍କୁ ରାଞ୍ଚିକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି। ମଙ୍ଗଳବାର ଭୋର ପ୍ରାୟ ୪ଟା ୫୦ ସମୟରେ ଝାଡ଼ଖଣ୍ଡ ପୋଲିସ ଓ ୨୦୯ର କୋବ୍ରାବାଟାଲିୟନ୍‌ର ଯବାନମାନେ ମିଳିତ ସ୍ପେଶାଲ ଅପରେସନ୍‌ରେ ବାହାରିଥିଲେ। ଷଢାଇକଳାର କୁଚାଇ ନିକଟରେ ମାଓବାଦୀମାନେ ପୂର୍ବରୁ ଖଞ୍ଜିଥିବା ଆଇଇଡି ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ କୋବ୍ରା ବାଟାଲିୟନ୍‌ର ୮ଜଣ ଓ ୩ ଜଣ ପୋଲିସ ଆହତ ହୋଇଛନ୍ତି। ଘଟଣା ପରେ ସଂପୃକ୍ତ ଅଞ୍ଚଳକୁ ଘେରା ବନ୍ଦୀ କରି ସର୍ଚ୍ଚ ଅପରେସନ୍‌ କରାଯାଉଛି।