Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଆତ୍ମଘାତୀ କାର୍‌ ବିସ୍ଫୋରଣ : 26 ସୁରକ୍ଷାକର୍ମୀ ମୃତ

କାବୁଲ : ଆଫଗାନିସ୍ତାନର ଏକ ସେନା ବେସରେ ଆତ୍ମଘାତୀ କାର ବିସ୍ଫୋରଣରେ ଅତି କମରେ 26 ଜଣ ସୁରକ୍ଷା କର୍ମୀ ପ୍ରାଣ ହରାଇଛନ୍ତି ବୋଲି ସୂଚନା ମିଳିଛି । ତାଲିବାନ ଏବଂ ସରକାରୀ ବାହିନୀ ମଧ୍ୟରେ ନିୟମିତ ଲଢେଇ ଚାଲିଥିବାର ପୂର୍ବ ଗଜନି ପ୍ରଦେଶର ରାଜଧାନୀ ଉପକଣ୍ଠରେ ଏହି ଆକ୍ରମଣ ହୋଇଥିଲା। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଏହି ବିସ୍ଫୋରଣ କରାଯାଇଛି । ଘଟଣାସ୍ଥଳରେ ସୁରକ୍ଷାକର୍ମୀ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।

ରବିବାର ଦିନ ଅପରାହ୍ନ ସମୟରେ ଆଫଗାନିସ୍ତାନର ଗଜନି ପ୍ରଦେଶ ନିକଟରେ ଏହି ବିସ୍ଫୋରଣ ଘଟିଛି । ସେନା ବେସ୍‌କୁ ଲକ୍ଷ୍ୟ କରାଯାଇ ଏକ ଆତ୍ମଘାତୀ ବିସ୍ଫୋରଣ କରାଯାଇଛି । ଗତକିଛି ଦିନ ହେଲା ଆଫଗାନିସ୍ତାନର ବିଭିନ୍ନ ସ୍ତାନରେ ଏପରି ବିସ୍ଫୋରଣ ଖବର ସାମ୍ନାକୁ ଆସୁଛି । ଯାହାଦ୍ୱାରା ଅନେକ ସୁରକ୍ଷାକର୍ମୀ ଓ ସାଧାରଣ ଜନତାଙ୍କ ମୃତ୍ୟୁ ହୋଇଛି । ସୈନିକଙ୍କ ମୃତଦହେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଅନେକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ କେତେଜଣ ଆହତ ହୋଇଛନ୍ତି ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିନାହିଁ । (ଏଜେନ୍ସି)

Categories
ଆଜିର ଖବର

ପାକିସ୍ତାନରେ ବୋମା ବିସ୍ଫୋରଣ : ତିନି ସେନା ଅଫିସର ନିହତ

ପାକିସ୍ତାନରେ ଏକ ବୋମା ବିସ୍ଫୋରଣରେ ତିନି ସେନା ଅଫିସର ନିହତ ହୋଇଛନ୍ତି। ରାସ୍ତା ଦାଢରେ ଏକ ବୋମା ବିସ୍ଫୋରଣରେ ଏକ ମିଲିଟାରୀ ଗାଡି ଉଡିଯିବାରୁ ତିନି ଅଫିସରଙ୍କ ସମେତ ଜଣେ ସୈନ୍ୟ ନିହତ ହୋଇଛନ୍ତି। ଆଫଗାନିସ୍ତାନ ସୀମାରେ ରହିଥିବା ଉତ୍ତର ଓ୍ବଜିରିସ୍ତାନରେ ଏହି ବିସ୍ଫୋରଣ ଘଟିଥିଲା। ଶୁକ୍ରବାର ଏକ ମିଲିଟାରୀ ଗାଡିକୁ ଲକ୍ଷ୍ୟ କରି ଏହି ଆଇଡି ବିସ୍ଫୋରଣ କରାଯାଇଥିଲା। ଓ୍ବଜିରିସ୍ତାନର ଖରକମର ଅଞ୍ଚଳରେ ଏହି ଆଇଡି ବିସ୍ଫୋରଣ ଘଟି ତିନି ସେନାଧିକାରୀଙ୍କ ସମେତ ଜଣେ ସୈନ୍ୟ ନିହତ ହୋଇଥିଲେ। ଏହି ଘଟଣାରେୋ ଅନ୍ୟ ୪ ଜଣ ସୈନ୍ୟ ଆହତ ହୋଇଛନ୍ତି। ନିହତ ହୋଇଥିବା ସେନାଧିକାରୀଙ୍କ ମଧ୍ୟରେ ରହିଛନ୍ତି ଲ୍ୟୁଟନାଣ୍ଟ କଲୋନେଲ ରଶିଦ କରିମ୍‌ ବେଗ୍‌, ମେଜର ମୋଇଜ୍‌ ମକସୁଦ୍‌ ବେଗ୍‌, କ୍ୟାପ୍‌ଟେନ୍‌ ଆରିଫ୍‌ ଉଲ୍ଳା ଏବଂ ଲାନ୍ସ ହାବିଲଦାର ଜାହିର। ଏହି ଆକ୍ରମଣ ପାଇଁ କୌଣସି ଆତଙ୍କୀ ସଙ୍ଗଠନ ନିଜକୁ ଦାୟୀ କରି ନାହାନ୍ତି। ବିଗତ ଏକ ମାସ ମଧ୍ୟରେ ହୋଇଥିବା ବିଭିନ୍ନ ଆକ୍ରମଣରେ ୧୦ ସୁରକ୍ଷା କର୍ମୀଙ୍କ ସମେତ ୩୫ ଜଣ ଆହତ ହୋଇଛନ୍ତି।