Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଅର୍ଥନୈତିକ ମାନ୍ଦାବସ୍ଥା କାରଣରୁ ଜିଏସ୍‌ଟି ଆଦାୟରେ ହ୍ରାସ

ନୂଆଦିଲ୍ଲୀ : ଅର୍ଥନୈତକ ମାନ୍ଦାବସ୍ଥା କାରଣରୁ ସମସ୍ତ କ୍ଷେତ୍ର ଉପରେ ଏହାର ପ୍ରଭାବ ପଡିଛି । ମାର୍ଚ୍ଚ ମାସରେ ଆଦାୟ ହୋଇଥିବା ଜିଏସ୍‌ଟି ଅର୍ଥରାଶିରୁ ସ୍ପଷ୍ଟ ହୋଇଛି । ଚଳିତ ବର୍ଷ ମାର୍ଚ୍ଚ ମାସରେ ୯୭,୫୯୭ କୋଟି ଟଙ୍କାର ଅର୍ଥ ଆଦାୟ ହୋଇଛି । ୨୦୧୯ ଆର୍ଥିକ ବର୍ଷରେ ଏହି ସମୟରେ ୧ ଲକ୍ଷ ୬ ହଜାର ୫୭୭ କୋଟିର ଜିଏସ୍‌ଟି ଆଦାୟ କରାଯାଇଥିଲା । ଚଳିତ ବର୍ଷ ଆଦାୟ କରାଯାଇଥିବା ଅର୍ଥରାଶି ଗତବର୍ଷ ଅପେକ୍ଷା ପ୍ରାୟ ୮ ପ୍ରତିଶତ କମ୍ ରହିଛି । ଏହି ସମୟରେ ଆଇ ଜିଏସ୍‌ଟି ଅର୍ଥ ପରିମାଣ ୪୪,୫୦୮ କୋଟି ଟଙ୍କା ରହିଥିବା ଜଣାପଡିଛି ।

Categories
ଆଜିର ଖବର

ଆଇଜିଏସ୍‌ଟି ପ୍ୟାନେଲ୍‌ରୁ ଓହରିଲେ ନିର୍ମଳା ସୀତାରମଣ, ସୁଶୀଲ ମୋଦି ନୂତନ ମୁଖ୍ୟ

ନୂଆଦିଲ୍ଲୀ,11/12 : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଇଜିଏସ୍‌ଟି ପ୍ୟାନେଲ୍‌ରୁ ଓହରି ଯାଇଛନ୍ତି । ଆଇଜିଏସ୍‌ଟି ପ୍ୟାନେଲ୍‌ରେ ରହିଥିବା ମନ୍ତ୍ରୀସ୍ତରୀୟ ଦଳର ମୁ୍ଖ୍ୟ ରହିଥିଲେ ନିର୍ମଳା ସୀତାରମଣ । ସୀତାରମଣ ଓହରିଯିବା ପରେ ବିହାର ଉପ ମୁଖ୍ୟମନ୍ତ୍ରୀ ତଥା କମିଟିର ଉପମୁଖ୍ୟ ରହିଥିବା ସୁଶୀଲ ମୋଦିଙ୍କୁ ନୂତନ ମୁଖ୍ୟ ଭାବରେ ଘୋଷଣା କରାଯାଇଛି । ସୀତାରମଣଙ୍କ ଓହରିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ପ୍ରଦାନ କରାଯାଇଛି । ମନ୍ତ୍ରୀସ୍ତରୀୟ କମିଟିର ମୁଖ୍ୟ ରହିବା ସହିତ ନିର୍ମଳା ଜିଏସ୍‌ଟି ପ୍ୟାନେଲ୍‌ର ମୁଖ୍ୟ ଭାବରେ କାର୍ଯ୍ୟକରୁଥିବାରୁ ନିର୍ମଳାଙ୍କୁ ରିପୋର୍ଟ ପ୍ରସ୍ତୁତ କରିବା ସହିତ ଏହାକୁ ମଞ୍ଜୁରୀ ଦେବାକୁ ପଡିଥାଏ । ତେଣୁ ଆଇଜିଏସ୍‌ଟି ପ୍ୟାନେଲ୍‌ରୁ ନିର୍ମଳା ଓହରିଥିବା ଜଣାପଡିଛି । କମିଟିର କାର୍ଯ୍ୟକୁ ସ୍ବଚ୍ଛତାର ସହିତ ଏବଂ ସୂଚାରୁ ଭାବରେ ପରିଚାଳନା ପାଇଁ ନିର୍ମଳା ନିଜ ପଦରୁ ଇସ୍ତଫା ପ୍ରଦାନ କରିଥିବା ଜଣାପଡିଛି । (ଏଜେନ୍ସୀ)