Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଅଗଷ୍ଟ ୧୩ ରୁ “ହର ଘର ତ୍ରିରଙ୍ଗା” ଅଭିଯାନ, ସରକାରଙ୍କ ସମୀକ୍ଷା, ଜାଣନ୍ତୁ ସେଦିନ କଣ ହେବ

ଭୁବନେଶ୍ବର: ଆଜାଦୀ କା ଅମୃତ ମହୋତ୍ସବ ଅଧିନରେ “ହର ଘର ତ୍ରିରଙ୍ଗା” ଅଭିଯାନ ରାଜ୍ୟ ବ୍ୟାପି ଅନୁଷ୍ଠିତ ହେବ। ଆଗାମୀ ଅଗଷ୍ଟ ୧୫ ତାରିଖରେ ଦେଶ ସ୍ୱାଧୀନତାର ୭୭  ବର୍ଷ ପାଳନ ଅବସରରେ ଏହି ଅଭିଯାନ ଅଗଷ୍ଟ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟ ବ୍ୟାପି ଅନୁଷ୍ଠିତ ହେବ। ପ୍ରତ୍ୟେକ ଘରେ ଘରେ ଜାତୀୟ ପତାକା ତ୍ରିରଙ୍ଗା ଉଡାଇ ଭାରତର ସ୍ୱାଧୀନତା ଉତ୍ସବ ପାଳିବାକୁ ଉତ୍ସାହିତ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ।

ଏ ସଂପର୍କରେ ଭାରତ ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ତରଫରୁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପ୍ରେରିତ ପତ୍ର ଆଧାରରେ ଅନ୍ୟ ରାଜ୍ୟ ଭଳି ଆମ ରାଜ୍ୟରେ  “ହର ଘର  ତିରଙ୍ଗା”  ଅଭିଯାନ  ଅନୁଷ୍ଠିତ ହେବ। ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ, ସୂଚନା ଓ ଲୋକସଂପର୍କ ବିଭାଗ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚ ଶିକ୍ଷା,  ମିଶନ ଶକ୍ତି, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା,ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଆଦିର  ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଏହି ପରିପ୍ରେକ୍ଷୀରେ ରାଜ୍ୟ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ସଂଧ୍ୟାରେ ଲୋକସେବା ଭବନରେ  ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଲୋଚନା ଅନୁସାରେ “ହର ଘର  ତିରଙ୍ଗା”  କାର୍ଯ୍ୟକ୍ରମ ପ୍ରତି ଜିଲ୍ଲା, ବ୍ଲକ ସମେତ ପଂଚାୟତ  ସ୍ତରରେ ମଧ୍ୟ ଅନୁଷ୍ଠିତ ହେବ।  ଗ୍ରାମ ପଂଚାୟତ ସ୍ତର କାର୍ଯ୍ୟକ୍ରମରେ ପଂଚାୟତିରାଜ ପ୍ରତିନିଧି,  ସ୍ୱୟଂସହାୟକ ଗୋଷ୍ଠୀ,  ଜିଳ୍ଲା ଜଳ ଓ ପରିମଳ  କମିଟିଙ୍କ ସହ  ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେବେ।

ଏଥିପାଇଁ ପ୍ରସ୍ତୁତି ନିମନ୍ତେ ନିର୍ଦ୍ଦେଶନାମା  ରାଜ୍ୟ ପଂଚାୟତିରାଜ ଓ ପାନୀୟଜଳ ବିଭାଗ ତରଫରୁ କାର୍ଯ୍ୟାନୁଷ୍ଠାନ ପାଇଁ ସମସ୍ତ ଜିଲ୍ଲା ଉନ୍ନୟନ  ଅଧିକାରୀ ତଥା ଜିଲ୍ଲା  ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପ୍ରେରଣ କରାଯାଇ  ନିର୍ଦ୍ଦେଶ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ବିଗତ ବର୍ଷ  ଭଳି ଚଳିତ ବର୍ଷ  ମଧ୍ୟ ଜାତୀୟ ପତାକା ସହ ସେଲଫି  www.harghar tringa.com ରେ  ଅପଲୋଡ କରିବାକୁ ଅନୁରୋଧ କରାଯାଇଛି ।  ୨୦୨୨ ରେ ଅନୁଷ୍ଠିତ “ହର ଘର  ତିରଙ୍ଗା” ଅଭିଯାନରେ ଦେଶର ୨୩ କୋଟି ଜନତା ସାମିଲ ହେବା ସହ  ୭ କୋଟି ଜନତା ସେଲଫି ଉଠାଇ  ପୋର୍ଟାଲରେ ଅପଲୋଡ କରିଥିଲେ ।  ଅଗଷ୍ଟ ୨୦୨୩ ରେ ୧୦ କୋଟିରୁ ଊର୍ଦ୍ଧ୍ୱ  ଜନ ସାଧାରଣ ସେଲଫି ୱେବସାଇଟ୍‌ରେ ପୋଷ୍ଟ କରିଥିଲେ ।

ଚଳିତ ବର୍ଷ “ହର ଘର  ତିରଙ୍ଗା” ବ୍ୟାନରରେ  ବିଭିନ୍ନ କାର୍ଯ୍ୟକ୍ରମ କରାଯିବାକୁ ରାଜ୍ୟ ସରକାରଙ୍କ ତରଫରୁ ପଦକ୍ଷେପ ନିଆଯିବ ।  ଏହି ପରିପ୍ରେକ୍ଷୀରେ ତ୍ରିରଙ୍ଗା  ଶପଥ  ଓଡିଆ ଭାଷାରେ ନିଆଯିବ ।  ସ୍ଥାନୀୟ  ନେତୃବୁନ୍ଦ, ବିଦ୍ୟାଳୟ, ମହା ବିଦ୍ୟାଳୟ, ବିଭିନ୍ନ ଅନୁଷ୍ଠାନ ଓ ଜନସାଧାରଣ ଜାତୀୟ ପତାକା ସହ ତ୍ରିରଙ୍ଗା ଯାତ୍ରାରେ ସାମିଲ ହେବେ।  ରାଜ୍ୟ ସ୍ତରରେ, ସହରାଞ୍ଚଳରେ, ଜିଲ୍ଲା, ବ୍ଲକ୍‌ ଓ ପଂଚାୟତି ସ୍ତରରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହେବ।  ବିଭିନ୍ନ ସ୍ଥାନରେ ତ୍ରିରଙ୍ଗା ସଙ୍ଗୀତ ସମାରୋହ ଅନୁଷ୍ଠିତ ହେବ।

ସ୍ୱାଧୀନତା ସଂଗ୍ରାମୀମାନଙ୍କୁ   ସମ୍ବର୍ଦ୍ଧିତ କରାଯିବା ସହ ସେମାନଙ୍କ ପରିବାରଙ୍କୁ ଏଥିରେ ସାମିଲ କରାଯିବ । ରାଜ୍ୟସ୍ତରରେ ଏବଂ ଜିଲ୍ଲାସ୍ତରୀୟ  ଉତ୍ସବର ତ୍ରିରଙ୍ଗା  କାନଭାସ  ରଖାଯିବ, ଯେଉଥିରେ  ଜନସାଧାରଣ “ହର ଘର  ତିରଙ୍ଗା” ଏବଂ “ଜୟ ହିନ୍ଦ” ଲେଖି ଅଭିଯାନରେ ସାମିଲ ହେବେ।  ଜାତୀୟ ପତାକାର ସାଇଜ ୨:୩ ଅନୁପାତ ହେବା ସହ  ଏହା କପଡାରେ ତିଆରି ହୋଇଥିବ ।  ମିଶନ ଶକ୍ତି ବିଭାଗ ତରଫରୁ ସ୍ୱୟଂ ସହାୟକ ଗୋଷ୍ଠୀ ସହଯୋଗରେ ଜାତୀୟ ପତାକା ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଅନୁମୋଦିତ  ହର ଘର ତ୍ରିରଙ୍ଗା ଲୋଗୋ, ବ୍ୟାକଡ୍ରପ, ହୋର୍ଡିଂ  ଆଦି ବ୍ୟବହାର ହେବ ।ଅନୁମୋଦିତ ବ୍ରାଣ୍ଡିଂ www.harghartriranga.com  ଏବଂ www.indiaculture.gov.in  ୱେବସାଇଟ୍‌ ରେ ଉପଲବ୍ଧ ରହିଛି । “ହର ଘର  ତିରଙ୍ଗା” ବାର୍ତ୍ତା ଯେପରି ଘରେ ଘରେ ପହଞ୍ଚିବ,  ସେଥିପାଇଁ ସମସ୍ତେ କାର୍ଯ୍ୟକ୍ରମରେ  ସାମିଲ ହେବାକୁ  ମୁଖ୍ୟ ଶାସନ ସଚିବ  ସଂପୃକ୍ତ ସମସ୍ତ ବିଭାଗର ସହଯୋଗ  କାମନା କରିବା ସହ ଅନୁରୂପଭାବେ ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରାଯାଇ କାର୍ଯ୍ୟକ୍ରମର ସଫଳତା ପାଇଁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ  ଦେଇଛନ୍ତି।

କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ  ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶୀଲ କୁମାର ଲୋହାନୀ, ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା, ବାଣିଜ୍ୟ ଓ ପରିବହନ , ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଊଷା ପାଢ଼ୀ, ଗ୍ରାମ୍ୟ ଉନ୍ନୟନ, ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା  ମିଶନ ଶକ୍ତି ବିଭାଗ ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ, ବିଡିଏ ଉପାଧ୍ୟକ୍ଷ ଶ୍ରୀ ବଲଓ୍ୱନ୍ତ ସିଂଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ଅନ୍ୟ ବରିଷ୍ଠ ପଦାଧିକାରୀମାନେ  ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ  କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଏଥର ଡାକ ମାଧ୍ୟମରେ ପ୍ରଦାନ କରାଗଲା ରାଷ୍ଟ୍ରପତିଙ୍କ ଆଟ ହୋମ ପାର୍ଟି ର ନିମନ୍ତ୍ରଣ ପତ୍ର

ନୂଆଦିଲ୍ଲୀ: ୨୦୨୪ ମସିହା ସ୍ଵାଧୀନତା ଦିବସ ପାଳନ ପରିପ୍ରେକ୍ଷୀରେ ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ଆୟୋଜିତ ମର୍ଯ୍ୟାଦାପୂର୍ଣ୍ଣ “ଏଟ୍ ହୋମ୍ ରିସେପସନ୍” ବା ” ଆବାସରେ ଅଭ୍ୟର୍ଥନା” କାର୍ଯ୍ୟକ୍ରମର ନିମନ୍ତ୍ରଣପତ୍ର ଯତ୍ନର ସହ ବିତରଣ କରିବ ଓଡ଼ିଶା ଡାକ ପରିମଣ୍ଡଳ। ଏହି ମର୍ଯ୍ୟାଦାପୂର୍ଣ୍ଣ କାର୍ଯ୍ୟକ୍ରମ ଆସନ୍ତା ଅଗଷ୍ଟ ୧୫, ୨୦୨୪ ତାରିଖରେ ଆୟୋଜନ ପାଇଁ ସ୍ଥିରୀକୃତ ହୋଇଛି।

ଏହିସବୁ ନିମନ୍ତ୍ରଣ ପତ୍ର ଗୁଡ଼ିକର ସର୍ବୋଚ୍ଚ ଗୁରୁତ୍ଵକୁ ଉପଲବ୍ଧି କରି ସଠିକ୍ ଓ ସଯତ୍ନ ବିତରଣକୁ ସୁନିଶ୍ଚିତ କରିବାକୁ ଓଡ଼ିଶା ଡାକ ପରିମଣ୍ଡଳ ପ୍ରତିବଦ୍ଧ ଅଟେ। ଏଥିପାଇଁ ଉତ୍ସର୍ଗୀକୃତ ଦଳ ଏହି ମର୍ଯ୍ୟାଦାଜନକ କାର୍ଯ୍ୟକୁ ସମ୍ପନ୍ନ କରିବା ପାଈଁ ସ୍ଵତନ୍ତ୍ର ଭାବେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ପ୍ରତିଟି ନିମନ୍ତ୍ରଣ ପତ୍ରକୁ ଠିକଣାଧାରୀ/ ପ୍ରାପ୍ତେଷୁଙ୍କ ନିକଟରେ ଅକ୍ଷୁର୍ଣ୍ଣ ଓ ସମୟ ସୀମା ଭିତରେ ପହଞ୍ଚେଇବାକୁ ସୁନିଶ୍ଚିତ କରାଇବା ପାଇଁ ଡାକ ବିଭାଗ ପ୍ରତିଶୃତି ପ୍ରଦାନ କରିଛି।

ପ୍ରଥମ ଥର ପାଇଁ ବିଭିନ୍ନ କ୍ଷେତ୍ରରେ ସଫଳତମ ବ୍ୟକ୍ତି ବିଶେଷ ଏପରିକି ସାଧାରଣ ନାଗରିକ, ଯେଉଁ ମାନେ ନିଜସ୍ୱ କ୍ଷେତ୍ରରେ ଅସାଧାରଣ ଅବଦାନ ଦେଇଛନ୍ତି, ସେମାନଙ୍କୁ ମଧ୍ୟ ନିମନ୍ତ୍ରଣ କରା ଯାଇଅଛି। ଏହା ମଧ୍ୟରେ ସାମିଲ ଅଛନ୍ତି ଡାକ୍ତର, ଆୟୁଷ ଚିକିତ୍ସା ଅଧ୍ୟବସାୟୀ, କୃଷି ବିଶେଷଜ୍ଞ, ଶକ୍ତି ସଂରକ୍ଷଣ ଚାମ୍ପିୟନ୍/ ବିଜେତା ଏବଂ ବିଭିନ୍ନ ସରକାରୀ ଯୋଜନା ଯେପରିକି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସ୍ୱନିଧି ଯୋଜନା, ପ୍ରଧାନମନ୍ତ୍ରୀ ବିଶ୍ଵକର୍ମା ଯୋଜନା  ଓ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର ହିତାଧିକାରୀ।

ଏହି ଉଲ୍ଲେଖନୀୟ ବ୍ୟକ୍ତି ବିଶେଷ ମାନେ ଅତୁଳନୀୟ ଏବଂ ଉତ୍ସର୍ଗୀକୃତ ସେବା ପ୍ରଦାନ କରିଛନ୍ତି ଏବଂ ଏହି ମର୍ଯ୍ୟାଦାପୂର୍ଣ୍ଣ କାର୍ଯ୍ୟକ୍ରମରେ ସେମାନେ ସାମିଲ ହେବା ବିଷୟ ଦେଶର ସେମାନଙ୍କ ପ୍ରତି ରହିଥିବା କୃତଜ୍ଞତା ଓ ସ୍ଵୀକୃତିକୁ ରେଖାଙ୍କିତ କରିବ। ପ୍ରତ୍ୟେକ ନିମନ୍ତ୍ରଣକୁ ଯଥୋଚିତ ସମ୍ମାନ ଓ ସଶ୍ରମ ସହିତ ନିୟନ୍ତ୍ରଣ କରି ଏହି ସମ୍ମାନକୁ ପହଞ୍ଚାଇବାରେ ଓଡ଼ିଶା ଡାକ ପରିମଣ୍ଡଳ ନିଷ୍ପତି କରିଛି।

Categories
ଜାତୀୟ ଖବର ବିଶେଷ ଖବର

ଚଳିତ ବର୍ଷ ଜାତୀୟ ପତାକା ଉତ୍ତୋଳନ କରି ନୂଆ ରେକର୍ଡ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀର ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରି ଏକ ନୂଆ ରେକର୍ଡ କରିଛନ୍ତି। ସେ ବର୍ତ୍ତମାନ ଦଶ ଥର ଜାତୀୟ ପତାକା ଉତ୍ତୋଳନ କରି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସମକକ୍ଷ ହୋଇଛନ୍ତି। ମନମୋହନ ସିଂହ ତାଙ୍କ ପ୍ରଧାନମନ୍ତ୍ରୀତ୍ବ କାଳରେ ସେ ଲଗାତର ଦଶଥର ପତାକା ଉତ୍ତୋଳନ କରିବାର ସୁଯୋଗ ପାଇଥିଲେ। ଏବେ ସେହି ସ୍ଥାନକୁ ଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଦେଶରେ ଲଗାତର ୧୦ ଥର ପତାକା ଉତ୍ତୋଳନ କରି ମନମୋହନ ସିଂହ ବର୍ତ୍ତମାନ ତୃତୀୟ ସ୍ଥାନରେ ଅଛନ୍ତି। ସେହି ତୃତୀୟ ସ୍ଥାନରେ ବର୍ତ୍ତମାନ ମନମୋହନଙ୍କ ସହିତ ରହିଲେ ମୋଦି। ତାଙ୍କ ପୂର୍ବରୁ ଇନ୍ଦିରା ଗାନ୍ଧି ଏବଂ ଜବାହାରଲାଲ ନେହୁର ସର୍ବାଧିକ ଥର ପତାକା ଉତ୍ତୋଳନ କରି ରେକର୍ଡ କରିଛନ୍ତି। ଦେଶରୁ ଲଗାତର ଅଧିକଥର ପତାକା ଉତ୍ତୋଳନ ଯେ କରିଛନ୍ତି ସେ ହେଉଛନ୍ତି ଜବାହାରଲାଲ ନେହୁର। ସେ ପ୍ରଧାନମନ୍ତ୍ରୀ ଭାବେ ମୋଟ ୧୭ ଥର ପତାକା ଉତ୍ତୋଳନ କରିବାର ସୁଯୋଗ ପାଇଥିଲେ।

ଦ୍ବିତୀୟ ସର୍ବାଧିକ ଥର ଯେ ପ୍ରଧାନମନ୍ତ୍ରୀ ଭାବେ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିଛନ୍ତି ସେ ହେଉଛନ୍ତି ଇନ୍ଦିରା ଗାନ୍ଧି। ସେ ପ୍ରଧାନମନ୍ତ୍ରୀ ଭାବେ ମୋଟ ୧୬ ଥର ପତାକା ଉତ୍ତୋଳନ କରିବାର ସୁଯୋଗ ପାଇଥିଲେ। ଏହାପରେ ତୃତୀୟ ସର୍ବାଧିକ ରେକର୍ଡ କରିଛନ୍ତି ମନମୋହନ ସିଂହ। ତେବେ ଯଦି ନରେନ୍ଦ୍ର ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ହୋଇ ୨୦୨୪ ଅଗଷ୍ଟ ୧୫ ରେ ପତାକା ଉତ୍ତୋଳନ କରିବେ ତେବେ ସେ ମନମୋହନଙ୍କ ରେକର୍ଡ ଭାଙ୍ଗି ତୃତୀୟ ସ୍ଥାନକୁ ଆସିବେ।

ବର୍ତ୍ତମାନ ଭାରତ ସ୍ବାଧୀନ ହେବା ପରଠାରୁ ୧୫ ଜଣ ପ୍ରଧାନମନ୍ତ୍ରୀଙ୍କୁ ଦେଶ ଦେଖିଆସିଛି। ତେବେ ସେମାନଙ୍କ ମଧ୍ୟରୁ ୧୩ ଜଣ ପତାକା ଉତ୍ତୋଳନ କରିବାର ସୁଯୋଗ ହାସଲ କରିଛନ୍ତି। ଆଉ ଦୁଇଜଣ ପ୍ରଧାନମନ୍ତ୍ରୀ ହୋଇଥିଲେ ମଧ୍ୟ ସେମାନେ ଲାଲକିଲ୍ଲାରେ ତ୍ରିରଙ୍ଗା ଉଡାଇବାର ସୁଯୋଗ ପାଇପାରି ନାହାଁନ୍ତି। ସେହି ଦୁଇ ଜଣ ହେଲେ ଗୁଲଜରୀଲାଲ ନନ୍ଦା ଏବଂ ଚନ୍ଦ୍ରଶେଖର। ସେମାନଙ୍କର ସ୍ବଳ୍ପ ସମୟ ପ୍ରଧାନମନ୍ତ୍ରୀତ୍ବ କାଳରେ ଅଗଷ୍ଟ ୧୫ ଆସିପାରି ନ ଥିଲା।

ତେବେ ଅନ୍ୟ ଯେଉଁ ପ୍ରଧାନମନ୍ତ୍ରୀମାନେ ପତାକା ଉତ୍ତୋଳନ କରିଥିଲେ ସେମାନଙ୍କ ମଧ୍ୟରେ ଅଟଳବିହାରୀ ବାଜପେୟୀ ୬ ଥର, ରାଜୀବ ଗାନ୍ଧୀ ୫ ଥର, ପି ଭି ନରସିଂହ ରାଓ ୫ ଥର, ଲାଲବାହଦୂର ଶାସ୍ତ୍ରୀ ୨ ଥର, ମୋରାଜୀ ଦେଶାଇ ୨ ଥର, ଚରଣ ସିଂ, ଭିପି ସିଂ, ଏଚ ଡି ଦେବଗୌଡା ଏବଂ ଆଇ କେ ଗୁଜରାଲ ଥରେ ଲେଖାଏଁ ପ୍ରଧାନମନ୍ତ୍ରୀ ଭାବେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି।

Categories
ଆଜିର ଖବର

କୋଣାର୍କଠାରେ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହେଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର/କୋଣାର୍କ :  ଗତ ବର୍ଷ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଦେଶ ସ୍ୱାଧୀନତାର ୭୫ବର୍ଷ ପୂର୍ତି ଓ ଅମୃତ ମହୋତ୍ସବ ପାଳନ ଅବସରରେ ଦେଶବ୍ୟାପୀ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ମଧ୍ୟ ସମସ୍ତ ଉତ୍ସାହ ଓ ଉଦ୍ଦୀପନା ସହ ତ୍ରିରଙ୍ଗା ଯାତ୍ରା ଦେଶବ୍ୟାପୀ ଅନୁଷ୍ଠିତ ହେଉଛି।

ଆଜି ପୁରୀ ଜିଲ୍ଲା କୋଣାର୍କଠାରେ ଅନୁଷ୍ଠିତ “ତ୍ରିରଙ୍ଗା ଯାତ୍ରା”ରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଯୋଗ ଦେଇଛନ୍ତି। କୋଣାର୍କର ବନାଖଣ୍ଡିରୁ ଆରମ୍ଭ ହୋଇ ଏହି ଯାତ୍ରା ଚନ୍ଦ୍ରଭାଗା ଦେଇ ବିଶ୍ୱବିଖ୍ୟାତ ସୂର୍ଯ୍ୟମନ୍ଦିରଠାରେ ସମାପ୍ତ ହୋଇଥିଲା। ତ୍ରିରଙ୍ଗା, ବାଦ୍ୟ ଓ ନୃତ୍ୟ ସହିତ ଏହି ପଦଯାତ୍ରାରେ ଶହ ଶହ ସଂଖ୍ୟାରେ ସାଧାରଣ ଜନତା ସାମିଲ ହୋଇଥିଲେ।

ତ୍ରିରଙ୍ଗା ଯାତ୍ରାରେ ଦେଶ ବିକାଶରେ ଅବଦାନ ରଖି ଯାଇଥିବା ମହାପୁରୁଷ ଓ ରାଷ୍ଟ୍ରନାୟକଙ୍କ ପ୍ରେରଣାକୁ ମନେ ପକାଇ ଆତ୍ମନିର୍ଭର ଭାରତ ଗଠନ କରି ଆସନ୍ତା ଅମୃତ କାଳଖଣ୍ଡରେ ଭାରତବର୍ଷକୁ ବିଶ୍ୱର ଏକ ନମ୍ବର ରାଷ୍ଟ୍ର ଏବଂ ବିଶ୍ୱଗୁରୁ ଭାବେ ଗଢି ତୋଳିବା ପାଇଁ ପ୍ରତ୍ୟେକ ଭାରତୀୟ ସଂକଳ୍ପ ନେବା ଉଚିତ୍। ‘ଘର୍ ଘର୍ ତ୍ରିରଙ୍ଗା’ ପଦଯାତ୍ରା କରି ସାଧାରଣ ଜନତା ଘରେ ଘରେ ତ୍ରିରଙ୍ଗା ପତାକା ଉଡାଇବାକୁ ରାଜ୍ୟ ସଭାପତି ଶ୍ରୀ ସାମଲ ଓଡିଶାବାସୀଙ୍କୁ ଅନୁରୋଧ କରିଛନ୍ତି।

ଏହି ଅବସରରେ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ, ପୂର୍ବତନ ସାଂସଦ ତଥା ଏସ୍‌ସି ମୋର୍ଚ୍ଚା ରାଜ୍ୟ ସଭାପତି ଡ.ବିଭୁ ପ୍ରସାଦ ତରାଇ, ପୂର୍ବତନ ବିଧାୟକ ବାଇଧର ମଲ୍ଲିକ ପ୍ରମୁଖଙ୍କ ସମେତ ଅନେକ କାର୍ଯ୍ୟକର୍ତା ଓ ସାଧାରଣ ଜନତା ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପ୍ରକାଶ ପାଇଲା ସ୍ବାଧୀନତା ଦିବସ ପତାକା ଉତ୍ତୋଳନ ତାଲିକା, ଜାଣନ୍ତୁ କିଏ କେଉଁଠି

ଭୁବନେଶ୍ବର: ଆଜି ରାଜ୍ୟ ସରକାର ପ୍ରକାଶ କରିଛନ୍ତି ସ୍ବାଧୀନତା ଦିବସରେ କିଏ କେଉଁଠି ପତାକା ଉତ୍ତୋଳନ କରିବା ତାଲିକା। ପୂର୍ବପରି ରାଜ୍ୟ ସ୍ତରୀୟ ପତାକା ଉତ୍ତୋଳନ ଭୁବନେଶ୍ବରରେ ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାଗ ନେଇ ପତାକା ଉତ୍ତୋଳନ କରିବେ।

ସେହିପରି କଟକରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପତାକା ଉତ୍ତୋଳନ କରିବେ। ସ୍ବାସ୍ଥ୍ୟମନ୍ତ୍ରୀ ନିରଂଜନ ପୂଜାରୀ ପୁରୀରେ, ଜଗନ୍ନାଥ ସାରକା କନ୍ଧମାଳରେ ଏବଂ ବରଗଡରେ ପ୍ରମିଳା ମଲ୍ଲିକ ପତ୍ତାକା ଉତ୍ତୋଳନ କରିବେ।

ତେବେ ବାରୋଟି ସ୍ଥାନରେ ଆରଡିସି ଏବଂ ଜିଲ୍ଲାପାଳ ପତାକା ଉତ୍ତୋଳନ କରିବେ।