Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଆଜି ଏସିଆର ଚାମ୍ପିଅନ୍ ହେବ ଟିମ୍ ଇଣ୍ଡିଆ: ଚୀନ୍ ସହିତହେବ ଲଢେଇ, ଜାଣନ୍ତୁ ଲାଇଭ୍ ଷ୍ଟ୍ରିମିଂ ବିବରଣୀ

ନୂଆଦିଲ୍ଲୀ: ୨୦୨୪ ଏସୀୟ ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ମ୍ୟାଚ୍ ରେ ଭାରତୀୟ ପୁରୁଷ ହକି ଦଳ ଚୀନ୍ ସହିତ ମୁହାଁମୁହିଁ ହେବ। ସେମିଫାଇନାଲରେ କୋରିଆକୁ ୪-୧ ରେ ପରାସ୍ତ କରି ଟିମ୍ ଇଣ୍ଡିଆ ଫାଇନାଲରେ ସ୍ଥାନ ହାସଲ କରିଛି। ଅନ୍ୟପକ୍ଷରେ ସେମିଫାଇନାଲରେ ଚୀନ୍ ପାକିସ୍ତାନକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ବର୍ତ୍ତମାନ ଭାରତ ଏବଂ ଚୀନ୍ ମଧ୍ୟରେ ଟାଇଟଲ୍ ଯୁଦ୍ଧ ଆଜି ଅର୍ଥାତ୍ ସେପ୍ଟେମ୍ବର ୧୭ ତାରିଖ ମଙ୍ଗଳବାରରେ ହେବ। ତେବେ ଆସନ୍ତୁ ଜାଣିବା କେତେବେଳେ, କେଉଁଠାରେ ଏବଂ କିପରି ଆପଣ ଏହି ମ୍ୟାଚ୍ ଲାଇଭ୍ ଦେଖିପାରିବେ….

ଭାରତ ଏବଂ ଚୀନ୍ ମଧ୍ୟରେ ଫାଇନାଲ୍ କେଉଁଠାରେ ଖେଳାଯିବ?:

ଭାରତ ଏବଂ ଚୀନ୍ ମଧ୍ୟରେ ୨୦୨୪ ଏସିଆନ୍ ଚାମ୍ପିଅନ୍ସ ଟ୍ରଫିର ଫାଇନାଲ୍ ହୁଲୁନବୁଇରର ମୋକି ଟ୍ରେନିଂ ବେସରେ ଖେଳାଯିବ।

ଫାଇନାଲ ମ୍ୟାଚ୍ କେବେ ହେବ?:

ଭାରତ ଏବଂ ଚୀନ୍‌ର ହକି ଦଳ ମଧ୍ୟରେ ଖେଳାଯିବାକୁ ଥିବା ୨୦୨୪ ଏସିଆନ୍ ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ମ୍ୟାଚ୍ ଆଜି ଭାରତୀୟ ସମୟ ଅପରାହ୍ନ ୩:୩୦ ରେ ଆରମ୍ଭ ହେବ।

ସିଧା ପ୍ରସାରଣ କେଉଁଠାରେ ହେବ?:

ଭାରତ ଏବଂ ଚୀନ୍ ମଧ୍ୟରେ ଫାଇନାଲ ମ୍ୟାଚ୍ ସୋନି ନେଟୱାର୍କ ମାଧ୍ୟମରେ ଭାରତରେ ଟିଭିରେ ସିଧା ପ୍ରସାରଣ ହେବ।

ଲାଇଭ୍ ଷ୍ଟ୍ରିମିଂ କେଉଁଠାରେ ହେବ?:

ଭାରତ ଏବଂ ଚୀନ୍ ମଧ୍ୟରେ ମ୍ୟାଚ୍ ର ଲାଇଭ୍ ଷ୍ଟ୍ରିମିଂ ସୋନି ଲାଇଭ୍ ଆପ୍ ମାଧ୍ୟମରେ କରାଯିବ।

ଭାରତ ବନାମ ଚୀନ୍ ହେଡ୍ ଟୁ ହେଡ ରେକର୍ଡ:

ଭାରତ ଏବଂ ଚୀନ୍‌ର ହକି ଦଳ ମଧ୍ୟରେ ଏପର୍ଯ୍ୟନ୍ତ ମୋଟ ୬ ଟି ମ୍ୟାଚ୍ ଖେଳାଯାଇଛି। ଏହି ମ୍ୟାଚଗୁଡିକରେ ଭାରତ ନିଜର ଦବଦବା ବଜାୟ ରଖି ୫ ଟି ଜିତିଥିବାବେଳେ ଚୀନ୍ ମାତ୍ର ୧ ଟି ମ୍ୟାଚ୍ ଜିତିଛି।

ସୂଚନାଯୋଗ୍ୟ ଯେ, ଭାରତ ଏବଂ ଚୀନ୍‌ର ଦଳ ନିୟମିତ ଭାବେ ପରସ୍ପର ବିପକ୍ଷରେ ଖେଳନ୍ତି ନାହିଁ। ୨୦୨୩ ରେ ଉଭୟଙ୍କ ମଧ୍ୟରେ କେବଳ ଗୋଟିଏ ମ୍ୟାଚ୍ ଖେଳାଯାଇଥିଲା। ଏହା ବ୍ୟତୀତ ୨୦୧୬ ରେ ଦୁଇ ଦଳ ମଧ୍ୟରେ ଗୋଟିଏ ମ୍ୟାଚ୍, ୨୦୧୪ ରେ ଗୋଟିଏ ମ୍ୟାଚ୍ ଏବଂ ୨୦୧୩ ରେ ଦୁଇଟି ମ୍ୟାଚ୍ ଖେଳାଯାଇଥିଲା। ଆକଳନକୁ ଦେଖିଲେ ଲାଗୁଛି ଯେ, ଟିମ୍ ଇଣ୍ଡିଆ ସହଜରେ ମ୍ୟାଚ୍ ଜିତିବ। ବର୍ତ୍ତମାନ କେଉଁ ଦଳ ଆଜି ଏସିଆର ଚାମ୍ପିଅନ୍ ହେବ ତାହା ଦେଖିବା ମଜାଦାର ହେବ।