ନୂଆଦିଲ୍ଲୀ: ହଂକଂ ସୁପର ସିକ୍ସ ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆର ନିରାଶାଜନକ ପ୍ରଦର୍ଶନ ଜାରି ରହିଛି। ପାକିସ୍ତାନ ପରେ ୟୁଏଇ ମଧ୍ୟ ଟିମ୍ ଇଣ୍ଡିଆକୁ ପରାସ୍ତ କରିଛି। ଏହା ସହିତ ଭାରତୀୟ ଦଳ ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛି।
ଭାରତକୁ ଗୋଟିଏ ରନ୍ ରେ ୟୁଏଇ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ୟୁଏଇ ନିର୍ଦ୍ଧାରିତ ୬ ଓଭରରେ ପାଞ୍ଚ ୱିକେଟ୍ ହରାଇ ୧୩୦ ରନ୍ ସଂଗ୍ରହ କରିଥିଲା। ଅର୍ଥାତ୍ ଏହି କର ବା ମର ମ୍ୟାଚ୍ ରେ ଭାରତକୁ ୩୬ ବଲରେ ୧୩୧ ରନ୍ ର ଟାର୍ଗେଟ ଥିଲା। ଭାରତର ଭଲ ଆରମ୍ଭ ହୋଇଥିଲା। ରବିନ୍ ଉଥାପ୍ପା ୧୦ ବଲରେ ୪୩ ରନ୍ ଏବଂ ଷ୍ଟୁଆର୍ଟ ବିନି ୧୧ ବଲରେ ୪୪ ରନ୍ ସ୍କୋର କରିଥିଲେ। ତଥାପି ଟିମ୍ ଇଣ୍ଡିଆ ଜିତି ପାରି ନାହିଁ।
ୟୁଏଇ ଭାରତକୁ ଗୋଟିଏ ରନ୍ ରେ ପରାସ୍ତ କରିଛି। ୟୁଏଇର ୧୩୦ ରନ୍ ଜବାବରେ ଟିମ୍ ଇଣ୍ଡିଆ ମାତ୍ର ୧୨୯ ରନ୍ ସ୍କୋର କରିପାରିଛି। ଏହାପୂର୍ବରୁ ପାକିସ୍ତାନ ଭାରତକୁ ପରାସ୍ତ କରିଥିଲା। ଏଭଳି ପରିସ୍ଥିତିରେ ଏବେ ଟିମ୍ ଇଣ୍ଡିଆ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛି।