Categories
ଆଜିର ଖବର

ଆଜିଠାରୁ ବିକ୍ରି ଅଫ୍‌ଲାଇନ୍‌ ଟିକେଟ

କଟକ, ୧୬/୧୨: ଡିସେମ୍ବର ୨୨ରେ ବାରବାଟୀରେ ଅନୁଷ୍ଠିତ ହେବାକୁ ଥିବା ଭାରତ- ଓ୍ବେଷ୍ଟଇଣ୍ଡିଜ୍‌ ଦିନିକିଆ ଶୃଙ୍ଖଳାର ଅନ୍ତିମ ମ୍ୟାଚ୍‌ ନିମନ୍ତେ  କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଅଫଲାଇନରେ ଆଜି ଓ ଆସନ୍ତାକାଲି ଅନୁମୋଦିତ ସଂସ୍ଥା, ସ୍କୁଲ, କ୍ଲବକୁ ଟିକେଟ ବିକ୍ରି କରାଯିବ । ଆଜିଠୁ ଅଫଲାଇନରେ ଟିକେଟ ବିକ୍ରି ଆରମ୍ଭ ହୋଇଛି । ଏସବୁ ପାଇଁ ୮,୯୪୬ଟି ଟିକେଟ ବିକ୍ରି ପାଇଁ ଧାର୍ଯ୍ୟ ରଖାଯାଇଛି । ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଯାଏଁ ଏହି ଟିକେଟ ବିକ୍ରି ଚାଲିବ । (ଏଜେନ୍ସି)

 

Categories
ଆଜିର ଖବର

ବାରବାଟୀରେ ଅନ୍ତିମ ଭାରତ-ଓ୍ଵେଷ୍ଟଇଣ୍ଡିଜ ମ୍ୟାଚ :  କ୍ରିକେଟ ଟିକେଟ ପାଇଁ ପରିଚୟ ପତ୍ର ଜରୁରୀ

କଟକ, ୯/୧୨: ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଅନ୍ତିମ ଦିବାରାତ୍ର ମ୍ୟାଚ୍‌ ଡିସେମ୍ବର ୨୨ରେ କଟକର ବାରବାଟୀ ଷ୍ଟାଡ଼ିୟମରେ ଖେଳାଯିବ। ଟିକେଟ କ୍ରୟ ପାଇଁ ପରିଚୟ ପ୍ରମାଣ ପତ୍ର ରହିବା ଜରୁରୀ ବୋଲି ଓସିଏ ପକ୍ଷରୁ ସୂଚନା ମିଳିଛି।  ଅନଲାଇନରେ ୫ ତାରିଖରୁ ଟିକେଟ ବିକ୍ରି ସରିଛି। ଅଫଲାଇନରେ ୧୬ ଓ ୧୭ରେ ଅନୁମୋଦିତ ସଂସ୍ଥା, ସ୍କୁଲ, କ୍ଲବକୁ ଟିକେଟ ମିଳିବ। ୧୯ ଓ ୨୦ରେ ବାରବାଟୀ ଷ୍ଟାଡିୟମ କାଉଣ୍ଟରରେ ମିଳିବ ଟିକେଟ। କାଉଣ୍ଟରରେ ଜଣପିଛା ୨ଟି ଲେଖାଏଁ ଟିକେଟ ମିଳିପାରିବ। ବାରବାଟୀରେ ଭାରତ-ଓ୍ଵେଷ୍ଟଇଣ୍ଡିଜ ମ୍ୟାଚ ପାଇଁ ସୁରକ୍ଷା ଦୃଷ୍ଟିରୁ ପ୍ରତି ଗ୍ୟାଲେରିରେ ହେଲ୍ପ ଡେସ୍କ ଖୋଲାଯିବ। ପ୍ରତି ଡେସ୍କରେ ଜଣେ ଜଣେ ପୋଲିସ ଅଧିକାରୀ ରହିବେ । ଟିକେଟ କିଣିବା ବେଳେ କ୍ରେତାଙ୍କୁ ନିଜ ପରିଚୟପତ୍ର ଦେଖାଇବାକୁ ପଡ଼ିବ ବୋଲି ଓସିଏର ପକ୍ଷରୁ ସୂଚନା ଦିଆଯାଇଛି। (ଏଜେନ୍ସି)