Categories
ଆଜିର ଖବର ଜାତୀୟ ଖବର

ଭାରତୀୟ ସେନାରେ ମହିଳା ଅଧିକାରୀମାନଙ୍କୁ ମିଳିଲା ଏକ ସ୍ଥାୟୀ କମିଶନ

ନୂଆଦିଲ୍ଲୀ, ପ୍ରତିରକ୍ଷା ମନ୍ତ୍ରଣାଳୟ ଆଜି ଭାରତୀୟ ସେନାରେ ମହିଳା ଅଧିକାରୀମାନଙ୍କୁ ବିଧିବଦ୍ଧ ଭାବେ ପରମାନେଣ୍ଟ କମିଶନ(ପିସି) ପ୍ରଦାନ ପୂର୍ବକ ସରକାରୀ ମଞ୍ଜୁରି ପତ୍ର ଜାରି କରିଛନ୍ତି । ଏହାଫଳରେ ମହିଳା ଅଧିକାରୀମାନେ ଅଧିକ ସଶକ୍ତ ହେବା ସହ ସଙ୍ଗଠନରେ ବୃହତ ଭୂମିକା ଗ୍ରହଣ କରିପାରିବେ।

ଏହି ଆଦେଶରେ ସର୍ଟ ସର୍ଭିସ କମିଶନ(ଏସଏସସି)ରେ ଥିବା ଭାରତୀୟ ସେନାର ବାୟୁ ପ୍ରତିରକ୍ଷା(ଏଏଡି) ସିଗନାଲ, ଇଞ୍ଜିନିୟର୍ସ, ଆର୍ମୀ ଆଭିଏସନ, ଇଲେକ୍ଟ୍ରୋନିକ୍ସ ଏଣ୍ଡ ମେକାନିକାଲ ଇଞ୍ଜିନିୟର(ଇଏମଇ), ଆର୍ମୀ ସର୍ଭିସ କୋର(ଏଏସସି), ଆର୍ମୀ ଆର୍ଡିନାନ୍ସ କୋର(ଏଓସି) ଏବଂ ଇଣ୍ଟେଲିଜେନ୍ସ କୋର ଇତ୍ୟାଦିର ମହିଳା ଅଧିକାରୀମାନଙ୍କୁ ପରମାନେଣ୍ଟ କମିଶନ ଦିଆଯାଇଛି।

ଏହାଛଡା ଆର୍ମୀ ଏଜୁକେସନ କୋର(ଏଇସି), ବିଚାରପତି ବା ମହାଅଧିବକ୍ତାରେ ଥିବା ମହିଳା ଅଧିକାରୀମାନେ ମଧ୍ୟ ପରମାନେଣ୍ଟ କମିଶନ ପାଇବେ । ସେନାମୁଖ୍ୟାଳୟ ଏଥିପାଇଁ ଏକ ପରମାନେଣ୍ଟ କମିଶନ ସିଲେକ୍ସନ ବୋର୍ଡ ଗଠନ କରିଛି । ଏଥିରେ ମହିଳା ଅଧିକାରୀମାନଙ୍କର ଆନୁସଙ୍ଗିକ କାଗଜପତ୍ର କାର୍ଯ୍ୟ ସମାପିତ ହେବ । ଭାରତୀୟ ସେନା ଦେଶ ରକ୍ଷାରେ ନିୟୋଜିତ ମହିଳା ଆଧିକାରୀଙ୍କ ସମେତ ସମସ୍ତଙ୍କୁ ସମାନ ସୁବିଧା ଦେବାପାଇଁ ଅଙ୍ଗୀକାରବଦ୍ଧ ବୋଲି ସେନା ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କ୍ବାରେଣ୍ଟାଇନରେ ୫୦ ଭାରତୀୟ ଯବାନ

ଭୋପାଲ : ମଧ୍ୟପ୍ରଦେଶରେ ସୀମା ସୁରକ୍ଷା ବଳ (ବିଏସ୍ଏଫ୍)ର ୫୦ଜଣ ଯବାନଙ୍କୁ କ୍ବାରେଣ୍ଟାଇନ୍ କରାଯାଇଛି । ବିଏସଏଫ ଜଣେ ଅଧିକାରୀଙ୍କଠାରେ କରୋନା ରିପୋର୍ଟ ପଜିଟିଭ୍ ମିଳିବା ପରେ ଏହି ନିଷ୍ପତ୍ତି ନିଆଯାଇଛି ।ଟେକନପୁରରେ ରହିଥିବା ତାଲିମ କେନ୍ଦ୍ରରେ ଜଣେ ଅଧିକାରୀ ପଜିଟିଭ୍ ସାବ୍ୟସ୍ତ ହେବାରୁ ସେନା ପକ୍ଷରୁ ଏହି ନିଷ୍ପତି ନିଆଯାଇଛି । ବିଏସଏଫ ଡାକ୍ତରୀ ଦଳ ଏହି ସୈନିକମାନଙ୍କ ସ୍ୱାସ୍ଥ୍ୟବସ୍ଥ ଉପରେ ନଜର ରଖିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

କରୋନା ମୁକାବିଲା ପାଇଁ ଭାରତୀୟ ସେନା ‘ଅପରସେନ ନମସ୍ତେ’ର ଅଭିଯାନ ଆରମ୍ଭ କଲା

ନୂଆଦିଲ୍ଲୀ : କରୋନା ଭାଇରସ୍‌କୁ ହରାଇବା ପାଇଁ ଭାରତୀୟ ସେନା ଅପରେସନ୍‌ ନମସ୍ତେର ଆରମ୍ଭ କରିଛି। ଏହା ସମ୍ପର୍କରେ ଘୋଷଣା କରି ଆର୍ମିଚିଫ୍ ଏମଏ୍‌ ନରଓ୍ବାଣେ କହିଛନ୍ତି ଯେ, ଭାରତୀୟ ସେନା ଅତୀତରେ ସମସ୍ତ ଅଭିଯାନକୁ ସଫଳତାପୂର୍ବକ ଶେଷ କରିଛି। ସେହିପରି ଅପରେସନ୍‌ ନମେସ୍ତ ମଧ୍ୟ ସଫଳତା ପୂର୍ବକ ଶେଷ କରାଯିବ ବୋଲି କହିଛନ୍ତି ସ୍ଥଳସେନା ମୁଖ୍ୟ ନରଓ୍ବାଣେ। ଏଥିପାଇଁ ସେନା ତରଫରୁ ହେଲ୍ପ ଲାଇନ୍‌ ନମ୍ବର ଜାରି କରାଯାଇଛି ।

ସାଉଥନ୍ କମାଣ୍ଡ, ଇଷ୍ଟର୍ନ କମାଣ୍ଡ, ୱେଷ୍ଟର୍ଣ୍ଣ କମାଣ୍ଡ, ସେଣ୍ଟ୍ରାଲ କମାଣ୍ଡ, ଉତ୍ତର କମାଣ୍ଡ, ଦକ୍ଷିଣ ପଶ୍ଚିମ କମାଣ୍ଡ  ଦିଲ୍ଲୀ ମୁଖ୍ୟାଳୟରେ କରୋନା ହେଲ୍ପ ସେଣ୍ଟର ନିର୍ମାଣ କରିଛି। ଶୁକ୍ରବାର ଦିନ ଏଥିପାଇଁ ନମ୍ବର ମଧ୍ୟ ଜାରି କରାଯାଇଛି। ଏହା ଜରିଆରେ କରୋନା ଭାଇରସ ଯୋଗୁଁ  ହଇରାଣ ହେଉଥିବା ଲୋକଙ୍କୁ ସାହାଯ୍ୟ କରାଯିବ। ସେହିପରି ସାଧାରଣ ଲୋକଙ୍କୁ ଏହା ସମ୍ପର୍କରେ ସୂଚନା ଦିଆଯିବ। (ଏଜେନ୍ସି)