Categories
ଆଜିର ଖବର

19 ବର୍ଷରୁ କମ୍‌ ବିଶ୍ବକପ୍‌ରେ ଭାରତର ନେତୃତ୍ବ ନେବେ ପ୍ରିୟମ୍‌ ଗର୍ଗ

ମୁମ୍ବାଇ,2/12: ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା 19 ବର୍ଷରୁ କମ୍‌ କ୍ରିକେଟ ବିଶ୍ବକପ୍‌ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଭାରତୀୟ ଦଳରେ ପ୍ରିୟମ ଗର୍ଗଙ୍କୁ ଅଧିନାୟକ ଭାବରେ ନିଯୁକ୍ତ କରାଯାଇଛି । ସୋମବାର ଘୋଷଣା କରାଯାଇଥିବା 15 ଜଣିଆ ଦଳର ଧ୍ରୁବ୍‌ ଚାନ୍ଦ ଜୁରେଲ୍‌ଙ୍କୁ ଉପ ଅଧିନାୟକ ଭାବରେ ଘୋଷଣା କରାଯାଇଛି । ଜାନୁୟାରୀ 17ରୁ ଫେବୃୟାରୀ 9 ପର୍ଯ୍ୟନ୍ତ ଏହି ବିଶ୍ବକପ୍‌କ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହେବ । ନ୍ୟୁଜିଲ୍ୟାଣ୍ଡ, ଶ୍ରୀଲଙ୍କା ଏବଂ ଜାପାାନ ସହିତ ଭାରତ ଗ୍ରୁପ୍‌ ଏ ରେ ସ୍ଥାନ ପାଇଛି ।
ଭାରତୀୟ ଦଳ : ପ୍ରିୟମ୍‌ ଗର୍ଗ (ଅଧିନାୟକ), ଧ୍ରୁବ୍‌ ଚାନ୍ଦ ଜୁରେଲ୍‌(ଉପ ଅଧିନାୟକ, ଓ୍ବିକେଟ ରକ୍ଷକ), ଯଶସ୍ବୀ ଜୟସ୍ବାଲ, ଦିବ୍ୟାଂଶ ସକ୍ସେନା, ଶାସ୍ବତ ରାଓ୍ବତ, ଦିବ୍ୟାଂଶ ଯୋଶୀ, ଶୁଭାଙ୍ଗ ହେଗ୍‌ଡେ,ରବି ବିଷ୍ଣୋଇ, ଆକାଶ ସିଂ, କାର୍ତ୍ତିକ ତ୍ୟାଗୀ, ଅଥର୍ବ ଆଙ୍କୋଲେକର, କୁମାର କୁଶାଗ୍ର, ସୁଶାନ୍ତ ମିଶ୍ରା, ବିଦ୍ୟାଧର ପାଟିଲ୍‌ । (ଏଜେନ୍ସୀ)

Categories
ଆଜିର ଖବର

ଲଣ୍ଡନରେ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ଭେଟିଲା ଭାରତୀୟ ଦଳ

କ୍ରିକେଟ ବିଶ୍ବକପ୍‌-୨୦୧୯ ଚାଲିଥିବା ବେଳେ ବିରାଟ କୋହଲିଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ଲଣ୍ଡନରେ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ଭେଟିଛି। ଉଚ୍ଚାୟୁକ୍ତଙ୍କ ଲଣ୍ଡନ ସ୍ଥିତ ବାସଭବନରେ ଖେଳାଳି ଭେଟିଥିଲେ। ରବିବାର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଖେଳାଳି ମାନେ ଉଚ୍ଚାୟୁକ୍ତଙ୍କୁ ଭେଟିଛନ୍ତି। ଭାରତୀୟ ଅଧିନାୟକ ବିରାଟ କୋହଲି, କୋଚ ରବି ଶାସ୍ତ୍ରୀଙ୍କ ସମେତ ସମସ୍ତ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ ଉଚ୍ଚାୟୁକ୍ତ ଋଚି ଘନଶ୍ୟାମଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ବିସିସିଆଇର ଅଫିସିଆଲ ଟ୍ବିଟ୍ଟର ଆକାଉଣ୍ଟରୁ ଖେଳାଳି ମାନେ ଯୋଗ ଦେଇଥିବା ନେଇ ଏକ ଫଟୋ ପୋଷ୍ଟ କରାଯାଇଥିଲା। ଭାରତୀୟ ଦଳ ପ୍ରଥମ ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ୬ ଓ୍ବିକେଟରେ ପରାସ୍ତ କରିଥିବା ବେଳେ ଓଭାଲରେ ରବିବାର ପୂର୍ବତନ ବିଶ୍ବଚାମ୍ପିୟନ୍‌ ଅଷ୍ଟ୍ରେଲିଆର ମୁକାବିଲା କରିବ।

Categories
ଆଜିର ଖବର

ବିଶ୍ବକପ୍‌ ପାଇଁ ଭାରତ ଫେବ୍‌ରିଟ୍‌ : ଲାରା

ଭାରତ ବିଶ୍ବକପ୍‌ ପାଇଁ ଫେବ୍‌ରିଟ୍‌ ବୋଲି ମତବ୍ୟକ୍ତ କରିଛନ୍ତି ଓ୍ବେଷ୍ଟ ଇଣ୍ଡିଜ୍‌ର ମହାନ ଖେଳାଳି ବ୍ରାଏନ୍‌ ଲାରା। ବିଗତ କିଛି ବର୍ଷ ମଧ୍ୟରେ ଭାରତ ବିରାଟ କୋହଲିଙ୍କ ନେତୃତ୍ବରେ ଅତ୍ୟନ୍ତ ଭଲ ପ୍ରଦର୍ଶନ କରିଛି ଏବଂ ଭାରତ ଇଂଲଣ୍ଡ ଏବଂ ଓ୍ବେଲ୍‌ସରେ ଟ୍ରଫି ହାସଲ କଲେ ମୁଁ ଆଦୌ ବିସ୍ମିତ ହେବି ନାହିଁ ବୋଲି କହିଛନ୍ତି ଲାରା। ୨୦୧୭ରେ ଚାମ୍ପିୟନ୍ସ ଟ୍ରଫିରେ ଭାରତ ଉପ ବିଜେତା ହୋଇଥିବା ବେଳେ ୨୦୧୫ରେ ଚାମ୍ପିୟନ୍‌ ରହିଥିଲା। ବର୍ତ୍ତମାନର ଭାରତୀୟ ଦଳ ଅଭିଜ୍ଞତା ଏବଂ ଯୁବ ଖେଳାଳିଙ୍କର ଏକ ସଠିକ୍‌ ମିଶ୍ରଣ। ଦଳରେ କେ ଏଲ୍‌ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ଜସ୍‌ପ୍ରୀତ୍‌ ବୁମ୍‌ରାଙ୍କ ପରି ଯୁବ ଖେଳାଳି ରହିଥିବା ବେଳେ ଭୁବନେଶ୍ବର କୁମାର, ମହେନ୍ଦ୍ର ସିଂ ଧୋନୀ, ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ପରି ଅଭିଜ୍ଞ ଖେଳାଳି ରହିଛନ୍ତି। ଭାରତ ପାଖରେ ଏକ ବଢିଆ ବୋଲିଂ ଆକ୍ରମଣ ରହିଛି ଯାହାକି ଦଳକୁ ବିଜୟୀ ହେବାରେ ସହାୟତା କରିବ। ଭାରତ ପାଖରେ ଜସ୍‌ପ୍ରୀତ୍‌ ବୁମ୍‌ରା, ମହମ୍ମଦ ଶାମି ଏବଂ ଭୁବନେଶ୍ବର କୁମାରଙ୍କ ପେସ୍‌ ତ୍ରୀମୁର୍ତ୍ତି ରହିଛନ୍ତି ଯେଉଁମାନେ କି ଉଭୟ ସୁଇଁ ପରିବେଶରେ ଘାତକ ହେବା ସହିତ ଅନ୍ତିମ ଓଭରରେ ଭଲ ୟର୍କର ପକାଇବାର କ୍ଷମତା ରଖନ୍ତି। ସ୍ପିନ୍‌ ବିଭାଗରେ କୁଲ୍‌ଦୀପ ଯାଦବ, ୟୁଜବେନ୍ଦ୍ର ଚହଲ ଏବଂ ରବୀନ୍ଦ୍ର ଜାଡେଜା ରହିଥିବା ବେଳେ ହାର୍ଦ୍ଦିକ୍‌ ପାଣ୍ଡ୍ୟା ଏବଂ ବିଜୟ ଶଙ୍କର ଅଲରାଉଣ୍ଡର ଦାୟିତ୍ବ ନିଭାଇବେ।