Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଅକ୍ଟୋବର 15 ତାରିଖ ପର୍ଯ୍ୟନ୍ତ ହୋଟେଲ ରେଷ୍ଟୁରାଣ୍ଟ ବନ୍ଦ ରହିବା ଖବର ଏକ ଗୁଜବ, ପର୍ଯ୍ୟଟନ ବିଭାଗ

 ନୂଆଦିଲ୍ଲୀ, ଅକ୍ଟୋବର 15 ତାରିଖ ପର୍ଯ୍ୟନ୍ତ କରୋନା ଭୂତାଣୁ ସଂକ୍ରମଣ ଯୋଗୁ କୌଣସି ହୋଟେଲ ଓ ରେଷ୍ଟୁରାଣ୍ଟ ଖୋଲିବ ନାହିଁ ବୋଲି ଏକ ଗୁଜବ। ଏହା ସ୍ପଷ୍ଟ କରିଛି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ। ମନ୍ତ୍ରଣାଳୟ ନାଁରେ ଏ ସଂକ୍ରାନ୍ତରେ ଖବର ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇଥିବାରୁ ଏହା ସମଗ୍ର ପର୍ଯ୍ୟଟନ କ୍ଷେତ୍ରରେ ହଇଚଇ ସୃଷ୍ଟି କରିଛି। ଏପରି କୌଣସି ଚିଠି ଜାରି କରାଯାଇ ନାହିଁ ବୋଲି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ସ୍ପଷ୍ଟ କରିବା ସହ ଲୋକମାନେ ଏଭଳି  ମିଥ୍ୟା ଖବରକୁ ବିଶ୍ୱାସ ନ କରିବାକୁ କୁହାଯାଇଛି ।

ପର୍ଯ୍ୟଟନ ମନ୍ତ୍ରଣାଳୟ ଏ ସଂକ୍ରାନ୍ତରେ ସାମାଜିକ ଗଣମାଧ୍ୟମରେ ସ୍ପଷ୍ଟୀକରଣ ଦେବା ସହ ମୁମ୍ବାଇ  ପୁଲିସର ସାଇବର ଅପରାଧ ଶାଖାରେ ଅଭିଯୋଗ ଦାଖଲ ମଧ୍ୟ କରିଛି । ପତ୍ର ସୂଚନା କାର୍ଯ୍ୟାଳୟର ଫାକ୍ଟ ଚେକ ୟୁନିଟ ମଧ୍ୟ କିଛି ଦିନ ପୂର୍ବେ ଏ ଖବର ସତ ନୁହେଁ ବୋଲି ଜଣାଇବା ସତ୍ତ୍ୱେ ବିଭିନ୍ନ ସ୍ଥାନରେ ମିଥ୍ୟା ଅପପ୍ରଚାର କରାଯାଉଛି । ପିଆଇବି ଫାକ୍ଟ ଚେକ ୟୁନିଟ ଏପରି ଖବର ମିଥ୍ୟା ବୋଲି ପୁନଃ ସ୍ପଷ୍ଟୀକରଣ ଦେଇଛି । ଏହି ଦୃଷ୍ଟିରୁ ଏଭଳି ଖବରକୁ ବିଶ୍ୱାସକୁ ନନେଇ କେବଳ ସରକାରୀ ଭାବେ ଦିଆଯାଇଥିବା ସୂଚନାକୁ ବିଶ୍ୱାସ କରିବାକୁ ଅନୁରୋଧ କରାଯାଇଛି ।

Categories
ଆଜିର ଖବର

କରୋନା , ଲକଡାଉନ ପରିସ୍ଥିତିକୁ ମୁକାବିଲା ପାଇଁ ପର୍ଯ୍ୟଟନ ଶିଳ୍ପ ଅଂଶୀଦାରଙ୍କ ସହ ମନ୍ତ୍ରଣାଳୟର ସମ୍ମିଳନୀ

ନୂଆଦିଲ୍ଲୀ, ପର୍ଯ୍ୟଟନ ଶିଳ୍ପ ଅଂଶୀଡାରଙ୍କ ସହ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟର ଏକ ଭିଡିଓ କନଫରେନ୍ସ ଅନୁଷ୍ଠିତ ହୋଇଯାଇଛି। ପର୍ଯ୍ୟଟନ ସଚିବ ଯୋଗେନ୍ଦ୍ର ତ୍ରିପାଠୀଙ୍କ ନେତୃତ୍ଵରେ ଅନୁଷ୍ଠିତ ସମ୍ମିଳନୀରେ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ। ଦେଶ ଭିତର ପର୍ଯ୍ୟଟନର ସମ୍ଭାବନା ନେଇ ସମ୍ମିଳନୀରେ ଆଲୋଚନା ହେବା ସହ ପର୍ଯ୍ୟଟନ ବିଭାଗ ସରକାରଙ୍କ ସହ ସମସ୍ତ ସହଯୋଗ କରୁଥିବା ଏଥିରେ ମତ ପ୍ରକାଶ ପାଇଥିଲା।

ଲକଡାଉନ କାଳରେ ଘରେ ନିରାପଦ ରହିବା ଓ ପରିସ୍ଥିତି ସ୍ଵାଭାବିକ ହେଲେ ନିଜର ଭ୍ରମଣ ଯୋଜନା କରିବା ନେଇ ମନ୍ତ୍ରଣାଳୟ ନିଜର ସାମାଜିକ ମାଧ୍ୟମ ଜରିଆରେ ସଚେତନତା ସୃଷ୍ଟି କରୁଛି। ପର୍ଯ୍ୟଟନ ଶିଳ୍ପ ସହିତ ସଂଶ୍ଳିଷ୍ଟ ବିଦ୍ୟାର୍ଥୀମାନେ ଅନଲାଇନ ଜରିଆରେ ସେମାନଙ୍କ ଶିକ୍ଷା ଲାଭ ଜାରି ରଖିଥିବା ଏହି ସମ୍ମିଳନୀରୁ ଜଣାପଡୁଛି।