Categories
ଆଜିର ଖବର ଖେଳ ଜାତୀୟ ଖବର

ଭାରତର ଐତିହାସିକ ବିଜୟ : ଅନ୍ତିମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ 7 ରନ୍‌ରେ ହରାଇଲା ଭାରତ

ବେ ଓଭାଲ୍‌ : ଭାରତ ବିଦେଶୀ ମାଟିରେ ନ୍ୟୁଜିଲାଣ୍ଡ ବନାମ ଭାରତର ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌କୁ  କ୍ଲିନ ସୁଇପ କରି ଇତିହାସ ରଚିଛି । ନ୍ୟୁଜିଲାଣ୍ଡର ମାଉଣ୍ଟ ମାଉଙ୍ଗାନୁଇଠାରେ ଖେଳାଯାଇଥିବା ଟିଟ୍ବେଣ୍ଟି ସିରିଜ୍‌ରେ ଅନ୍ତିମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୭ ରନ୍‌ରେ ହରାଇଛି । ଆଜି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୩ ୱିକେଟ୍ ହରାଇ ୧୫୩ ରନ୍ କରିବାକୁ ସକ୍ଷମ ହୋଇଥିଲା। ଏହାର ଜବାବରେ ନ୍ୟୁଜିଲ୍ୟାଣ୍ଡ୍ ଟିମ୍ ୨୦ ଓଭରରେ ୯ ୱିକେଟ୍ ହରାଇ ୧୫୬ ରନ୍ କରି ପରାସ୍ତ ହୋଇଛି। ଚଳିତ ମ୍ୟାଚ୍‌ରେ ଭାରତ ତରଫରୁ ଅଧିନାୟକ ରୋହିତ୍‌ ଶର୍ମା (୬୦) ରନ୍‌ କରିଥିବାବେଳେ  ଲୋକେଶ ରାହୁଲ୍‌ ୪୫ ଓ ଶ୍ରେୟସ୍‌ ୩୩ ରନ୍‌ କରିଛନ୍ତି । ସେହିପରି ନ୍ୟୁଜିଲାଣ୍ଡ ତରଫରୁ  ରସ୍‌ ଟେଲର୍‌ (୫୩) ଓ ଟିମ୍‌ ଶିର୍ଫଟ୍‌ ୫୦ ରନ୍‌ କରିଛନ୍ତି । ଏହି ମ୍ୟାଚ୍‌ରେ ଭାରତୀୟ ବୋଲର୍‌ ବୁମରାହ ମାତ୍ର ୧୨ ରନ୍‌ ଦେଇ ତିନିଟି ଓ୍ବିକେଟ୍‌ ଅକ୍ତିଆର କରି ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଛନ୍ତି ।

Categories
ଆଜିର ଖବର ଖେଳ

ନିର୍ଣ୍ଣାୟକ ଟି 20 ମ୍ୟାଚ୍‌ରେ ଭାରତର ବ୍ୟାଟିଂ ନିଷ୍ପତ୍ତି

ବେ ଓଭାଲ୍‌ : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ଟି20 ଶୃଙ୍ଖଳାର ଅନ୍ତିମ ମ୍ୟାଚ୍‌ରେ ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଛି । ବିରାଟ କୋହଲିଙ୍କ ଅନୁପସ୍ଥିତିରେ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଛନ୍ତି । ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଚୂଡାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରାଯାଇନଥିବା ବେଳେ ଭାରତ ପକ୍ଷରୁ ବିରାଟ କୋହଲିଙ୍କ ସ୍ଥାନରେ ରୋହିତ ଶର୍ମା ପ୍ରତ୍ୟାବର୍ତ୍ତନ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ପ୍ରଥମ 4 ଟି20ରେ ବିଜୟୀ ହୋଇ ଭାରତ 4-0ରେ ଅଗ୍ରଣୀ ରହିଛି । (ଏଜେନ୍ସି)