Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ରାଜ୍ୟ ଖବର

ମାତ୍ର ଦଶ ହଜାର ଟଙ୍କାରେ ଯିବେ ଦୁବାଇ, ଆଜିଠୁ ଆରମ୍ଭ ହେଲା ଭୁବନେଶ୍ବର ଦୁବାଇ ବିମାନ ସେବା

ଭୁବନେଶ୍ବର: ମାତ୍ର ଦଶ ହଜାର ଟଙ୍କା ଦେଲେ ଆପଣ ଭୁବନେଶ୍ବରରୁ ଦୁବାଇ ଯାଇପାରିବେ। ଏହିପରି ଏକ ଅଫର ଦେଇଛି ଇଣ୍ଡିଗୋ ବିମାନ ସେବା। ଆଜିଠାରୁ ଆରମ୍ଭ ହେବ ଭୁବନେଶ୍ବର ଦୁବାଇ ବିମାନ ସେବା। ସେହି ପରିପ୍ରେକ୍ଷୀରେ ଇଣ୍ଡିଗୋ ତରଫରୁ ଏହି ଅଫର ଦିଆଯାଇଛି।ଏହି ଅଫର ମାତ୍ର କିଛିଦିନ ପାଇଁ ରହିଛି।

ଏହି ବିମାନଟି ଭୁବନେଶ୍ବରରୁ ସପ୍ତାହରେ ତିନିଦିନ ସୋମବାର, ବୁଧବାର ଏବଂ ଶୁକ୍ରବାରରେ ଚାଲିବ। ଦୁବାଇରୁ ଏହି ବିମାନଟି ପ୍ରତ୍ୟେକ ଥର ସ୍ଥାନୀୟ ସମୟ ଅନୁସାରେ ୧୧ଟା ୨୫ ମିନିଟରେ ଛାଡିବ। ସେହିପରି ଭୁବନେଶ୍ବରରେ ଏହି ବିମାନ ଅପରାହ୍ନ ୫ ଟା ୨୦ ମିନିଟରେ ପହଞ୍ଚିବ। ଭୁବନେଶ୍ବରରୁ ଏହା ୬ ଟା ୩୦ ମିନିଟରୁ ଛାଡିବ ଏବଂ ଦୁବାଇରେ ୯ ଟା ୪୫ ମିନିଟରେ ପହଞ୍ଚିବ।

ଆଜି ଏହି ବିମାନ ସେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବାର କାର‌୍ୟ୍ୟକ୍ରମ ରହିଛି।

Categories
ଆଜିର ଖବର ଜାତୀୟ ଖବର

ଶିଶୁକୁ ଲାଇଫ୍‌ ଟାଇମ୍‌ ଫ୍ରି ଟିକେଟ ଦେଲା ଇଣ୍ଡିଗୋ

ନୂଆଦିଲ୍ଲୀ : ସବୁଠୁ ଆରାମଦାୟକ ଯାତ୍ରା ମଧ୍ୟରେ ବିମାନ ଯାତ୍ରା ଅନ୍ୟତମ । ଏହି ଯାତ୍ରା ଜରିଆରେ ଜଣେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନରେ ଅତି ସହଜରେ ପହଞ୍ଚିପାରେ । କିନ୍ତୁ ଏହି ଯାତ୍ରା ସବୁଠୁ ମହାଙ୍ଗା ରହିଥାଏ । ଅନ୍ୟ ସାଧନଠାରୁ ବିମାନ ଟିକେଟ୍‌ ଅଧିକ ମହଙ୍ଗା ରହିଥାଏ । ମାତ୍ର ଜଣେ ଶିଶୁକୁ ଲାଇଫ ଟାଇମ୍‌ ଫ୍ରି ଟିକେଟ ପ୍ରଦାନ କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ବୁଧବାର ସନ୍ଧ୍ୟାରେ ଦିଲ୍ଲୀରୁ ବେଙ୍ଗାଲୁରୁରୁ ଉଡାଣ ଭରୁଥିବା ଇଣ୍ଡିଗୋ ବିମାନରେ ଜଣେ ମହିଳା ଏକ ଶିଶୁକୁ ଜନ୍ମ ଦେଇଥିଲେ । ମଝି ଆକାଶରେ ହଠାତ୍‌ ମହିଳାଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ମଝି ଆକାଶରେ ଡାକ୍ତରଙ୍କ ସହାୟତାରେ ମହିଳା ଏକସନ୍ତାନକୁ ଜନ୍ମ ଦେଇଥିଲେ । ମା’ ଓ ଶିଶୁ ଉଭୟ ସୁସ୍ଥ ହେବା ସହିତ ସନ୍ଧ୍ୟା 7.40 ସମୟରେ ବେଙ୍ଗାଲୁରୁ ବିମାନ ବନ୍ଦରରେ ପହଞ୍ଚିଥିଲେ ।  ଶିଶୁଟି ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମ ହୋଇଥିଲା । ପ୍ରସବ ପ୍ରକ୍ରିୟା ସମୟରେ ଉଡାଣ ସଂଚାଳନ ସାମାନ୍ୟ ରହିଥିଲା । ବିମାନଟି ବାଙ୍ଗାଲୁରୁ ବିମାନ ବନ୍ଦରରେ ପହଞ୍ଚିବା ପରେ ଶିଶୁଟିର ଉଚ୍ଛ୍ବସିତ ସ୍ବାଗତ କରାଯାଇଥିଲା । ବିମାନ ଉଡାଣ ଭରୁଥିବା ସମୟରେ ଶିଶୁଟି ବିମାନରେ ଜନ୍ମ ହୋଇଥିବା ଯୋଗୁଁ ଇଣ୍ଡିଗୋ ଏହି ଶିଶୁଟି ପାଇଁ ଆଜୀବନ ବିମାନ ଟିକେଟ ଫ୍ରି କରିଛି । ଏହା ଏବେ  ସୋସିଆଲ୍‌ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି। (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ବ୍ୟବସାୟ

କୋରୋନା ଭାଇରସ୍‌ ଆତଙ୍କ : ଚୀନ୍‌କୁ ବିମାନ ବାତିଲ କଲା ଇଣ୍ଡିଗୋ ଏବଂ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ : କୋରୋନା ଭାଇରସ୍‌ ପ୍ରଭାବରେ ଚୀନ୍‌ରେ 132 ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ 6 ହଜାରରୁ ଅଧିକ ସଂକ୍ରମିତ ହୋଇଛନ୍ତି । ଏହାର ପ୍ରଭାବରେ ଇଣ୍ଡିଗୋ ଏୟାର ଲାଇନ୍ସ ଏବଂ ଏୟାର ଇଣ୍ଡିଆ ଚୀନ୍‌କୁ ଯାତ୍ରା କରୁଥିବା ନିଜର ବିମାନର ଯାତ୍ରା ବାତିଲ କରିଛନ୍ତି । ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ଫେବୃୟାରୀ 1ରୁ ଫେବୃୟାରୀ 20 ମଧ୍ୟରେ ଚୀନ୍‌କୁ ଯାତ୍ରା କରିବାକୁ ଥିବା ସମସ୍ତ ବିମାନ ଯାତ୍ରା ବାତିଲ କରାଯାଇଛି । ଏହା ସହିତ ହଂକଂକୁ ମଧ୍ୟ ବିମାନ ଯାତ୍ରା ବାତିଲ୍‌ କରିଛି ଇଣ୍ଡିଗୋ । ଅପରପକ୍ଷରେ ଏୟାର ଇଣ୍ଡିଆ ଜାନୁୟାରୀ 31ରୁ ଫେବୃୟାରୀ 14 ମଧ୍ୟରେ ଚାଲିବାକୁ ଥିବା ସମସ୍ତ ବିମାନକୁ ବାତିଲ କରିଛି ।

Categories
ଆଜିର ଖବର ଜାତୀୟ ଖବର

କୁନାଲ କାମ୍ରାଙ୍କୁ ବିମାନ ଯାତ୍ରା ଉପରେ 6 ମାସର ବାସନ୍ଦାଦେଶ

ନୂଆଦିଲ୍ଲୀ : ଷ୍ଟାଣ୍ଡଅପ୍‌ କମେଡିଆନ୍‌ କୁନାଲ୍‌ କାମ୍ରାଙ୍କୁ 6 ମାସ ପାଇଁ ବାସନ୍ଦ କରିଛନ୍ତି ଇଣ୍ଡିଗୋ ଏୟାରଲାଇନ୍ସ ଏବଂ ଏୟାର ଇଣ୍ଡିଆ । ଇଣ୍ଡିଗୋରେ ବିମାନ ଯାତ୍ରା ସମୟରେ ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ କାମ୍ରାଙ୍କୁ ଇଣ୍ଡିଗୋ ଏୟାର ଲାଇନ୍ସ ପକ୍ଷରୁ 6 ମାସ ପାଇଁ ବାସନ୍ଦ କରାଯାଇଛି । ଅନ୍ୟ ଯାତ୍ରୀଙ୍କ ନିମନ୍ତେ ଅସୁବିଧା ସୃଷ୍ଟି କରୁଥିବାରୁ ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ 6 ମାସ ପାଇଁ ବାସନ୍ଦ କରାଯାଇଥିବା ନେଇ ଏକ ଟ୍ବିଟ୍‌ରେ ସୂଚନା ଦିଆଯାଇଥିବା ବେଳେ ଏହି ଟ୍ବିଟ୍‌ରେ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଟ୍ୟାଗ୍‌ କରାଯାଇଥିଲା । ଏହାପରେ ଏୟାର ଇଣ୍ଡିଆ ପକ୍ଷରୁ ମଧ୍ୟ କାମ୍ରାଙ୍କ ବିମାନ ଯାତ୍ରା ଉପରେ ରୋକ୍‌ ଲଗାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ମୁମ୍ବାଇରୁ ଲକ୍ଷ୍ନୌ ଯାଉଥିବା ସମୟରେ ଅର୍ଣ୍ଣବଙ୍କୁ ଦୁର୍ବ୍ୟବହାର କରିଥିଲେ କୁନାଲ କାମ୍ରା ।