Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

ୟୁପିରେ ଗାନ୍ଧୀ ପରିବାରର ରାଜନୈତିକ ଯାତ୍ରା

ଭୁବନେଶ୍ଵର: ଜରୁରୀକାଳୀନ ପରିସ୍ଥିତି ପରେ ୧୯୭୭ରେ ହୋଇଥିବା ସାଧାରଣ ନିର୍ବାଚନକୁ ଛାଡ଼ିଦେଲେ କଂଗ୍ରେସ ଯେତେ ଖରାପ ହେଉ ନା କାହିଁକି ନେହେରୁ-ଗାନ୍ଧୀ ପରିବାର ଯେତେବେଳେ ୟୁପିରୁ ନିର୍ବାଚନ ଲଢ଼ୁଥିଲେ ଜନସାଧାରଣ ସେମାନକୁ ପୂର୍ଣ୍ଣ ସମର୍ଥନ ଦେଇଥିଲେ। ୨୦୧୯ରେ ଆମେଥିରେ ରାହୁଲ ଗାନ୍ଧିଙ୍କ ପରାଜୟ ଏକ ବ୍ୟତିକ୍ରମ ଥିଲା। କିନ୍ତୁ ଏଥର ୟୁପିରେ ଗାନ୍ଧୀ ପରିବାର ପାଇଁ ଏକ ‘ସୁରକ୍ଷିତ’ ଆସନ ନାହିଁ। ଗତ ଦୁଇ ଦଶନ୍ଧି ଧରି ଆମେଠି-ରାୟବରେଲି ଆସନରେ ନିର୍ବାଚନ ଘୋଷଣା ପୂର୍ବରୁ ଗାନ୍ଧୀ ପରିବାରର ପ୍ରାର୍ଥୀତ୍ୱ ସ୍ଥିର ହେଉଥିଲା, ଏଥର ତାହା ମଧ୍ୟ ନାହିଁ।

ସ୍ୱାଧୀନତା ପରେ ହୋଇଥିବା ସମସ୍ତ ନିର୍ବାଚନ ମଧ୍ୟରୁ ୧୯୭୭ ହେଉଛି ଏକମାତ୍ର ନିର୍ବାଚନ ଯେଉଁଥିରେ ଗାନ୍ଧୀ ପରିବାରରୁ କେହି ୟୁପିରୁ ନିର୍ବାଚିତ ହୋଇନାହାନ୍ତି। ସେହି ନିର୍ବାଚନରେ ଆମେଥିରୁ ସଞ୍ଜୟ ଗାନ୍ଧୀ ଓ ରାୟବରେଲିରୁ ଇନ୍ଦିରା ଗାନ୍ଧୀ ନିର୍ବାଚନ ହାରିଥିଲେ।

‘୧୯୯୧ରେ ରାଜୀବ ଗାନ୍ଧି ନିର୍ବାଚନ ଜିତିଥିଲେ, କିନ୍ତୁ ଫଳାଫଳ ଆସିବା ପୂର୍ବରୁ ତାଙ୍କୁ ହତ୍ୟା କରାଯାଇଥିଲା, ତେଣୁ ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସେହିପରି ଇନ୍ଦିରାଙ୍କ ସହ ଝଗଡ଼ା ପରେ ଅଲଗା ହୋଇଥିବା ମେନକା ଗାନ୍ଧୀ ମଧ୍ୟ ‘୧୯୯୧ ନିର୍ବାଚନରେ ପିଲିଭିତରୁ ପରାଜିତ ହୋଇଥିଲେ। ତେଣୁ ଦଶମ ଲୋକସଭାରେ ଗାନ୍ଧୀ ପରିବାରର ପ୍ରତିନିଧିତ୍ୱ ନ ଥିଲା। ୧୯୯୬ ଓ ୧୯୯୮ ଲୋକସଭା ନିର୍ବାଚନରେ କଂଗ୍ରେସର ନେତୃତ୍ୱ ନେଉଥିବା ଗାନ୍ଧୀ ପରିବାରର କେହି ନିର୍ବାଚନ ଲଢ଼ିନଥିଲେ। ତେବେ ଭିନ୍ନ ରାଜନୈତିକ ବାଟ ବାଛିଥିବା ମେନକା ଗାନ୍ଧୀ ନିଶ୍ଚିତଭାବେ ଲୋକସଭାରେ ପହଞ୍ଚିଥିଲେ।

ଜବାହରଲାଲ ନେହେରୁ

୧୯୫୧-୫୨ମସିହାରେ ସେ ଆହ୍ଲାବାଦ ଜିଲ୍ଲା (ପୂର୍ବ) ଓ ଜୌନପୁର ଜିଲ୍ଲା (ପଶ୍ଚିମ) ଏବଂ ୧୯୫୭ ଓ ୧୯୬୨ମସିହାରେ ଫୁଲପୁରରୁ ସାଂସଦଭାବେ ନିର୍ବାଚିତ ହୋଇଥିଲେ।

ଫିରୋଜ ଗାନ୍ଧୀ

ସେ ଇନ୍ଦିରା ଗାନ୍ଧୀଙ୍କ ସ୍ୱାମୀ ଥିଲେ। ୧୯୫୨ମସିହାରେ ସେ ରାୟବରେଲି-ପ୍ରତାପଗଡ଼ ଓ ୧୯୫୭ମସିହାରେ ରାୟବରେଲିରୁ ସାଂସଦଭାବେ ନିର୍ବାଚିତ ହୋଇଥିଲେ।

ବିଜୟଲକ୍ଷ୍ମୀ ପଣ୍ଡିତ

ସେ ଜବାହରଲାଲ ନେହେରୁଙ୍କ ଭଉଣୀ ଥିଲେ। ୧୯୫୧-୫୨ରେ ସେ ଲକ୍ଷ୍ନୌରୁ ସାଂସଦ ହୋଇଥିଲେ। ନେହେରୁଙ୍କ ଦେହାନ୍ତ ପରେ ସେ ୧୯୬୪ରେ ଫୁଲପୁର ଉପନିର୍ବାଚନରେ ବିଜୟୀ ହୋଇଥିଲେ ଏବଂ ୧୯୬୭ରେ ଏଠାରୁ ସାଂସଦ ହୋଇଥିଲେ।

ଇନ୍ଦିରା ଗାନ୍ଧୀ

ପୂର୍ବତନ ପ୍ରଧାନମନ୍ତ୍ରୀ ୧୯୬୭, ୭୧ ଓ ୮୦ରେ ରାୟବରେଲିରୁ ସାଂସଦ ଥିଲେ। ୧୯୭୭ରେ ଜୟନାରାୟଣଙ୍କ ଠାରୁ ତାଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା।

ସଞ୍ଜୟ ଗାନ୍ଧି

ଇନ୍ଦିରା ଗାନ୍ଧିଙ୍କ ସାନ ପୁଅ ସଞ୍ଜୟ ୧୯୭୭ ମସିହାରେ ଆମେଠିରୁ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ।

ରାଜୀବ ଗାନ୍ଧୀ

ବିମାନ ଦୁର୍ଘଟଣାରେ ସଞ୍ଜୟ ଗାନ୍ଧିଙ୍କ ମୃତ୍ୟୁ ପରେ ସେ ୧୯୮୧ ରେ ଉପନିର୍ବାଚନରେ ଆମେଥିରୁ ସାଂସଦ ହୋଇଥିଲେ। ସେ ‘୧୯୮୪, ‘୧୯୮୯ ଏବଂ ‘୧୯୯୧ରେ ଆମେଥିରୁ ମଧ୍ୟ ପ୍ରତିନିଧିତ୍ୱ କରିଥିଲେ।

ଅରୁଣ ନେହେରୁ

ଗାନ୍ଧି ପରିବାରର ଅରୁଣ ୧୯୮୦ରେ ପ୍ରଥମ ଥର ପାଇଁ ରାୟବରେଲି ଉପନିର୍ବାଚନ ଜିତିଥିଲେ ଏବଂ ‘୧୯୮୪ରେ ଏଠାରୁ ସାଂସଦ ହୋଇଥିଲେ। ୧୯୮୯ରେ ସେ ଜନତା ଦଳ ଟିକେଟରେ ବିଲହୋରରୁ ବିଜୟୀ ହୋଇଥିଲେ

ମେନକା ଗାନ୍ଧୀ

ଇନ୍ଦିରାଙ୍କ ବୋହୂ ତଥା ସଞ୍ଜୟ ଗାନ୍ଧୀଙ୍କ ପତ୍ନୀ ୧୯୮୪ମସିହାରେ ରାଜୀବ ଗାନ୍ଧୀଙ୍କ ବିରୋଧରେ ପ୍ରଥମ ଥର ପାଇଁ ଆମେଠିରୁ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ। ୨୦୦୪, ୨୦୧୪ରେ ଓଁଲା, ୨୦୦୯ରେ ସୁଲତାନପୁର ସୁଲତାନପୁରରୁ ବିଜେପି ସାଂସଦ ହୋଇଥିଲେ।

ସୋନିଆ ଗାନ୍ଧି

୧୯୯୯ରେ ସେ ଆମେଥିରୁ ପ୍ରଥମ ଥର ପାଇଁ ସାଂସଦ ହୋଇଥିଲେ। ସେ ୨୦୦୪ରୁ ୨୦୧୯ ପର୍ଯ୍ୟନ୍ତ ଲଗାତାର ରାୟବରେଲିର ପ୍ରତିନିଧିତ୍ୱ କରି ଆସୁଥିଲେ। ୨୦୨୪ ସେ ଲୋକସଭା ନିର୍ବାଚନ ଲଢ଼ୁ ନାହାନ୍ତି।

ରାହୁଲ ଗାନ୍ଧି

୨୦୦୪ରେ ଆମେଥିରୁ ପ୍ରଥମ ଥର ପାଇଁ ସାଂସଦ ହୋଇଥିଲେ। ୨୦୧୪ ପର୍ଯ୍ୟନ୍ତ ଆମେଥିରେ ବିଜୟୀ ହୋଇଥିଲେ। ୨୦୧୯ରେ ଆମେଠିରୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସେହିବର୍ଷ ସେ କେରଳର ୱେୟନାଡ଼ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ। ଚଳିତ ନିର୍ବାଚନରେ ରାହୁଲ ୱେୟନାଡ଼ ସଂସଦୀୟ ଆସନରୁ ନିର୍ବାଚନ ଲଢ଼ୁଛନ୍ତି।

ବରୁଣ ଗାନ୍ଧୀ

୨୦୦୯ରେ ସେ ପ୍ରଥମ ଥର ପାଇଁ ବିଜେପି ଟିକେଟରେ ପିଲିଭିତରୁ ସାଂସଦ ହୋଇଥିଲେ। ୨୦୧୪ରୁ ସୁଲତାନପୁରରୁ ଜିତିଥିଲେ। ‘୨୦୧୯ରେ ପୁଣି ପିଲିଭିତରୁ ବିଜୟୀ ହୋଇଥିଲେ। ଏଥର ନିର୍ବାଚନରେ ତାଙ୍କ ଟିକେଟ୍ ବିଜେପି କାଟି ଦେଇଛି। ସେ ସ୍ୱାଧୀନ କିମ୍ବା ସମାଜବାଦୀ ପାର୍ଟି ପକ୍ଷରୁ ନିର୍ବାଚନ ଲଢ଼ିପାରନ୍ତି।

Categories
ଆଜିର ଖବର ଜାତୀୟ ଖବର

NEWSWEEK ର କଭର ପେଜରେ ନରେନ୍ଦ୍ର ମୋଦୀ: ଇନ୍ଦିରା ଗାନ୍ଧୀଙ୍କ ପରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ: ଆମେରିକାର ପ୍ରସିଦ୍ଧ ସାପ୍ତାହିକ ପତ୍ରିକା NEWSWEEK ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହାର କଭର ପେଜରେ ସ୍ଥାନ ଦେଇଛି। ଇନ୍ଦିରା ଗାନ୍ଧୀଙ୍କ ପରେ ନରେନ୍ଦ୍ର ମୋଦୀ ହେଉଛନ୍ତି ଦ୍ୱିତୀୟ ଭାରତୀୟ ପ୍ରଧାନମନ୍ତ୍ରୀ, ଯାହାକୁ NEWSWEEK ଏହାର କଭର ପେଜରେ ସ୍ଥାନ ଦେଇଛି। ଏହି ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ମୋଦୀ ଚୀନ୍ ଏବଂ ପାକିସ୍ତାନ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି। ଭାରତର ଭବିଷ୍ୟତର ରୋଡ୍ ମ୍ୟାପ୍ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଭାରତ ପାଇଁ ଚୀନ୍ ସହ ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ। ମୁଁ ବିଶ୍ୱାସ କରେ ଯେ, ଆମ ସୀମାରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ପରିସ୍ଥିତିକୁ ତୁରନ୍ତ ଧ୍ୟାନ ଦେବା ଆବଶ୍ୟକ, ଯାହା ଦ୍ଵାରା ଆମର ଦ୍ୱିପାକ୍ଷିକ ଆଲୋଚନାରେ ଅସ୍ୱାଭାବିକ ପରିସ୍ଥିତି ଶେଷ ହୋଇପାରିବ। କେବଳ ଆମର ଦୁଇ ଦେଶ ପାଇଁ ନୁହେଁ ସମଗ୍ର ଅଞ୍ଚଳ ଏବଂ ବିଶ୍ଵ ପାଇଁ ଭାରତ ଏବଂ ଚୀନ୍ ମଧ୍ୟରେ ସ୍ଥିର ଏବଂ ଶାନ୍ତିପୂର୍ଣ୍ଣ ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ। ମୁଁ ଆଶା କରେ ଏବଂ ବିଶ୍ବାସ କରେ ଯେ, କୂଟନୈତିକ ଏବଂ ସାମରିକ ସ୍ତରରେ ସକରାତ୍ମକ ଏବଂ ଗଠନମୂଳକ ଦ୍ୱିପାକ୍ଷିକ ଯୋଗଦାନ ସହିତ ଆମେ ଆମର ସୀମା ଉପରେ ଶାନ୍ତି ଏବଂ ସ୍ଥିରତା ଫେରାଇ ଆଣିବାରେ ସକ୍ଷମ ହେବୁ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଆମେରିକା, ଅଷ୍ଟ୍ରେଲିଆ, ଜାପାନ, ଭାରତ ଏବଂ ଚୀନ୍ ଅନେକ ଗୋଷ୍ଠୀର ସଦସ୍ୟ। କ୍ୱାଡ୍ ର ଉଦ୍ଦେଶ୍ୟ କୌଣସି ଦେଶ ବିରୁଦ୍ଧରେ ନୁହେଁ। SCO, BRICS ଏବଂ ଅନ୍ୟାନ୍ୟ ଆନ୍ତର୍ଜାତୀୟ ଗୋଷ୍ଠୀ ପରି, କ୍ୱାଡ୍ ମଧ୍ୟ ଏକ ସମାନ ଚିନ୍ତାଧାରା ବିଶିଷ୍ଟ ଦେଶର ଏକ ଗୋଷ୍ଠୀ, ଏକ ସାଧାରଣ ସକରାତ୍ମକ ଏଜେଣ୍ଡା ଉପରେ କାର୍ଯ୍ୟ କରେ।

Categories
ଜାତୀୟ ଖବର ବିଶେଷ ଖବର

ନେହେରୁ ଭାବୁଥିଲେ ଭାରତୀୟମାନେ ଅଳସୁଆ, ଇନ୍ଦିରା ଗାନ୍ଧୀ କିଛି ଭିନ୍ନ ଚିନ୍ତା କରିନଥିଲେ: ମୋଦି

ନୂଆଦିଲ୍ଲୀ: ଲୋକସଭାରେ କଂଗ୍ରେସକୁ ତୀବ୍ର ସମାଲୋଚନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଜବାହରଲାଲ ନେହେରୁ ଭାରତୀୟମାନଙ୍କୁ ଅଳସୁଆ ଭାବୁଥିଲେ ଏବଂ ସେମାନଙ୍କର ଆମେରିକୀୟ ଏବଂ ଚୀନ୍ ସମକକ୍ଷଙ୍କ ତୁଳନାରେ କମ୍ ଗୁଇନ୍ଦା ଜ୍ଞାନ ଥିଲା। ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନାର ଉତ୍ତରରେ ପ୍ରଧାନମନ୍ତ୍ରୀ ମୋଦି ପ୍ରାୟ ୨ ଘଣ୍ଟା ଧରି ଦେଇଥିବା ଭାଷଣରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ମନ୍ତବ୍ୟକୁ ମଧ୍ୟ ସମାଲୋଚନା କରିଛନ୍ତି। ଇନ୍ଦିରା ଭାବୁଥିଲେ ଯେ ଭାରତୀୟମାନେ ଅସୁବିଧାରୁ ଦୂରେଇ ଯାଆନ୍ତି ବୋଲି ମୋଦି କହିଛନ୍ତି।

ନେହେରୁ ଓ ଇନ୍ଦିରା ଗାନ୍ଧୀଙ୍କୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦି

ଲାଲ୍ କିଲ୍ଲାରୁ ପ୍ରଧାନମନ୍ତ୍ରୀ ନେହେରୁ କହିଥିଲେ ଯେ ସାଧାରଣତଃ ଭାରତୀୟଙ୍କର କଠିନ ପରିଶ୍ରମ କରିବାର ଅଭ୍ୟାସ ନ ଥାଏ, ଆମେ ୟୁରୋପ କିମ୍ବା ଜାପାନ କିମ୍ବା ଚୀନ୍‍ କିମ୍ବା ରୁଷିଆ କିମ୍ବା ଆମେରିକାର ଲୋକଙ୍କ ଭଳି କାମ କରୁନାହୁଁ । କଂଗ୍ରେସ ସାଂସଦଙ୍କ ନାରାବାଜି ମଧ୍ୟରେ ସେ ଆହୁରି ମଧ୍ୟ କହିଛନ୍ତି, ଏହାର ଅର୍ଥ ନେହେରୁ ଜୀ ଭାବୁଥିଲେ ଯେ ଭାରତୀୟମାନେ ଅଳସୁଆ ଏବଂ କମ୍ ବୁଦ୍ଧିମାନ ।

ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ଇନ୍ଦିରା ଗାନ୍ଧୀଙ୍କ ଚିନ୍ତାଧାରା ମଧ୍ୟ ନେହେରୁଙ୍କ ଠାରୁ ଭିନ୍ନ ନ ଥିଲା ଏବଂ ସ୍ୱାଧୀନତା ଦିବସରେ ଲାଲକିଲ୍ଲା ପ୍ରାଚୀରରୁ ପୂର୍ବତନ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦୁର୍ଭାଗ୍ୟବଶତଃ, ଆମର ଅଭ୍ୟାସ ହେଉଛି ଯେତେବେଳେ କୌଣସି ଶୁଭ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ଯାଉଛି, ଆମେ ଆତ୍ମସନ୍ତୋଷ ପ୍ରକାଶ କରିଥାଉ, ଯେତେବେଳେ କୌଣସି ଅସୁବିଧା ଆସେ, ଆମେ ନିରାଶ ହୋଇଥାଉ, ବେଳେବେଳେ ଲାଗୁଛି ଯେ ସମଗ୍ର ଦେଶ ବିଫଳ ହୋଇଛି । ଏହା ଲାଗୁଛି ଯେମିତି ଆମେ ପରାଜୟର ଭାବନାକୁ ଗ୍ରହଣ କରିଛୁ ବୋଲି ପ୍ରଧାନମନ୍ତ୍ରୀ ମୋଦି ଇନ୍ଦିରା ଗାନ୍ଧିଙ୍କ ଉଦ୍ଦେଶ୍ୟରେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ଆହୁରି ମଧ୍ୟ କହିଛନ୍ତି ଯେ ଆଜି କଂଗ୍ରେସରେ ଥିବା ଲୋକଙ୍କୁ ଦେଖିଲେ ଲାଗୁଛି ଯେ ଇନ୍ଦିରା ଗାନ୍ଧୀ ଦେଶର ଲୋକଙ୍କୁ ସଠିକ୍ ଭାବରେ ଆକଳନ କରିପାରିନଥିଲେ କିନ୍ତୁ କଂଗ୍ରେସର ସଠିକ୍ ମୂଲ୍ୟାଙ୍କନ କରିଥିଲେ ।

କଂଗ୍ରେସ ଓ ରାହୁଲ ଗାନ୍ଧିଙ୍କ ଉପରେ

ପ୍ରଧାନମନ୍ତ୍ରୀ କହିଥିଲେ ଯେ କଂଗ୍ରେସର ମାନସିକତା ଏପରି ଥିଲା ଯେ ସେ କେବେ ବି ଦେଶର ସାମର୍ଥ୍ୟ ଉପରେ ବିଶ୍ୱାସ କରେ ନାହିଁ । ସେ ନିଜକୁ ଶାସକ ଓ ଜନସାଧାରଣଙ୍କୁ କେହି କମ୍, ଛୋଟ ବୋଲି ଭାବୁଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ ମଧ୍ୟ ରାହୁଲ ଗାନ୍ଧିଙ୍କୁ ଛାଡ଼ିନଥିଲେ ଏବଂ ୱାୟନାଡ ସାଂସଦଙ୍କୁ ପରୋକ୍ଷରେ ଟାର୍ଗେଟ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ କଂଗ୍ରେସର ‘ଦୋକାନ’ ବାରମ୍ବାର ସମାନ ଉତ୍ପାଦ ଲଞ୍ଚ କରିବାକୁ ପ୍ରୟାସ କରୁଥିବାରୁ ବିଫଳ ହେଉଛି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ବାରମ୍ବାର ସମାନ ପ୍ରଡକ୍ଟ ଲଞ୍ଚ କରିବା ପ୍ରକ୍ରିୟାରେ କଂଗ୍ରେସର ଦୋକାନ ବନ୍ଦ ହେବାକୁ ଯାଉଛି ।