Categories
ଆଜିର ଖବର ଖେଳ ଜାତୀୟ ଖବର

ଆଜି ଭାରତ- ଆଫଗାନିସ୍ତାନ ୨ ୟ ଟି -୨୦: ବିରାଟ କୋହଲିଙ୍କ ଫେରିବା ନିଶ୍ଚିତ, ଜାଣନ୍ତୁ ଖେଳାଳି ଏକାଦଶ

ନୂଆଦିଲ୍ଲୀ: ଆଜି ୩ ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ। ଇନ୍ଦୋରର ହୋଲକର ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହେବେ। କିନ୍ତୁ ଏହି ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆର ଖେଳାଳି ଏକାଦଶ କ’ଣ ହେବ? ବାସ୍ତବରେ ଖେଳାଳି ଏକାଦଶ ଚୟନ ଭାରତୀୟ ଦଳ ପରିଚାଳନା ପାଇଁ ସହଜ ହେବ ନାହିଁ। ବିରାଟ କୋହଲିଙ୍କ ପ୍ରତ୍ୟାବର୍ତ୍ତନ ପ୍ରାୟ ନିଶ୍ଚିତ। ଯଶସ୍ୱୀ ଜୟସ୍ଵାଲଙ୍କ ସ୍ଥାନରେ ଶୁଭମାନ ଗିଲ ସୁଯୋଗ ପାଇପାରନ୍ତି, କିନ୍ତୁ ରବି ବିଷ୍ନୋଇ ଏବଂ କୁଲଦୀପ ଯାଦବଙ୍କ ମଧ୍ୟରେ ଚୟନ କରିବା ସହଜ ହେବ ନାହିଁ।

ଭାରତୀୟ ଦଳର ସମ୍ଭାବ୍ୟ ଖେଳାଳି ଏକାଦଶ:

୧- ରୋହିତ ଶର୍ମା (କ୍ୟାପଟେନ)
୨- ଶୁଭମାନ ଗିଲ
୩- ବିରାଟ କୋହଲି
୪- ତିଲକ ଭର୍ମା
୫- ଜିତେଶ ଶର୍ମା (ୱିକେଟ୍ କିପର)
୬- ଶିବମ୍ ଦୁବେ
୭- ରିଙ୍କୁ ସିଂ |
୮- ଅକ୍ସର ପଟେଲ
୯- ରବି ବିଷ୍ଣୁ / କୁଲଦୀପ ଯାଦବ
୧୦- ମୁକେଶ କୁମାର
୧୧- ଅର୍ଶଦୀପ ସିଂ।

Categories
ଆଜିର ଖବର ଜାତୀୟ ଖବର

ଦେଶରେ ପୁଣି ଆଉ ଜଣେ ଡାକ୍ତରଙ୍କ ମୁଣ୍ଡ ନେଲା କରୋନା

ଇନ୍ଦୋର: ଦେଶରେ କରେନା ସଂକ୍ରମଣ ବେଶ୍‌ ଦ୍ରୁତ ଗତିରେ ମାଡ଼ିଚାଲିଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ଚାଲିଛି। ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ବଡ ଖବର ସାମ୍ନାକୁ ଆସିଛି। ଏଠାରେ କରୋନା ସଂକ୍ରମିତରେ ଆଉ ଜଣେ ଡାକ୍ତରଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି। କରୋନା ଯୋଗୁଁ ଦେଶରେ ଓମ ପ୍ରକାଶ ଚୌହାନ ନାମକ ଦ୍ଵିତୀୟ ଡାକ୍ତରଙ୍କ ମୃତ୍ୟୁ ହୋଇଛି। ଡାକ୍ତର ଓମଙ୍କ ବୟସ ୬୫ ବର୍ଷ ଥିଲା ବୋଲି ଖବର ମିଳିଛି। ସେହିପରି ଗତକାଲି ଇନ୍ଦୋରରେ ୬୫ ବର୍ଷୀୟ ଡାକ୍ତରଙ୍କ ମୃତ୍ୟୁ ହୋଇଥିଲା।

ଇନ୍ଦୋରରେ କରୋନା ଦ୍ରୁତ ଗତିରେ ବଢି ଚାଲିଥିବାବେଳେ ସରକାରଙ୍କ ତରଫରୁ ଏହାର ମୁକାବିଲା ପାଇଁ ବହୁ ପଦକ୍ଷେପ ନିଆଯାଉଛି। ମଧ୍ୟପ୍ରଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫୯ ରହିଥିବାବେଳେ ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି। ସାରା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୬୪୧୨ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା ୧୯୯ରେ ପହଞ୍ଚିଛି।(ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ମଧ୍ୟପ୍ରଦେଶରେ ଲିଫ୍ଟ ଖସି 6 ମୃତ

ଇନ୍ଦୋର ,01/01 : ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ଦୁର୍ଘଟଣା ଘଟି 6 ଜଣଙ୍କର ମୃତ୍ୟୁ ଘଟିଛି । ପାଟଲପନୀର ଜନୈକ ବ୍ୟବସାୟୀଙ୍କ ଫାର୍ମ ହାଉସ୍‌ରେ ଲିଫ୍ଟ ଛିଡିଯିବାରୁ ଏହି ଦୁର୍ଘଟଣା ଘଟିଛି । ବ୍ୟବସାୟୀ ପୁନୀତ ଅଗ୍ରଓ୍ବାଲଙ୍କ ଘରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ 6 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ୍‌ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି । ଆହତ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । (ଏଜେନ୍ସୀ)

Categories
ଆଜିର ଖବର

ଲଗାତର ତୃତୀୟ ବର୍ଷ ପାଇଁ ସ୍ବଚ୍ଛ ସହର ଭାବେ ଇନ୍ଦୋର୍‌ ପୁରସ୍କୃତ

ଇନ୍ଦୋର ପୁଣିଥରେ ଭାରତର ସବୁଠୁ ସ୍ବଚ୍ଛ ସହର ଭାବେ ବିବେଚିତ ହୋଇଛି । କେନ୍ଦ୍ର ସରକାଣଙ୍କ ସ୍ବଚ୍ଛତା ସର୍ବେକ୍ଷଣ ଜରିଆରେ ଏହା ତୃତୀୟଥର ପାଇଁ ଏହି ସହରଟି ରହିଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାର ଦିନ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ‘ଦ ସ୍ବଚ୍ଛ ସର୍ବେକ୍ଷଣ ଆଓ୍ବାର୍ଡ ୨୦୧୯’ ପ୍ରଦାନ କରିଛନ୍ତି । ନୂଆଦିଲ୍ଲୀର ନଗରପାଳିକା ପରିଷଦ କ୍ଷେତ୍ରକୁ ’ସବୁଠୁ ସ୍ବଚ୍ଛ ଛୋଟ ସହର’ର ପୁରସ୍କାର ମିଳିଛି, କେନ୍ଦ୍ର ସରକାର ଉତ୍ତରାଖଣ୍ଡର ଗୌଚରକୁ କେନ୍ଦ୍ର ସରକାର ‘ସର୍ବଶ୍ରେଷ୍ଠ ଗଂଗା ଟାଉନ୍‌’ ଘୋଷଣା କରିଛନ୍ତି । ସ୍ବଚ୍ଛତା ପୁରସ୍କାର କେନ୍ଦ୍ରୀୟ ଆବାସ ଓ ସହର ମନ୍ତ୍ରାଳୟ ତରଫରୁ ପ୍ରଦାନ କରାଯାଇଙଥାଏ । ଇନ୍ଦୋରକୁ ପ୍ରଶଂସା କରି କେନ୍ଦ୍ରୀୟ ଆବାସ ମନ୍ତ୍ରୀ ହରଦୀପ ସିଂହ ପୁରୀ ଟୁଇଟ୍‌ କରି କହିଛନ୍ତି , ‘ବହୁତ ଭଲ’ ! ଇନ୍ଦୋର ଲଗାତର ତୃତୀୟ ବର୍ଷ ପାଇଁ ମଧ୍ୟ ସ୍ବଚ୍ଛ ସହର ଭାବେ ପୁରସ୍କୃତ ହୋଇଛି ।